ବିକ୍ରି ହୋଇଥିବା ୪୦ ହଜାର ମାରୁତି ସୁଜୁକି ଓ୍ୱାଗନର କାରକୁ ସୋରୁମ୍‌କୁ ଡକାଗଲା, ଏହା ହେଉଛି କାରଣ

Published By : Prameya-News7 Bureau | August 23, 2019 IST

ନୂଆଦିଲ୍ଲୀ .- ଦେଶର ସର୍ବବୃହତ କାର ନିର୍ମାତା ମାରୁତି ସୁଜୁକି ୪୦ ହଜାର ମାରୁତି ଓ୍ୱାଗନର କାରକୁ ପୁଣିଥରେ  ଯାଞ୍ଚ କରିବା ପାଇଁ ସୋରୁମ୍‌କୁ ଡକାଇଛି । ଇଞ୍ଜିନରେ ଲାଗିଥିବା ଏକ ତେଲ ନଳୀ ବା ପାଇପରେ କିଛିଟା ଯାନ୍ତ୍ରିକ ତ୍ରୁଟି ରହିଥିବା କାରଣରୁ କମ୍ପାନୀ ଏହାକୁ ଯାଞ୍ଚ କରିବା ପାଇଁ ଚାହୁଁଛି । ଏପରି ଯାନ୍ତ୍ରିକ ତ୍ରୁଟିଥିବା ୪୦,୬୧୮ଟି କାର୍‌ ବିକ୍ରି ହୋଇଛି।

୨୦୧୮ ମସିହା ନଭେମ୍ବର ୧୫ ତାରିଖରୁ ୨୦୧୯ ମସିହା ଅଗଷ୍ଟ ୧୨ ମଧ୍ୟରେ ତିଆରି ହୋଇଥିବା ଓ୍ୱାଗନର କାରରେ ଏପରି ଯାନ୍ତ୍ରିକ ତ୍ରୁଟି ରହିଥିବା କଥା କମ୍ପାନି ପକ୍ଷରୁ ଆଶଙ୍କା କରାଯାଇଛି ।

ତେଲ ନଳୀରେ ଥିବା ଏହି ତ୍ରୁଟିକୁ  ଠିକ୍‌ କରିବା ପାଇଁ କମ୍ପାନୀ ୪୦,୬୧୮ଟି କାର୍‌କୁ ସୋରୁମ୍‌କୁ ଡକାଇଛି ।

{"id":148000}

ଏହାକୁ କିଣିଥିବା ବ୍ୟକ୍ତିଙ୍କୁ ମାରୁତିର ସୋ ରୁମ୍‌ ପକ୍ଷରୁ ଯୋଗ ଯୋଗ କରାଯାଉଛି। କମ୍ପାନୀ ଏହି ତ୍ରୁଟି ଥିବା ଅଂଶଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଠିକ୍‌ କରିବା ବୋଲି କହିଛି।

ଗତ ବର୍ଷ ଜୁଲାଇରେ ମାରୁତି ୧୨୭୯ଟି ସ୍ୱିଫ୍ଟ ହାଚବ୍ୟାକ ଓ ଡିଜାଏର୍‌  କମ୍ପକ୍ଟ ସିଡାନ କାରକୁ ସୋ ରୁମକୁ ଡକାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.