ନୂଆ ଓ ପ୍ରିମିୟମ ରୂପରେ ଲଞ୍ଚ ହେବ ମାରୁତି WagonR, ଏପରି ହେବ ଫିଚର

Published By : Prameya-News7 Bureau | September 21, 2019 IST

ମାରୁତି ତାର ସବୁଠାରୁ ଲୋକପ୍ରୀୟ କାର ୱାଗ୍ନରକୁ ଏବେ ପ୍ରିମିୟମ ରୂପରେ ଲଞ୍ଚ କରିବାକୁ ଯାଉଛି। କିଛି ଦିନ ପୂର୍ବରୁ ଇର୍ଟିଗାର ପ୍ରିମିୟମ ଭର୍ସନ ଏକ୍ସଏଲ-୬ ଲଞ୍ଚ କରି ବେଶ ସଫଳତା ପାଇଛି ମାରୁତି । ଏଣୁ ୱାଗ୍ନରକୁ  ଏବେ ପ୍ରିମିୟମ ଲୁକ୍ ଦେବ ।  ତେବେ ଭବିଷ୍ୟତର ୱାଗ୍ନର କାର କିପରି ହେବ ତାର କିଛି ଲୁକସ୍ ହସ୍ତଗତ ହୋଇଛି। ହେଲେ ଏଥିରେ କାର ପୁରା ଘୋଡେଇ ହୋଇ ରହିଥିବାରୁ ଏ ସମ୍ପର୍କରେ ବିଶେଷ କିଛି କୁହାଯାଇ ପାରିବନି। ତେବେ  ଆସନ୍ତୁ ଜାଣିବା ଏହାର ପ୍ରିମିୟମ ସେଗମେଣ୍ଟରେ କ’ଣ ସବୁ ଫିଚର୍ସ ରହିଛି ।

{"id":160705}

ଦେଶର ହେଚବେକ୍ ସେଗମେଣ୍ଟରେ ୱାଗ୍ନରର ଚାହିଦା ବେଶି ।  କ୍ୟାବିନରେ  ଅଧିକ ସ୍ଥାନ ଓ ମାଇଲେଜ ଲାଗି ଜଣାଶୁଣା ଏହି କାରର ଇଣ୍ଟେରିୟର ମଧ୍ୟ ଖୁବ୍ ସୁନ୍ଦର। ୱାଗ୍ନରର ସିଏନଜି ଭେରିଏଣ୍ଟ ଅପ୍ସନ ମଧ୍ୟ ରହିଛି। ଏଣୁ ଏହାକୁ ବେଷ୍ଟ ବାୟ  କାର ବୋଲିବି କୁହାଯାଉଛି। ତେବେ ନୂଆ ମଡେଲର ଯେଉଁ ଚିତ୍ର ଏବେ ସାମ୍ନାକୁ ଆସୁଛି ସେଥିରେ କାରଟି ପଛପଟରୁ ପୂର୍ବ ଭଳି ଲାଗୁଛି।

{"id":160707,"width":577,"height":269}

ହେଲେ  କାରକୁ ପ୍ରିମିୟମ ଫିଲ ଦେବା ଲାଗି ଏଥିରେ ହୁଏତ ନିର୍ମାତା କ୍ରୋମର ଉପଯୋଗ କରିପାରନ୍ତି। ଗାଡିର ଟେଲ ଲ୍ୟାମ୍ପରେ ଏଲଇଡି ଲଇଟ୍ ବ୍ୟବହାର ହେବ । ସେହିପରି ହେଡଲ୍ୟାମ୍ପ ଲାଗି ହୁଏତ ପ୍ରୋଜେକ୍ଟର ହେଡେ ଲ୍ୟାମ୍ପସାଙ୍ଗକୁ ଡେ ଟାଇମ ରନିଙ୍ଗ ଲାଇଟ୍ ବି ଦେଇପାରେ। ଏହା ଛଡା ନୂଆ କାର ବିଏସ୍-୬ କମ୍ପ୍ଲିଆଣ୍ଟ ସହ ୧.୨ ଲିଟର ପେଟ୍ରୋଲ ଇଞ୍ଜିନରେ ବଜାରକୁ ଛଡାଯିବ ବୋଲି ଆଶା କରାଯାଏ।  

{"id":160708,"width":574,"height":321}

ସେହିଭଳି କାରର ଇଣ୍ଟେରିୟର ଏକ୍ସଏଲ-୬ ଓ ବାଲେନୋ ଭଳି ଅଲ ବ୍ଲାକ୍ କ୍ୟାବିନ ହୋଇପାରେ। ଏହା ବ୍ୟତୀତ ମାରୁତି ଅଟୋ ହେଡ ଲ୍ୟାମ୍ପସ୍ ସାଙ୍ଗକୁ ଅଟୋମ୍ୟାଟିକ୍ କ୍ଲାଇମେଟ୍ କଣ୍ଟ୍ରେଲ ଭଳି ଫିଚରମଧ୍ୟ ରଖିପାରେ। ବଜାରକୁ ଆସିବାକୁଥିବା ଏହି ପ୍ରିମିୟମ ମଡେଲ ୱାଗ୍ନରର ବଜାର ମୂଲ୍ୟ ଦିଲ୍ଲୀରେ ୪.୩୯ରୁ ୫.୯୬ ଲକ୍ଷରେ ଉପଲବ୍ଧ ହେବ। ନେକ୍ସା ଡିଲରସିପ୍ ଅଧିନରେ ବିକ୍ରି ହେବାକୁ ଥିବା ଏହି ନୂଆ ୱାଗ୍ନରର ମୂଲ୍ୟ ଅଧିକ ବି ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.