Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇଟି ପ୍ଲାଣ୍ଟରେ ଦୁଇଦିନ ପାଇଁ କାର ଉତ୍ପାଦନ ବନ୍ଦ କରିବ ମାରୁତି ସୁଜୁକି

4/09/2019 at 4:32 PM

ନୂଆଦିଲ୍ଲୀ – ଦେଶର ସବୁଠାରୁ ବଡ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଦୁଇ  ଦିନ ପାଇଁ କାର୍‌ ଉତ୍ପାଦନ ବନ୍ଦ ରଖିବ ।  ଗୁରୁଗ୍ରାମ ଓ ମାନେସର ପ୍ଲାଣ୍ଟରେ  ସେପ୍ଟେମ୍ବର ୭ ଓ ୯ ତାରିଖରେ ଉତ୍ପାଦନ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।  ହରିୟାଣାରେ ଏହି ଦୁଇଟି ପ୍ଲାଣ୍ଟ ରହିଛି ।

କାର୍‌ ନିର୍ମାତା କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏହି ଦୁଇ ଦିନ ନୋ ପ୍ରଡକ୍ସନ ଡେଜ୍‌ ବା କୌଣସି ଉତ୍ପାଦନ ହେବ ନାହିଁ ବୋଲି ପ୍ରକାଶ କରାଯାଇଛି ।

ଏବେ କାର୍‌ ନିର୍ମାତା କମ୍ପାନୀମାନେ ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇଛନ୍ତି। କାର୍‌ ବିକ୍ରି କମିଛି । କାର୍‌ ନିର୍ମାଣକୁ ଅଗଷ୍ଟ ମାସରେ ୩୩.୯୯ ପ୍ରତିଶତ କମ୍ କରାଯାଇଛି ।  ଗତ ସାତମାସ ଧରି କାର୍‌ ନିର୍ମାଣ ହ୍ରାସ କରାଯାଇଛି ।

ଗତମାସରେ ୧,୧୦,୨୧୪ଟି ୟୁନିଟ କାର୍ ନିର୍ମାଣ କରାଯାଇଥିବା ବେଳେ ଅଗଷ୍ଟ ୨୦୧୮ ମସିହାରେ ୧,୬୬,୧୬୧ଟି କାର୍‌ ନିର୍ମାଣ କରାଯାଇଥିଲା ।  ଏହା ପ୍ରାୟ ୩୩.୬୭ ପ୍ରତିଶତ କମ୍‌ ।

ସେପ୍ଟେମ୍ବର ୧ ତାରିଖ ସୁଦ୍ଧା କାର୍‌ ବିକ୍ରିରେ ୩୩ ପ୍ରତିଶତ ହ୍ରାସ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

   Related Posts