Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମାରୁତି ସୁଜୁକିର ମିନି ଏସୟୁଭି ଏସ୍-ପ୍ରେସୋ ଲଞ୍ଚ, ଜାଣନ୍ତୁ ମୂଲ୍ୟ କେତେ

30/09/2019 at 8:21 PM

ନୂଆଦିଲ୍ଲୀ: ମାରୁତି ସୁଜୁକିର ପ୍ରତିକ୍ଷିତ ଏସୟୁଭି ଲୁକ୍ ର ଛୋଟ କାର ଏସ୍-ପ୍ରେସୋ ଏବେ ବଜାରକୁ ଆସିଯାଇଛି। ଯାହାର ରାଜଧାନୀ ଦିଲ୍ଲୀରେ ଏକ୍ସ-ସୋ ରୁମ ପ୍ରାଇସ ୩ଲକ୍ଷ ୬୯ ହଜାର ଟଙ୍କା ଥିବା ବେଳେ ହାଇ ଭର୍ସନର ମୂଲ୍ୟ ୪.୯୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ବର୍ତ୍ତମାନ ବଜାରରେ ଉପଲବ୍ଧ ହୋଇଥିବା ମଡେଲ କେବଳ ପେଟ୍ରୋଲ ମଡେଲ ବୋଲି ଜଣାପଡିଛି।

୪ଟି ଭାରିଆଣ୍ଟରେ ଲଞ୍ଚ ହୋଇଥିବା ଏହି ମଡେଲ ଗୁଡିକ ହେଉଛି ଷ୍ଟାଣ୍ଡାର୍ଡ, ଏଲଏକ୍ସଆଇ, ଭିଏକ୍ସଆଇ ଓ ଭିଏକ୍ସଆଇ ପ୍ଲସ୍ । କାରରେ ୧୦ରୁ ଊର୍ଦ୍ଧ୍ୱ ସେଫ୍ଟି ଫିଚର୍ସ ଥିବା ବେଳେ ଆର୍ଥିକ ମାନ୍ଦାବସ୍ଥା ସମୟରେ ଏସୟୁଭି ଗ୍ରାହକଙ୍କ ପ୍ରଥମ ପସନ୍ଦ ହେବ ବୋଲି ମାରୁତି ସୁଜୁକି ଆଶାବ୍ୟକ୍ତ କରିଛନ୍ତି। ଗତ ୨୦୧୮ ଅଟୋ ଏକ୍ସପୋରେ ମାରୁତି ଏସ-ପ୍ରୋସୋର କନସେପ୍ଟ ଉପସ୍ଥାପନ କରିଥିଲା। ସେତେବେଳେ ଏହାକୁ ଫ୍ୟୁଚର ଏସ୍ ନାମରେ ନାମିତ କରାଯାଇଥିଲା।

ତେବେ ବଜାରରେ ମାରୁତିର ଏହି କାର ରେନଲ୍ଟ କ୍ୱିଡ୍ ସହ ସିଧା ମୁକାବିଲା କରିବ ବୋଲି ସମୀକ୍ଷକ କହୁଛନ୍ତି। ନିକଟରେ ରେନଲ୍ଟ ୨ଟି ନୂଆ ମଡେଲ ବଜାରକୁ ଛାଡିଛି। ଏଥିରେ ମାରୁତି ଏସ-ପ୍ରେସୋ ଏହାର ମୁକାବିଲା କରିବ ବୋଲି କୁହାଯାଉଛି। ୨୦୧୪ ମସିହାରେ ମାରୁତି ପ୍ରଥମେ ସେଲେରିଓ ବଜାରକୁ ଛାଡିଥିଲା। ଦୀର୍ଘ ବର୍ଷ ପରେ ମାରୁତିର ଏହା ପ୍ରଥମ ଏଣ୍ଟ୍ରି ଲେବଲ ହ୍ୟାଚ୍ ବ୍ୟାକ୍ ବୋଲି ଏବେ କୁହାଯାଉଛି। ମାରୁତିର ଏହି କାର କେବଳ ଭାରତ ନୁହେଁ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଏସୀୟ ଦେଶମାନଙ୍କୁ ମଧ୍ୟ ରପ୍ତାନୀ ହେବ।

   Related Posts