ମାରୁତୀ ଏସ୍-ପ୍ରେସୋ ବନାମ ରେନୋ କ୍ୱିଡ: ଜାଣନ୍ତୁ କେଉଁଟି ଆପଣଙ୍କ ଲାଗି ଉପଯୁକ୍ତ

Published By : Prameya-News7 Bureau | October 04, 2019 IST

ଭାରତର ଏଣ୍ଟ୍ରି ଲେବଲ କ୍ରସ୍ ହେଚ୍ ବ୍ୟାକ୍ ସେଗମେଣ୍ଟରେ ମାରୁତି ଏସ-ପ୍ରେସୋ ଓ ରେନଲ୍ଟ କ୍ୱିଡ୍ ଫେସ ଲିଫ୍ଟର ନୂଆ ଏଣ୍ଟ୍ରି ହୋଇଛି। ଏହି କାର ଦୁଇଟିର ଲୁକ୍ ଠିକ୍ ଏସୟୁଭି ଭଳି । ତେବେ ସବୁଠାରୁ ବଡ କଥା ହେଉଛି ଦୁଇଟି କାରର ଫିଚର ବି ପ୍ରାୟ ପାଖାପାଖି। ମାରୁତି ଏସ-ପ୍ରେସୋର ପ୍ରାରମ୍ଭିକ ମୂଲ୍ୟ ୩.୬୯ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ ସର୍ବାଧିକ ଏକ୍ସ-ସୋରୁମ ପ୍ରାଇସ୍ ୪.୯୧ ଲକ୍ଷପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ରେନଲ୍ଟ କ୍ୱିଡ୍ ଫେସଲିଫ୍ଟ ୨.୮୩ ଲକ୍ଷରୁ ଆରମ୍ଭ ହୋଇ ସର୍ବାଧିକ ଏକ୍ସ-ସୋରୁମ ପ୍ରାଇସ୍ ୪.୮୫ଲକ୍ଷ ଟଙ୍କା ରହିଛି। କାରଦେଖୋ ଡଟକମ୍ ଫିଚର ସମୀକ୍ଷା ଅନୁସାରେ ଉଭୟ ଏଣ୍ଟ୍ରିଲେବୁଲ କାରର ଫିଚର ପ୍ରାୟ ଏକ ଥିବାରୁ ଏବେ କାର କିଣିବାକୁ ଗ୍ରାହକ   କନଫ୍ୟୁଜନ ପଡିଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ଉଭୟ କାରର କଣ ରହିଛି ଫିଚର।

{"id":166340}

ମାରୁତି ଏସ-ପ୍ରେସୋ ୩ ହଜାର ୫୬୫ ମିଲିମିଟର ଲମ୍ବା ହୋଇଥିବା ବେଳେ ରେନଲ୍ଟ କ୍ୱିଡ୍ ଫେସ ଲିଫ୍ଟର ଲମ୍ବା ୩୭୭୧ ମିଲିମିଟର ରହିଛି। ସେହିପରି ଏସ୍-ପ୍ରେସୋର ଚୌଡା ୧୫୨୦ ମିଲିମିଟର ହୋଇଥିବା ବେଳେ କ୍ୱିଡ୍ ଫେସଲିଫ୍ଟ ୧୫୭୯ ମିଲିମିଟର ଚୌଡା ରହିଛି। ଏସ-ପ୍ରେସୋ  ବିନା ରୁଫ ରେଲସ୍ ରେ ୧୫୪୯ ମିଲିମିଟର ଉଚ୍ଚ ହୋଇଥିବା ବେଳେ ଫେସଲିଫ୍ଟ ୧୪୭୪ ମିଲିମିଟର ହାଇଟ୍ ରହିଛି। ରୁଫ ରେଲ ସହିତ ଏସପ୍ରେସୋ ୧୫୬୪ ମିଲିମିଟର ଉଚ୍ଚତାର ହୋଇଥିବା ବେଳେ ଫେସଲିଫ୍ଟ ୧୪୯୦ ମିଲିମିଟର ହାଇଟର । ଏସ-ପ୍ରେସୋର ହ୍ୱିଲ ବେସ୍ ୨ହଜାର ୩୮୦ ମିଲିମିଟର ରହିଥିବା ବେଳେ କ୍ୱିଡ ଫେସଲିପ୍ଟର ୨ହଜାର ୪୨୨ ମିଲିମିଟର। ଏସ-ପ୍ରେସୋର ବୁଟ୍ ସ୍ପେସ୍ ୨୭୦ ଲିଟର ହୋଇଥିବା ବେଳେ ଫେସଲିଫ୍ଟର ୨୭୯ ଲିଟର । ଏସପ୍ରେସୋ ଗ୍ରାଉଣ୍ଡ କ୍ଲିୟରାନ୍ସ ୧୮୦ ମିଲିମିଟର ଥିବା ବେଳେ ଫେସଲିଫ୍ଟ ର ରହିଛି ୧୮୪ ମିଲିମିଟର।

{"id":166341}

ଇଞ୍ଜିନ କ୍ଷମତାରେ ଏସ-ପ୍ରେସୋର ୯୯୮ ସିସି (ବିଏସ-୬) ଇଞ୍ଜିନ ଥିବା ବେଳେ ଫେସଲିଫ୍ଟରେ ୭୯୯ ସିସିରୁ ୯୯୯ ସିସି (ବିଏସ-୪) ଇଞ୍ଜିନ ରହିଛି। ଏସ-ପ୍ରେସୋର ପାୱାର ୬୮ ପିଏସ୍ ଥିବା ବେଳେ ଫେସଲିଫ୍ଟର ୫୪ପିଏସ୍ ରୁ ୬୮ ପିଏସ ପର୍ଯ୍ୟନ୍ତ ରହିଛି। ଏସପ୍ରେସୋର ଟର୍କ ୯୦ ଏନଏମ ଥିବା ବେଳେ ଫେସଲିଫ୍ଟ ୭୨ ଏନଏମରୁ ୯୧ ଏନଏମ ପର୍ଯ୍ୟନ୍ତ ରହିଛି। ଉଭୟ ଗାଡିରେ ଟ୍ରାନ୍ସମିସନ ଏକା ହୋଇଥିବା ବେଳେ ମାଇଲେଜରେ ଏସ-ପ୍ରେସୋ ୨୧.୪ରୁ ୨୧.୭ କିମି ଓ ଫେସଲିଫ୍ଟ  ୨୩.୦୧ରୁ ୨୫.୧୭ କିମି ଗତି କରିପାରୁଛନ୍ତି। ଉଭୟ ଗାଡିର ସୁରକ୍ଷା ଫିଚର ଏକା ହୋଇଥିବା ବେଳେ ଏକ୍ସଟେରିୟର, ଇଣ୍ଟିରିୟର, କମ୍ଫର୍ଟ ଓ ଅଡିଓ ଏକାଭଳି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.