Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଟୋକିଓରେ ଶେଷ ଅଲିମ୍ପିକ୍‌ ଖେଳିବାର ଆଶା ଥିଲା, ଏମିତି କାହିଁକି ଭାବ ବିହ୍ୱଳ ହୋଇ କହିଲେ ମେରି କମ୍‌ ?

11/03/2021 at 4:44 PM

ନୂଆଦିଲ୍ଲୀ, ୧୧/୦୩: ଭାରତୀୟ ବକ୍ସର ତଥା ଅଲିମ୍ପିକ୍‌ରେ ଭାରତ ପାଇଁ ପଦକ ହାସଲ୍‌ କରିଥିବା ମେରି କମ୍‌ ତାଙ୍କ କ୍ୟାରିୟର୍‌କୁ ନେଇ ଭାବ-ବିହ୍ୱଳ ହୋଇପଡ଼ିଛନ୍ତି । ଟୋକିଓ ଅଲିମ୍ପିକ୍ସ ତାଙ୍କ ଜୀବନର ଶେଷ ଅଲମ୍ପିକ୍ସ ହୋଇଥିବା ସେ କହିଛନ୍ତି । ହେଲେ ଏହା କରୋନା କାରଣରୁ ବନ୍ଦ ହୋଇଯାଇଥିବାରୁ ସେ ଆଗାମୀ ଅଲିମ୍ପିକ୍ସରେ ଭାଗ ନେଇ ପାରିବେ ନାହିଁ ବୋଲି କହିଛନ୍ତି ।

ଛଅ ଥର ବିଶ୍ୱ ବକ୍ସିଂରେ ଚମ୍ପିଆନ୍‌ ହୋଇଥିବା କମ୍‌ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ରୀଡ଼ା କ୍ଷେତ୍ରରେ ଭାରତର ନାମକୁ ଗୌରବାନ୍ୱିତ କରିଛନ୍ତି । ୨୦୧୨ରେ ଲଣ୍ଡନରେ ଆୟୋଜିତ ହୋଇଥିବା ଅଲିମ୍ପିକ୍‌ରେ ପ୍ରଥମ କରି ମହିଳାଙ୍କୁ ଅନୁମତି ମିଳିଥିବା ବକ୍ସିଂରେ ସେ ଭାରତ ପାଇଁ ବ୍ରୋଞ୍ଜ୍‌ ପଦକ ଆଣିଥିଲେ । ଯାହାକି ଦେଶର ଯୁବତୀଙ୍କୁ କ୍ରୀଡ଼ା ପ୍ରତି ପ୍ରେରଣା ଯୋଗାଇଥିଲା ।

ଟୋକିଓ ମୋର ଶେଷ ଅଲିମ୍ପିକ୍ସ । କାରଣ ଆଗାମୀ ଅଲିମ୍ପିକ୍ସ ପାଇଁ ବୟସ ସରିଯାଇଥିବ । ବର୍ତ୍ତମାନ ମୁଁ ୩୮ ବର୍ଷ ବୟସ୍କ ଏବଂ ୩୯ ଆଡ଼କୁ ଅଗ୍ରସର ହେଉଛି ବୋଲି କମ୍‌ ଅଲିମ୍ପିକ୍‌ ଚ୍ୟାନେଲ୍‌କୁ କହିଥିବା ଜଣାପଡ଼ିଛି । ଆହୁରୀ ୪ ବର୍ଷ ମୋ ପାଇଁ ବହୁତ କଠିନ ସମୟ ।  ମୁଁ ୨୦୨୪ରେ ପ୍ୟାରିସ୍‌ରେ  ହେବାକୁ ଥିବା ଅଲିମ୍ପିକ୍‌କୁ ଯାଇପାରିବି କି ନାହିଁ  ତାହା ଜଣାନାହିଁ । କାରଣ ଜଣେ ବକ୍ସର ପାଇଁ ବୟସ ସୀମା ୪୦ ବର୍ଷ । କିନ୍ତୁ କୋଭିଡ୍‌ କାରଣରୁ ଏହାକୁ ଗୋଟିଏ ବର୍ଷ ବଢ଼ାଯାଇ ୪୧ କରାଯାଇଥିଲା । କିନ୍ତୁ ଆଗାମୀ ଅଲିମ୍ପିକ୍ସକୁ ମୋ ବୟସ ୪୧ ହୋଇଯାଇଥିବ । ତେଣୁ ବୋଧ ହୁଏ ଆଉ ଅଲମ୍ପିକ୍ସ ମୋ ଭାଗ୍ୟରେ ନାହିଁ ବୋଲି ସେ କହିଛନ୍ତି ।

   Related Posts