ମାରୁତିର ଦୀପାବଳି ଧମାକା ! ଏହି କାର୍‌ରେ ମିଳୁଛି ୫୦ ହଜାର ଟଙ୍କାରୁ ଅଧିକ ବମ୍ପର ରିହାତି

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦।୧୦: ଦେଶବ୍ୟାପୀ ଉତ୍ସବର ମାହୋଲ । ଏହାକୁ ଦୃଷ୍ଟିରେ ରଖି କାର୍ ନିର୍ମାତାମାନେ ନିଜ ନିଜ ଉତ୍ପାଦ ଉପରେ ରିହାତି ଅଫର ଦେଉଛନ୍ତି । ଏମିତିରେ ଭାରତତର ଏକ ନମ୍ବର ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ବଛା ବଛା କାର୍ ଉପରେ ରିହାତି ଦେଉଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କମ୍ପାନୀ କେଉଁ କାର୍ ରେ କେତେ ରିହାତି ମିଳୁଛି ।

ମରୁତି ସୁଜୁକି ଡିସାଇର :

{"id":353191,"sizeSlug":"large"}

କମ୍ପାନୀ କିଛି ଦିନ ପୂର୍ବରୁ ଏହି କାରର ପ୍ଲାଷ୍ଟିକ ଭର୍ସନ ଲଞ୍ଚ୍ କରିଥିଲା । ଏହି ମାସରେ ଯଦି ଆପଣ ପ୍ରି-ଫେସଲିଫ୍ଟ ଭର୍ସନ କ୍ରୟ କରୁଛନ୍ତି ତେବେ ୫୭୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ୍ ପାଇପାରିବେ । ସେହିଭଳି ଫିସଲିଫ୍ଟ ଭର୍ସନରେ ଆପଣ ୪୨,୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ୍ ପାଇପାରିବେ । ଏଇ ନିକଟରେ କମ୍ପାନୀ ଏଥିରେ ଏକ ଛୋଟ ପରିବର୍ତ୍ତନ କରିଛି । ଏବେ ଏହା ମଧ୍ୟ ବିଏସ୬ ଇଞ୍ଜିନରେ ଉପଲବ୍ଧ ଅଛି । କମ୍ପାନୀ ଏହାର ଡିଜେଲ ଇଞ୍ଜିନ ଭାରିଏଣ୍ଟକୁ ବନ୍ଦ କରିଦଇଛି ।

ମରୁତି ସୁଜୁକି ସିଆଜ :

{"id":353192,"sizeSlug":"large"}

ମାରୁତିର ଏହି କାର୍ ଉପରେ ଅକ୍ଟୋବର ୨୦୨୦ରେ ୫୯,୨୦୦ ଟଙ୍କା ରିହାତି ଦେଉଛି । ସେହିଭଳି ଏହି କାର୍ ର ଟପ୍ ଟ୍ରିମ୍ କ୍ରୟ ଉପରେ ୪୯,୨୦୦ ଟଙ୍କାର ରିହାତି ମିଳୁଛି ।

ମରୁତି ସୁଜୁକି ଏସ ପ୍ରେସୋ :

{"id":353193,"sizeSlug":"large"}

ଏହି କମ୍ପାନୀର ଛୋଟ ଏସୟୁଭି କାର୍ ଗତ ବର୍ଷ ଲଞ୍ଚ୍ କରାଯାଇଛି । ଚଳିତ ବର୍ଷ କାର୍ କ୍ରୟ ଉପରେ ୫୨,୦୦୦ ଟଙ୍କାର ରିହାତି ମିଳିବ । ମାରୁତିର ଏହି ମାଇକ୍ରୋ ଏସୟୁଭି ବଜାରରେ ଟାଟା ଟିଆଗୋ ଓ ରେନୋ କ୍ବିଡ୍ କୁ ଟକ୍କର ଦେଉଛି । କମ୍ପାନୀ ଏହାକୁ ପେଟ୍ରୋଲ ଏବଂ ସିଏନଜି ଭାରିଏଣ୍ଟରେ ଲଞ୍ଚ୍ କରିଛି । ଏଥିରେ ଆପଣଙ୍କୁ ମାନୁଆଲ ଏବଂ ଏଏମଟି ଗିୟରବକ୍ସର ବିକଳ୍ପ ଉପଲବ୍ଧ ହେବ ।

ମରୁତି ସୁଜୁକି ସେଲେରିଓ :

{"id":353194,"sizeSlug":"large"}

ଏହି କାର୍ ଉପରେ କମ୍ପାନୀ ୫୩,୦୦୦ ଟଙ୍କାର ରିହାତି ପ୍ରଦାନ କରୁଛି । ଏଥିରେ ୨୮,୦୦୦ ଟଙ୍କାର କ୍ୟାସ୍, ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଏବଂ ୫,୦୦୦ ଟଙ୍କାର କର୍ପୋରେଟ୍ ରିହାତି ଦିଆଯାଉଛି । ସେଲେରିଓ ହାଚବ୍ୟାକ୍ ଛୋଟ କାର୍ ରେ ସବୁଠୁ ଆକର୍ଷଣୀୟ । କମ୍ପାନୀ ଏହାକୁ ବିଏଲ୬ ଇଞ୍ଜିନରେ ଲଞ୍ଚ୍ କରିଛି । ଏଥିରେ ମଧ୍ୟ ପେଟ୍ରୋଲ ଏବଂ ସିଏନଜି ଇଞ୍ଜିନ କ୍ରୟ କରିବାର ବିକଳ୍ପ ରହିବ । ଏଥିରେ ମାନୁଆଲ ଏବଂ ଏଏମଟି ଗିୟରବକ୍ସର ବିକଳ୍ପ ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.