Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ନୂଆ ଲୁକ୍‌ରେ ଆସୁଛି ମାରୁତୀ ଜିପ୍‌ସି, ଜାଣନ୍ତୁ ସବିଶେଷ ତଥ୍ୟ…

11/08/2019 at 2:49 PM

ମାରୁତୀ ନିଜର ୨୮ ବର୍ଷ ପୁରୁଣା ମାରୁତୀ ଜିପ୍ସି ଏସୟୁଭିକୁ ପୂରା ନୂଆ ରଂଗ ଓ ରୂପରେ ଲଂଚ କରିବାକୁ ଯାଉଛି। ୨୦୧୮ ମସିହା ଅକ୍ଟବର ମାସରେ ମାରୁତି ଘୋଷଣା କରିଥିଲା ଯେ, ୨୦୧୯ ମସିହା ଏପ୍ରିଲ ମାସରେ ମାରୁତି ଜିପ୍‌ସିର ଉତ୍ପାଦନ ବନ୍ଦ କରିଦେବ। ହେଲେ ଏବେ ବି ସେନାବାହିନୀରେ ଜିପ୍ସିର ବ୍ୟବହାର ଚାଲିଛି । ଭାରତରେ ମାରୁତୀ ଜିପ୍‌ସି ଏବେ ମଧ୍ୟ ସେବା ଯୋଗାଛି। ଏବେ କିଛି ଦିନ ତଳେ ରିପୋର୍ଟ ଆସିଛି ଯେ, ମାରୁତି ଏବେ ଜିପ୍‌ସିର  ନୂଆ ଭର୍ସନ ଲଂଚ କରିବ। ଏହା ମାରୁତୀ ଜିମ୍ନିର ନୂତନ ସଂସ୍କରଣ ହେବ ।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ମାରୁତୀ ଜିମ୍ନିର ନୂଆ ମଡେଲ ଲଂଚ ହେବ। ମାରୁତୀ ଜିମ୍ନି ହେଉଛି ମାରୁତୀ ଜିପ୍ସିର ୪ର୍ଥ ନୂତନ ସଂସ୍କରଣ ବା ୪ର୍ଥ ପିଢୀ । ମାରୁତୀ ସୁଜୁକି ଏବେ ମିନି ଏସୟୁଭି ଡେଭଲପ୍‌ କରୁଛି। ନୂଆ ଏସ୍‌ୟୁଭି କେବଳ ଖରାପ ରାସ୍ତାରେ ଭଲ ଚାଲିବା ଗାଡି ହେବ ନାହିଁ ବରଂ  ପ୍ରତିଦିନ ବ୍ୟବହାର କରିବା ପାଇଁ ମଧ୍ୟ ଭଲ ଗାଡି ହେବ।  

ମାରୁତୀ ଜିପ୍ସିର ୪ର୍ଥ ପିଢୀ ଗାଡି ମାରୁତୀ ଜିମ୍ନିକୁ ଗତ ବର୍ଷ ଜାପାନରେ ଲଂଚ କରାଯାଇଥିଲା। ଏବେ ଏହା ଅନେକ ଦେଶରେ ବିକ୍ରି ହେଉଛି। ଏହାର ଅଫରୋଡର ଫିଚର ପାଇଁ ଲୋକେ ଏହି ଗାଡିକୁ ବେଶ ପସନ୍ଦ କରୁଛନ୍ତି। ପ୍ରଥମ ମଡେଲ ତୁଳନାରେ ନୂଆ ମଡେଲ ଅଧିକ ପାୱାରଫୁଲ, ସୁରକ୍ଷିତ ଓ ମର୍ଡନ ହେବ।

ଏବେ ଜିମ୍ନି ଜାପାନରେ ନିର୍ମାଣ ହେଉଛି ଓ ସେଠାରୁ ଅନ୍ୟ ଦେଶକୁ ଯାଉଛି। ଭାରତରେ ଏହାର ନିର୍ମାଣ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ କମ୍ପାନୀ ନିଜର ମିନି ଏସୟୁଭି ଗାଡିକୁ ଗୁଜରାଟର ମାରୁତି ଫ୍ୟାକ୍‌ଟ୍ରିରେ ତିଆରି କରିବ।

ସୁଜୁକି ଏହାର ବଡ ହୁଇଲ୍ ବେସ୍‌ଡ ଭର୍ସନ୍‌ରେ କାମ କରିବ। ଏଥିରେ ୫ଟି କବାଟ ସହ ଭିତରେ ବସିବା ପାଇଁ ମଧ୍ୟ ଅଧିକ ଯାଗା ରହିବ। ଭାରତରେ ଏହି ଭର୍ସନ ଲଂଚ କରିବା ପରେ ହିଟ୍‌ ହୋଇପାରେ ବୋଲି ଆଶା କରାଯାଉଛି। ଏବେ ଜିମ୍ନି ୨ଟି ଇଂଜିନ, ୬୬୦ ସିସିର ତିନୋଟି ସିଲିଣ୍ଡର ଟର୍ବୋ ପେଟ୍ରୋଲ ଓ ୧.୫ ଲିଟରର ୪ଟି ସିଲିଣ୍ଡରର ସିରିଜ ପେଟ୍ରୋଲ ଇଂଜିନ ସହ ମାର୍କେଟରେ ଚାଲିଛି।

୬୬୦ ସିସିର ଇଂଜିନ ଜାପାନରେ ବହୁ ଲୋକପ୍ରିୟ। ଏହି ଇଂଜିନ ପ୍ରଥମରୁ ଆର୍ଟିଗା ଓ ସିୟାଜରେ ବିକ୍ରି କରାଯାଉଛି ଓ ଶୀଘ୍ର ବିଟାରା ବ୍ରେଜାରେ ମଧ୍ୟ ଲଂଚ କରାଯିବ। ୫ଟି ସ୍ପିଡ ମାନୁଆଲ ଗିୟରବକ୍ସ ସହ ଏହି ଇଂଜିନ୍‌ ୧୦୪ ବିଏଚ୍‌ପିର ପାୱାର ଦିଏ ଓ ୧୩୫ ଏନ୍‌ଏମ୍‌ର ଟର୍କ ଦେଇଥାଏ।  

ଭାରତରେ ଲଂଚ ହେବାକୁ ଯାଉଥିବା ଜିମ୍ନିକୁ ଫୋର ସ୍ପିଡ୍‌ ଟର୍କ କନଭଟର ସହ ମଧ୍ୟ ଲଂଚ କରାଯାଇପାରେ। ଏଥିରେ ରଗ୍ଡ ଲେଡର ବେସ୍‌ଡ ଚେସିସ୍‌, ଏୟାରବ୍ୟାଗ, ଏବିଏସ୍‌, ଇଏସ୍‌ପି, ପାୱର ଷ୍ଟିୟରିଂ, ରିଭର୍ସ ପାର୍କିଂ ସେନ୍ସର୍ସ, ଏୟାର କଣ୍ଡିସନିଂ, ଏଣ୍ଡ୍ରଏଡ ଅଟୋ ଓ ଏପଲ୍‌ କାରପ୍ଲେ ସପୋର୍ଟର ଟଚ୍ଚସ୍କ୍ରିନ୍‌ ଇଂଫୋଟେନମେଣ୍ଟ ସିଷ୍ଟମ ଦିଆଯାଇପାରେ। ଏହାର ଦାମ ୫-୭ ଲକ୍ଷ ଟଙ୍କା ମଧ୍ୟରେ ରହିବ।

   Related Posts