Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜାରକୁ ଆସିଲା ମାରୁତିର ନୂଆ ଇଗ୍ନିସ୍ : ଜାଣନ୍ତୁ କ’ଣ ରହିଛି ଫିଚର୍

8/02/2020 at 2:38 PM

ନୂଆଦିଲ୍ଲୀ ୮/୨: ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୦ର ତୃତୀୟ ଦିନ ଶୁକ୍ରବାର ମାରୁତି ସୁଜୁକୀର ନୂଆ ଇଗ୍ନିସର ଝଲକ ସାମନାକୁ ଆସି ଯାଇଛି। ପେଟ୍ରୋଲ୍ ଇଞ୍ଜିନ୍ ଥିବା ନୂଆ କମ୍ପାକ୍ଟ ସ୍ପୋର୍ଟସ୍ ୟୁଟିଲିଟି ବେହିକଲ୍ ଇଗ୍ନିସର ବୁକିଙ୍ଗ୍ ଆରମ୍ଭ ହୋଇଯାଇଛି।

ମାରୁତି ସୁଜୁକୀର ନେକ୍ସା ପୋର୍ଟଫୋଲିଓରେ ଇଗ୍ନିସର ଖାସ୍ ସ୍ଥାନ ରହିଛି। ଏହା ଚଲାଇବାକୁ ସହଜ ହୋଇଥାଏ। ଲୋକଙ୍କୁ ଏସୟୁବି ଭଳି ଉଚ୍ଚା ସିଟ୍ ଏବଂ ରାସ୍ତାରେ ଉପସ୍ଥିତି ଦେଖାଉଥିବା ଫିଚର ଗାଡ଼ି ପସନ୍ଦ। ଏସୟୁବି ଭଳି ଡିଜାଇନ୍ ଏବଂ ଭିତରେ ସ୍ପେସ୍ ଯୋଗୁଁ ଇଗ୍ନିସ୍ ଗ୍ରାହକଙ୍କୁ ପସନ୍ଦ ଆସିବ।

ନୂଆ ଇଗ୍ନିସରେ ବିଏସ୬ କମ୍ପ୍ଲାଏଣ୍ଟ ୧.୨ଲିଟର କେ୧୨ ପେଟ୍ରୋଲ୍ ଇଞ୍ଜିନ୍ ରହିଛି। ଏହି ଇଞ୍ଜିନ୍ ୮୨ବିଏଚପି ପାଓ୍ବାର ଏବଂ ୧୧୩ଏନଏମ୍ ଟାର୍କ ଜେନେରେଟ୍ କରିଥାଏ। ଏଥିରେ ୫-ସ୍ପିଡ ମ୍ୟାନୁଏଲ୍ ଏବଂ ଏଏମଟି ଗିୟରବକ୍ସ ରହିଛି। ଏହି କାରରେ ୧୭.୭୮ ସେଣ୍ଟିମିଟରର ସ୍ମାର୍ଟପ୍ଲେ ଷ୍ଟୁଡିଓ,କ୍ଲାଉଡ ସହ ଯୋଡ଼ିବାକୁ ସକ୍ଷମ ଇନଫୋଟେନମେଣ୍ଟ ସିଷ୍ଟମ୍,ଟ୍ରାଫିକର ତାଜା ଅବସ୍ଥା କହିବା,କଣ୍ଠସ୍ବରର ପରିଚୟ ନିମନ୍ତେ,ଚାଳକକୁ ସୁରକ୍ଷା ପ୍ରତି ସଚେତନ କରିବା ଭଳି ଅନେକ ଫିଚର ଦିଆଯାଇଛି।

ଯଦି କଲର କଥା କହିବା ତେବେ ଇଗ୍ନିସରେ ଦୁଇଟି ନୂଆ ଅପ୍ସନ୍ ଏବଂ ୩ଟି ନୂଆ ଡ୍ୟୁଆଲ-ଟୋନ୍ କଲର ଅପ୍ସନ୍ ଦିଆଯାଇଛି।

   Related Posts