Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଶହୀଦ ଯବାନଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ, ପୋଲିସ ଏଏସଆଇ ସସ୍‌ପେଣ୍ଡ…

17/09/2019 at 5:10 PM

ଝାଡ଼ଖଣ୍ଡ୧୭|୯: ଝାଡ଼ଖଣ୍ଡର ବୋକାରୋ ଥାନା ଅଞ୍ଚଳରେ ଏକ ଅଭବାନୀୟ ଘଟଣା ଘଟିଛି। ଶହୀଦ ଯବାନଙ୍କ ନାବାଳିକା ଝିଅଙ୍କୁ ପୋଲିସ ଏଏସଆଇ ଦୁଷ୍କର୍ମ କରିଥିବା ହୋଇଛି। ଏହି ଘଟଣାର ଖୋଳତାଡ଼ ପରେ ଜଣା ପଡିଛି ଯେ, ଅଭିଯୁକ୍ତ  ଏଏସଆଇ ଦୀର୍ଘ ୨ ବର୍ଷ ହେଲା ଶହୀଦ ଯବାନଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମକରି ଆସୁଥିଲା। ଏନେଇ ଚାସସ୍ଥିତ ମହିଳା ଥାନାରେ ଏଏସଆଇ ବିରୋଧରେ ପୀଡ଼ିତାଙ୍କ ମାଆ ଏତଲା ଦେଇଛନ୍ତି। ମହିଳା ଥାନାରେ ଏତଲା ଦେବା କଥା ଜାଣିବା ପରେ ଅଭିଯୁକ୍ତ ଏଏସଆଇ କୁଆଡ଼େ ଫେରାର ହୋଇ ଯାଇଛି।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପୀଡ଼ିତା ନାବାଳିକା ତାଙ୍କ ମାଆଙ୍କୁ ଏ ସଂପର୍କରେ ସବୁ କଥା କହିଥିଲେ। ଏହାପରେ ମହିଳା ଥାନାରେ ପୀଡ଼ିତାଙ୍କ ମାଆ ଏଏସଆଇ ବିରୋଧରେ ଏତଲା ଦେଇଥିଲେ। ପୋଲିସ ଘଟଣା ସଂପର୍କରେ ପଚରାଉଚାର କରିବା ପାଇଁ ଅଭିଯୁକ୍ତକୁ ଥାନାକୁ  ଡାକିଥିଲା। ଅଭିଯୁକ୍ତ ଥାନାରେ ପହଞ୍ଚିବା ପରେ ହଠାତ୍‌ କୁଆଡେ ଗାୟବ ହୋଇଯାଇଥିଲା। ପୀଡ଼ିତା ନାବାଳିକାଙ୍କୁ ଚାସ ମହିଳା ଥାନାର ଅଧିକାରୀ କୋର୍ଟରେ ହାଜର କରାଇବା ସହ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହା ପୀଡ଼ିତାଙ୍କ ଡାକ୍ତର ମାଇନା ସମେତ ଅନ୍ୟାନ୍ୟ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି।

ଜଣେ ପୋଲିସ କର୍ମଚାରୀଙ୍କ ଦ୍ବାରା ଏହିଭଳି ଘଟଣାକୁ ବୋକାରୋ ଏସପି ପି.ଗୁରୁଗନ ନିନ୍ଦା କରିଛନ୍ତି। ଏକ ଟିମ ଗଠନ କରି ଘଟଣାର ତଦନ୍ତ ପାଇଁ ଏସପି ନିର୍ଦେଶ ଦେବା ଅଭିଯୁକ୍ତ ଏଏସଆଇକୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଅଭିଯୁକ୍ତ ଏଏସଆଇର ନାଁ ରାଜୁ ସିଂହ। ସେ ମାଓପ୍ରବଣ ଅଞ୍ଚଳର ମହୁଆଟାଣ୍ଡ ଥାନାରେ କାର୍ଯ୍ୟ କରୁଥିଲା। 

ପୋଲିସର ସୂଚନା ମୁତାବକ,ଶହୀଦଙ୍କ ଦ୍ବିତୀୟ ପତ୍ନୀଙ୍କ ଘରକୁ ରାଜୁ ସିଂହ ଅଧିକାଂଶ ସମୟରେ ଯାଆନ୍ତି।  ଶହୀଦ ଯବାନଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ବିତୀୟ ବିବାହ କରିଥିଲେ। ବୋକାରୋ ଜିଲ୍ଲାର ଚାସସ୍ଥିତ ବାସ୍ତୁ ନଗରରେ ଶହୀଦ ଯବାନଙ୍କ ଦ୍ବିତୀୟ ପତ୍ନୀ ଓ ତାଙ୍କ ନାବାଳିକା ଝିଅ ରହୁଥିଲେ। ଏଏସଆଇ ରାଜୁ ସିଂହର ଏହିଭଳି ଚରିତ୍ର ସଂପର୍କରେ ଶହୀଦଙ୍କ ଦ୍ବିତୀୟ ପତ୍ନୀ ଜାଣି ପାରି ନଥିଲେ। ପୀଡ଼ିତା ନାବାଳିକା ତାଙ୍କ ମାଆଙ୍କ ପାଖରେ ଏହିସବୁ ଘଟଣା କହିବା ପରେ ଚାସ ମହିଳା ଥାନାରେ ଅଭିଯୁକ୍ତ ଏଏସଆଇ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ​‌

   Related Posts