Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୃଦ୍ଧାବସ୍ଥାରେ ନିଜ ଜୀବନର ସମସ୍ତ ଜମା ପୁଞ୍ଜି ପିଏମ୍ କେୟାର୍ ଫଣ୍ଡକୁ ଦାନ କଲେ ସହୀଦଙ୍କ ପତ୍ନୀ

17/05/2020 at 1:45 PM

ନୂଆଦିଲ୍ଲୀ ୧୭/୦୫ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ଲକ୍ଷ ଲକ୍ଷ ଲୋକ ସାହାଯ୍ୟର ହାତ ବଢ଼ାଇଛନ୍ତି | ନିଜ ସକ୍ଷମ ଅନୁଯାୟୀ ଲୋକେ ସାହାଯ୍ୟ କରୁଛନ୍ତି | ଅଭିନେତା ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ପିଏମ କେୟାର ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି | ନିକଟରେ ଜଣେ ୮୨ ବର୍ଷୀୟ ବୃଦ୍ଧା ମହିଳା ପିଏମ କେୟାର ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି | ୮୨ ବର୍ଷୀୟ ମହିଳା ଶ୍ରୀମତୀ ଦର୍ଶନୀ ଦେବୀ ପିଏମ କେୟାର ଫଣ୍ଡକୁ ନିଜ ଜୀବନର ସମସ୍ତ ଜମା ପୁଞ୍ଜି ଦାନ କରିଦେଇଛନ୍ତି | ଦର୍ଶନୀ ଦେବୀ ପିଏମ କେୟାର ଫଣ୍ଡକୁ ୨ ଲକ୍ଷ ଟଙ୍କା ଦାନ କରିଛନ୍ତି | ସୁରକ୍ଷା ମୁଖ୍ୟ ବିପିନ ରାବତ ମହିଳାଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି | ମହିଳା ସମାଜ ପାଇଁ ଏକ ଉଦାହରଣ ବୋଲି ବିପିନ ରାବତ କହିଛନ୍ତି | କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲ ମଧ୍ୟ ମହିଳାଙ୍କ ପ୍ରଶଂସା କରି ତାଙ୍କୁ ପ୍ରଣାମ କରିଛନ୍ତି |   

ଅଗସ୍ତ୍ୟମୁନି ବିକାଶଖଣ୍ଡରେ ରହୁଥିବା ଦର୍ଶନୀ ଦେବୀଙ୍କ ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରିଛନ୍ତି | କାରଣ ବୃଦ୍ଧାବସ୍ଥାରେ ସମସ୍ତେ ନିଜ ପାଇଁ ସଞ୍ଚୟ କରିଥାନ୍ତି | କିନ୍ତୁ ଦର୍ଶନୀ ଦେବୀ ନିଜର ସାରା ଜୀବନର ଜମା ପୁଞ୍ଜି, ୨ ଲକ୍ଷ ଟଙ୍କା ଦେଶ ସେବା ପାଇଁ ଦାନ କରିଛନ୍ତି |

ଦର୍ଶନୀ ଦେବୀଙ୍କ ସ୍ୱାମୀ ଭାରତୀୟ ସେନାରେ କନେଷ୍ଟବଳ ଥିଲେ | ଦର୍ଶନୀ ଦେବୀଙ୍କ ସ୍ୱାମୀ ଯେତେବେଳେ ସହୀଦ ହୋଇଥିଲେ ସେତେବେଳେ ଦର୍ଶନୀ ଦେବୀଙ୍କୁ ୨୨ ବର୍ଷ ବୟସ ହୋଇଥିଲା | ୧୯୬୫ ମସିହାରେ ପାକିସ୍ତାନ ବିପକ୍ଷରେ ହୋଇଥିବା ଯୁଦ୍ଧରେ ତାଙ୍କ ସ୍ୱାମୀ ସହିଦ ହୋଇଥିଲେ |

ସେନା ମୁଖ୍ୟ ବିପିନ ରାବତ ଆହୁରି କହିଛନ୍ତି ଯେ, ‘ଏହା ଭାରତୀୟ ସେନା, ଏବଂ ଏହିଭଳି ସର୍ବଦା ରହିବ | ସେନା ସହ ପୁରା ଦେଶ ଦର୍ଶନୀ ଦେବୀଙ୍କ ଏହି ବଳିଦାନ ପାଇଁ ଗର୍ବିତ | ଆମେ ସମସ୍ତେ ତାଙ୍କ ଠାରୁ କିଛି ଶିଖିବା ଉଚିତ | ଯଦି ଆମେ କୌଣସି ପ୍ରକାର ସାହାଯ୍ୟ କରିପାରିବନି ତାହେଲେ ଅତିକମରେ ଟ୍ୟାକ୍ସ ଦେବା ଉଚିତ |’

   Related Posts