ନୂଆ ମଲ୍‌ଟି ପର୍ପୋଜ୍ କାର XL6 ଲଂଚ କଲା ମାରୁତୀ, ୯.୭ ଲକ୍ଷରୁ ଦାମ ଆରମ୍ଭ, ବସି ପାରିବେ ୬ଜଣ

Published By : Prameya-News7 Bureau | August 22, 2019 IST

ମାରୁତୀ ସୁଜୁକି ନିଜର ମଲ୍‌ଟି ପର୍ପୋଜ ଗାଡି (MPV) XL6 ଲଂଚ କରିଛି। ଏହି ଗାଡିର ଦାମ ୯.୭୯ ଲକ୍ଷ ଟଙ୍କା ରୁ ଆରମ୍ଭ ହୋଇ ୧୧.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି। ଏହି ଗାଡି କମ୍ପାନୀର ନେକ୍ସା ଚେନ ମାଧ୍ୟମରେ ବିକ୍ରି ହେବ।

{"id":147358}

ଗତକାଲି ଲଂଚ ହୋଇଥିବା ଏକ୍ସସଏଲ୍‌ସିକ୍ସ (XL6)ରେ କେ୧୫ ପେଟ୍ରୋଲ ଇଂଜିନ ଦିଆଯାଇଛି। ଲୋକଙ୍କ ସୁବିଧାକୁ ନଜରରେ ରଖି ମାରୁତୀ ଏହି ଗାଡି ଲଂଚ କରିଛି। ଲୋକଙ୍କ ଡିମାଣ୍ଡ ଅନୁସାରେ ଏହି ଗାଡିରେ ଉନ୍ନତ ଓ ବିଶେଷ ଫିଚର ଦିଆଯାଇଛି। ଏହି ଗାଡିର ନିର୍ମାଣ ନୂଆ ଟେକ୍ନୋଲଜି ଦ୍ବାରା କରାଯାଇଛି।

{"id":147360}

ଏକ୍ସସଏଲ୍‌ସିକ୍ସ (XL6)ର ଷ୍ଟାଇଲ୍‌, ପ୍ରଦର୍ଶନ, କମଫର୍ଟ ଓ ସୁରକ୍ଷା ଅନ୍ୟ ଗାଡି ତୁଳନାରେ ବେଶ ନିଆରା ହୋଇଛି। ଏଥିରେ ୧.୫ଲିଟରର ହାଇବ୍ରିଡ୍‌ ପେଟ୍ରୋଲ ଇଂଜିନ ସହ ମୋଟରରେ ୧୦୫ ଏଚ୍‌ପି ଓ ୧୩୮ ଏନ୍‌ଏମ୍‌ର ଟର୍କ ଦିଆଯାଇଛି।  ଗାଡିରେ ଉଭୟ ମାନୁଆଲ୍‌ ଓ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ ଅପସନର ସୁବିଧା ରହିଛି। ସିକ୍ସ ସିଟର୍‌ ପ୍ରିମିୟମ ଗାଡିରେ ରିଭର୍ସ ପାର୍କିଂ ପାଇଁ ସେନ୍‌ସର ସୁବିଧା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.