ଜାନୁଆରୀରୁ ମାରୁତିର ସବୁ କାର୍ ହେଇଯିବ ମହଙ୍ଗା ,ଜାଣନ୍ତୁ କାହିଁକି
5/12/2018 at 5:54 PM

ନୂଆଦିଲ୍ଲୀ ; ୫/୧୨- ଆସନ୍ତା ବର୍ଷ ଆରମ୍ଭରୁ ମାରୁତି ବଢ଼ାଇଦେବ ତାର ସମସ୍ତ କାର୍ ର ଦାମ୍ । ଏ ଖବର ହୁଏତ ନୂଆବର୍ଷ ପରେ ଗାଡ଼ି କିଣିବାକୁ ଭାବିଥିବା ଗ୍ରାହକଂକୁ ଟିକେ ଝଟକା ଦେଇପାରେ । କଥାଟା କିନ୍ତୁ ସତ । ବିଦେଶୀ ମୁଦ୍ରା ବିନିମୟର ଦର ଭାରତୀୟ ବଜାର ଉପରେ କୁପ୍ରଭାବ ପକାଉଥିବାରୁ ଏହି ନିଷ୍ପତ୍ତି ମାରୁତି କଂପାନୀ ନେଇଥିବାର ଜଣାଯାଇଛି । ଶେୟାର ବଜାରର ପୁଂଜିନିବେଶ ପ୍ରତିକୂଳତା ଓ ବିଭିନ୍ନ ଯନ୍ତ୍ରପାତିର ମୂଲ୍ୟ ବଢ଼ୁଥିବାରୁ ଆଗାମୀ ଦିନରେ ମାରୁତି କାର୍ ର ଦାମ ବଢ଼ିବ ବୋଲି କଂପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ମାରୁତିର ସ୍ପେୟାର ପାର୍ଟସ ନିର୍ମାଣ କରୁଥିବା ଆଇସୁଜୁ ମୋଟର ବିଭିନ୍ନ ପାର୍ଟସର ଦାମ ବଢ଼ାଇଥିବା କାରଣରୁ ମଧ୍ୟ ଏହି ଦର ବୃଦ୍ଧି ହୋଇଛି ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ମାରୁତି-୮୦୦ ମୂଲ୍ୟ ୨.୫୩ଲକ୍ଷ ଥିବା ବେଳେ ଏସ-କ୍ରସର ମୂଲ୍ୟ୧୧.୪୫ ଲକ୍ଷ ମୂଲ୍ୟ ଅଛି । ଏହା ଆସନ୍ତା ଜାନୁଆରୀ ମାସରୁ ପ୍ରାୟ ୧ଲକ୍ଷ ଟଂକା ଯାଏଁ ବଢ଼ିଯିବ ବୋଲି ସୂଚନା ମିଳିଛି ।
କେବଳ ମାରୁତି କାହିଁକି ଟୟଟା କିର୍ଲୋସ୍କର ମଧ୍ୟ ଜାନୁଆରୀ ଆରମ୍ଭରୁ ତା କଂପାନୀର କାର୍ ଦାମ ବଢ଼ାଇବାକୁ ସ୍ଥିର କରିଛି । ବିଭିନ୍ନ ଗାଡ଼ିର ମଡ଼େଲ ଉପରେ ୪ପ୍ରତିଶତ ଯାଏଁ ଦାମ ବଢ଼ାଇବାକୁ କମ୍ପାନୀ ସ୍ଥିର କରିଛି ବୋଲି ସୂଚନା ଦେଇଛି । ମୁଦ୍ରାସ୍ପିତି ବୃଦ୍ଧିୟୋଗୁଁ କାର୍ ତିଆରି କରିବା ମହଙ୍ଗା ପଡ଼ୁଥିବାରୁ ଏଭଳି ମୂଲ୍ୟ ବୃଦ୍ଧି ଘଟୁଚି ବୋଲି ଟୟଟା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଶେ୍ୟାର ବଜାରରେ ମାରୁତି ସୁଜିକିର ପ୍ରଭୃତ କ୍ଷତି ଘଟିଛି । ମଂଗଳବାର ସୁଦ୍ଧା ସୂଚକାଂକ ଶେୟାର ମାର୍କେଟରେ ତଳକୁ ଖସିଯିବା କାରଣରୁ ଲଗାତର କ୍ଷତି ସହିବାକୁ ପଡ଼ିଛି,ଯାହା କଂପାନୀକୁ ଅଧିକ ପରିମାଣରେ ପ୍ରଭାବିତ କରିଛି ।
ଏହିସବୁ କାରଣରୁ ଆସନ୍ତା ମାସ ଠାରୁ ମାରୁତି ୧ଲକ୍ଷ ଯାଏଁ କାର୍ ର ମୂଲ୍ୟ ବଢ଼ାଇବାକୁ ସ୍ଥିର କରିଛି ।