Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ଜବାନ

9/11/2020 at 9:52 AM

ମାଲକାନଗିରି ୯।୧୧: ମାଓବାଦୀଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ଜବାନ । ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଜବାନମାନେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ସିଆରପିଏଫ ଜବାନ କମ୍ବିଂ ଅପରେସନ ପାଇଁ ଯାଇଥିଲେ । ସେହି ସମୟରେ ଗାଁ ମୁଣ୍ଡରେ ମାଓବାଦୀଙ୍କ ଏହି ସ୍ମାରକ ଦେଖିବାକୁ ପାଇଥିଲେ । ବିଭିନ୍ନ ସମୟରେ ମାଓବାଦୀମାନେ ଏଠାରେ ଆସି ସଭା ସମିତି କରୁଥିବା ଗାଁଲୋକଙ୍କଠାରୁ ଜବାନମାନେ ଜାଣିବାକୁ ପାଇଥିଲେ । ଫଳରେ ଜବାନମାନେ ନକ୍ସଲପନ୍ଥୀଙ୍କ ଏହି ସହିଦ ସ୍ତମ୍ଭକୁ ପୁରା ନଷ୍ଟ କରି ଦେଇଛନ୍ତି ।

ପୂର୍ବରୁ ମାଲକାନଗିରି ଜିଲ୍ଲାରେ ମଧ୍ୟ ମାଓବାଦୀଙ୍କ ଏଭଳି ଅନେକ ସହିଦ ସ୍ତମ୍ଭକୁ ଜବାନମାନେ ଭାଙ୍ଗି ନଷ୍ଟ କରିଥିବା ନଜିର ରହିଛି ।

   Related Posts