ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଉପହାର ଦେଲା ମାରୁତି : ଲକ୍ଷେ ଟଙ୍କା ଶସ୍ତା ହେଲା ବଲେନୋ
28/09/2019 at 10:24 AM

ନୂଆଦିଲ୍ଲୀ ୨୮/୯: ଭାରତର ସବୁଠୁ ବଡ଼ କାର୍ ନିର୍ମାତା ମାରୁତି ସୁଜୁକୀ କମ୍ପାନୀ ନିଜ ଗାଡ଼ି ମୂଲ୍ୟରେ ୫୦୦୦ଟଙ୍କା ହ୍ରାସ କରିଥିଲା। ଏବେ ଏହି କମ୍ପାନୀ ନିଜ ଗାଡ଼ି ପ୍ରିମିୟମ୍ ହ୍ୟାଚବ୍ୟାକ୍ କାର୍ ବଲେନୋର ମୂଲ୍ୟରେ ଲକ୍ଷେ ଟଙ୍କାର ବମ୍ପର ଡିସ୍କାଉଣ୍ଟ କରି ଦେଇଛି। ମାରୁତି ସୁଜୁକିର କର୍ମଚାରୀ ଏବେ ଏକଥାକୁ ସ୍ପଷ୍ଟ କରିଛନ୍ତି।

ମାରୁତି ସୁଜୁକି ବଲେନୋ ଆରଏସକୁ ୨୦୧୭ମସିହାରେ ଲଞ୍ଚ କରିଥିଲା। ଏହା ରେଗୁଲାର ବଲେନୋର ସ୍ପୋର୍ଟସ୍ ଭର୍ସନ। କିନ୍ତୁ ଗତ କିଛି ମାସ ହେବ ବଲେନୋ ଆରଏସର ଗୋଟିଏ ୟୁନିଟ୍ ବି ପ୍ରଡକ୍ସନ୍ କରାଯାଇନଥିଲା। ସେକ୍ସା ଡିଲରସିପ୍ ଏବେ ବଲେନୋ ଆରଏସର ଅନସୋଲ୍ଡ ଷ୍ଟକ୍ ମୂଲ୍ୟରେ ଲକ୍ଷେ ଟଙ୍କାର ବମ୍ପର ଡିସକାଉଣ୍ଟ ଦେଉଛି।

ଇଞ୍ଜିନ୍ କଥା କହିବା ଯଦି ବଲେନୋ ଆରଏସରେ ୧ଲିଟର,୩ସିଲିଣ୍ଡର,ଟର୍ବୋଚାର୍ଜଡ ପେଟ୍ରୋଲ୍ ଇଞ୍ଜିନ୍ ଲାଗିଛି ଯାହା ୧୦୧ଏଚପି ପାଓ୍ବାର ଏବଂ ୧୫୦ଏନଏମର ଟାର୍କ ଦେଇଥାଏ। ଏହି ଇଞ୍ଜିନ୍ ୫ସ୍ପିଡ ମ୍ୟାନୁଏଲ୍ ଗିୟରବକ୍ସରୁ କମ୍ ରହିଛି। ଯଦି ଆପଣ ମାରୁତି ବଲେନୋ ଆରଏସ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ପୂରା ଉଚିତ୍ ସମୟ। କାରରେ ସ୍ପେସ୍ ଏବଂ ଫିଚରଗୁଡ଼ିକ ଖୁବ୍ ଭଲ ରହିଛି।
