Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଧାରା ୩୭୦ ଉଚ୍ଛେଦ ପରିପ୍ରେକ୍ଷୀରେ ଇମ୍ରାନଙ୍କୁ ଏମିତି ତୀର ମାରିଲେ ନୱାଜ ସରିଫ୍‌ଙ୍କ ଝିଅ ମାରିୟମ…

6/08/2019 at 9:18 PM

ନୂଆଦିଲ୍ଲୀ୬|୮: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନର ଏବେ ଚିନ୍ତା ବଢ଼ିବାରେ ଲାଗିଛି। ପାର୍ଲାମେଣ୍ଟର ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ଏହି  ପ୍ରସ୍ତାବ ବିଲ ଗୃହୀତ ହେବା ପରେ ପାକିସ୍ତାନର  ରାଜନୈତିକ ଦଳଗୁଡିକଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଛି।ବିରୋଧୀମାନେ ଇମ୍ରାମଙ୍କୁ ଟାର୍ଗେଟ କରିଛନ୍ତି ।

ପାକିସ୍ତାନର ରାଜନୈତିକ ଦଳଗୁଡିକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଥଟ୍ଟା ପରିହାସ କରିବାରେ ଲାଗିଛନ୍ତି।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରୀଫଙ୍କ ଝିଅ ମରିୟମ ନବାଜ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଖାତିର୍ ନକରି ତାଙ୍କ ଦକ୍ଷତାକୁ ନେଇ ସମାଲୋଚା କରିଛନ୍ତି। ମରିୟମ କହିଛନ୍ତି, ଆମେରିକାର ରାଷ୍ଟ୍ରପତି କାଶ୍ମୀର ପ୍ରସଂଗରେ ମଧ୍ୟସ୍ଥତା କରିବେ କହି ଇମ୍ରାନ ଖାନଙ୍କୁ ବୋକା ବନେଇଦେଲେ। ଭାରତ କେମିତି ରଣନୀତି କରୁଛି ତାର ଟେର ବି ପାଇଲେନି ।  ଭାରତ ରଚିଥିବା ଷଡ଼ଯନ୍ତ୍ର ବାବଦରେ ଜାଣିବା ପାଇଁ ମିଷ୍ଟର ଖାନ(ଇମ୍ରାନ ଖାନ) ବିଫଳ ହୋଇଛନ୍ତି ବୋଲି ମାରିୟମ ନବାଜ କହିଛନ୍ତି।

ଗତ ମାସରେ କାଶ୍ମୀରର ମୁର୍ଦ୍ଦା ନେଇ ଇମ୍ରାନ ଖାନା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ଯାଇଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ତାଙ୍କୁ କଣ ପ୍ରତିଶ୍ରୁତି ଦେଇଥିଲେ ତାହା ପାକିସ୍ତାନ ନାଗରିକ ଜାଣିବା ଉଚିତ ବୋଲି ମାରିୟମ କହିଛନ୍ତି।ମାରିୟମ ଆହୁରି ମଧ୍ୟ କହିଛନ୍ତି, ମଧ୍ୟସ୍ଥତା ଏମିତି ଏକ ଜାଲ ଯେଉଁଥିରେ ପ୍ରଥମେ ଇମ୍ରାନ ଖାନ ପଡ଼ିଲେ। ସବୁଥର ଭଳି ଏଥର ବି ଶ୍ରତ୍ରୁର ଯୋଜନା ବାବଦରେ ଇମ୍ରାନ ଜାଣିପାରିଲେ ନାହିଁ ବୋଲି ମାରିୟମ କହିଥିଲେ।

   Related Posts