Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ 5-T ସଚିବ, ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ମାସକୁ ୧୦ ହଜାର ଭେଣ୍ଟିଲେଟର ତିଆରି କରିବ ମାରୁତି ସୁଜୁକି, ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

28/03/2020 at 6:20 PM

ନୂଆଦିଲ୍ଲୀ, ୨୮|୦୩ : ଅଟୋ ମୋବାଇଲ କମ୍ପାନୀ ମାରୁତି ସୁଜୁକି ଶନିବାର ଅଗଭା ହେଲଥ୍ କେୟାର ସହ ମିଳିତ ଉଦ୍ୟମ ମାସିକ ୧୦ ହଜାର ଭେଣ୍ଟିଲେଟର ତିଆରି କରିବ ବୋଲି ଶନିବାର କହିଛି । ଏହା ଭାରତରେ ଭେଣ୍ଟିଲେଟର ଅଭାବକୁ ଦୂର କରିବ ବୋଲି ବିଶ୍ୱର ଅଗ୍ରଣୀ କାର ନିର୍ମାତା ସୂଚନା ଦେଇଛି ।

ଏହି ମିଳିତ ଉଦ୍ୟମରେ ଅଗଭା ହେଲଥ୍ କେୟାର ଭେଣ୍ଟିଲେଟର ପାଇଁ ସମସ୍ତ ଜ୍ଞାନ କୌଶଳ ଉପଯୋଗ କରିବ । ଏହି ସଂସ୍ଥା ସମସ୍ତ ଭେଣ୍ଟିଲେଟରର ବିକ୍ରୟ ଦାୟିତ୍ୱ ମଧ୍ୟ ନେବ । ମାରୁତି ଅଟୋମୋବାଇଲ ପାର୍ଟସକୁ ଭେଣ୍ଟିଲେୟର ନିର୍ମାଣରେ ଉପଯୋଗ କରାଯିବ । ଉନ୍ନତ ମାନର ଉପକରଣ କିପରି ଉତ୍ପାଦନ କରାଯିବ ତାହା ଉପରେ ମାରୁତି ସୁଜୁକି ଗୁରୁତ୍ୱ ଦେବ ବୋଲି କମ୍ପାନୀ କହିଛି ।

ଏହାସହ ମାରୁତି ସୁଜୁକି ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇବ । ଏହାସହ ବିଭିନ୍ନ ଅନୁମତି ପ୍ରକ୍ରିୟାକୁ କମ୍ପାନୀ ଫ୍ରିରେ ଅଗଭା ହେଲଥ୍ କେୟାରକୁ ଯୋଗାଇବ ବୋଲି କହିଛି । ଏହାସହ ଉଭୟ କମ୍ପାନୀ ୨୦ ଲକ୍ଷ ମାସ୍କ ମଧ୍ୟ ପ୍ରସ୍ତୁତ କରିବେ ଯାହା ମାଗଣାରେ ହରିୟାଣା ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ । ଭେଣ୍ଟିଲେଟର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଆରମ୍ଭ ହେବ ବୋଲି କମ୍ପାନୀ ସୂଚନା ଦେଇଛି ।

   Related Posts