ଇମ୍ରାନ୍ ସରକାରକୁ ଲାଗିବ ବଡ ଝଟକା ! ପାକିସ୍ତାନ ସଂସଦରୁ ଇସ୍ତଫା ଦେବେ ଅନେକ ସଦସ୍ୟ-ମରିୟମ୍ ନଓ୍ବାଜ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨ : ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ (PML-N)ର ଉପାଧ୍ୟକ୍ଷା ତଥା ପାକିସ୍ତାନର ପୁର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ ମରିୟମ୍ ନଓ୍ବାଜ କହିଛନ୍ତି ଯେ, ୧୧ଟି ଦଳକୁ ନେଇ ଗଠିତ ବିରୋଧି ମେଣ୍ଟ ପାକିସ୍ତାନ ଡୋମୋକ୍ରେଟିକ ମୁଭମେଣ୍ଟ (ପିଡିଏମ୍) କିଛି ବଡ ନିଷ୍ପତ୍ତି ନେବାକୁ ଯାଉଛି । ବିଧାନସଭାରୁ ସହଯୋଗୀ ସଦସ୍ୟଙ୍କ ଅନେକ ଇସ୍ତଫା ଦେବାକୁ ଯାଉଥିବା ମରିୟମ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାର ଦ୍ବାରା  କରାଯାଉଥିବା ଯେକୌଣସି ମାମଲାକୁ ଦଳର ସଦସ୍ୟମାନେ ଗ୍ରହଣ କରିବା ପାଇଁ ସାହସ ରଖନ୍ତୁ ।

{"id":374630,"sizeSlug":"large"}

ପିଏମଏଲ-ଏନ ଉପାଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଦୁଇ ମିନିଟ ଲୋକଙ୍କ ସହ ମିଶିବା ପାଇଁ ଆହ୍ବାନ ଦେଇଛନ୍ତି । ତା ସହିତ ପାକିସ୍ତାନର ଜିଡିପି ଯେଉଁଭଳି ଭାବେ ଦିନକୁ ଦିନ ଖସି ଖସି ଯାଉଛି ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି । ହଜାର ହଜାର ବେକାରୀ ସୃଷ୍ଟି ହୋଇଛି, ଔଷଧ ଦାମ ଭାରି ମାତ୍ରାରେ ବୃଦ୍ଧି ପାଇଛି, ଲୋକମାନେ ଗହମ, ଚିନି ଓ ମଇଦା ଲୁଟ୍ କରିଛନ୍ତି । ମଙ୍ଗଳବାର ସହଯୋଗୀ ଦଳର ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ପୂର୍ବରୁ ମରିୟମ ଏହି ମନ୍ତବ୍ୟ ଦେଇଛନ୍ତି ।

{"id":374631,"sizeSlug":"large"}

ସେପଟେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପିଟିଆଇ ସରକାର ପାକିସ୍ତାନରେ ସରକାରୀ ବିରୋଧୀ ରାଲି ଆୟୋଜନ ପାଇଁ ପିଡିଏମକୁ ଅନୁମତି ପ୍ରଦାନ କରିବାର ସମ୍ଭାବନାକୁ ଏଡ଼ାଇ ଦେଇଥିଲେ । ଏହାର ପାଳନ ନକଲେ ସଂପୃକ୍ତ ଦଳ ବିରୋଧରେ ପୋଲିସ ମାମଲା ରୁଜୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନ ଚେତାବନୀ ଦେଇଛନ୍ତି । ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ ବିରୋଧୀଙ୍କୁ ଜନ ସମାବେଶ ଆୟୋଜନ କରିବାକୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିବ । ଏହାର ଅମାନ୍ୟ କଲେ ସଂପୃକ୍ତ ଦଳର ନେତାଙ୍କ ଠାରୁ ଆରମ୍ଭ କରି ପ୍ରଚାର ଗାଡିର ପରିଚାଳକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.