କାର୍ ନକିଣି ମଧ୍ୟ ହୋଇପାରିବେ ମାଲିକ, ମାରୁତି ସୁଜୁକି ଦେଉଛି ଦମଦାର୍ ଅଫର୍, ଦେବାକୁ ପଡିବନି କୌଣସି ଡାଉନ୍ ପେମେଣ୍ଟ୍

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ, ୩୦|୦୮: କାର୍ କିଣିବା ପ୍ରାୟ ସମସ୍ତଙ୍କର ସ୍ୱପ୍ନ ରହିଥାଏ । କିନ୍ତୁ ଅନେକ ବ୍ୟକ୍ତି ଅର୍ଥାଭାବ ଯୋଗୁଁ କାର୍ କିଣିପାରନ୍ତି ନାହିଁ । ଏବେ କିନ୍ତୁ ମାରୁତି ସୁଜୁକି ପକ୍ଷରୁ ଏକ ଆକର୍ଷଣୀୟ ଅଫର୍ ପ୍ରଦାନ କରାଯାଇଛି । ଏଥିରେ ଆପଣ କାର୍ ନକିଣି ମଧ୍ୟ କାର୍ ମାଲିକ ହୋଇପାରିବେ ।

ମାରୁତି ସୁଜୁକି ସବସ୍କ୍ରାଇବ୍ ନାମରେ ଏକ ପ୍ରୋଗ୍ରାମ ଆରମ୍ଭ କରିଛି । ଏଥିରେ ନୂଆ ସ୍ୱିଫ୍ଟ, ଡିଜାୟାର, ବ୍ରିଜା, ବଲେନୋ, ସିୟାଜ ଓ ଏକ୍ସଏଲ୬ ଆଦି କାରକୁ ୧୨, ୧୮, ୨୪, ୩୦, ୩୬ କିମ୍ବା ୪୨ ମାସ ପାଇଁ ଘରକୁ ନେଇପାରିବେ । କମ୍ପାନୀ ତରଫରୁ ଗ୍ରାହକଙ୍କୁ କାର୍ ଓ ଅବଦ୍ଧି ଚୟନ କରିବାର ସ୍ୱାଧିନତା ମିଳିବ । ଅର୍ଥାତ ଆପଣ ନିଜ ଇଚ୍ଛାରେ କାରକୁ ଘରକୁ ନେଇପାରିବେ ।

ଏହି ଅଫରରେ ଗ୍ରାହକଙ୍କୁ କୌଣସି ମେଣ୍ଟେନାନ୍ସ ଓ ଇନ୍ସୁରାନ୍ସ ଅର୍ଥ ଦେବାକୁ ପଡିବ ନାହିଁ । ଏପରିକି ଡାଉନ ପେମେଣ୍ଟର ମଧ୍ୟ ଆବଶ୍ୟକତା ନାହିଁ । କେବଳ କାର୍ ବାବଦରେ ମାସିକ ଭଡା ଦେବାକୁ ପଡିବ । ସବସ୍କ୍ରିପସନ୍ ଅଫର୍ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଗ୍ରାହକଙ୍କୁ ବାୟବ୍ୟାକ୍ ସୁବିଧା ମଧ୍ୟ ମିଳିପାରିବ ।

ଯଦି ଆପଣ ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ଡିଲରଙ୍କ ପାଖକୁ ଯିବାକୁ ପଡିବ । ନଚେତ୍  www.marutisuzuki.com/ subscribe ଓ୍ୱେବସାଇଟରେ ଫର୍ମ୍ ସବମିଟ୍ କରିବାକୁ ପଡିବ । ଏହି ଫର୍ମରେ ମୋବାଇଲ ନମ୍ବର ସହ ଅନେକ ତଥ୍ୟ ଦେବାକୁ ପଡିବ । ଏହାପରେ କମ୍ପାନୀ ଆପଣଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରିବ । ଏବେ କିନ୍ତୁ ଏହି ସୁବିଧା କେବଳ ବେଙ୍ଗାଲୁରୁ, ପୁଣେ, ହାଇଦ୍ରାବାଦ ଓ ଗୁରଗାଓଁରେ ପ୍ରଦାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.