Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନକ୍ସଲଙ୍କ ଗୁଳିରେ ସହିଦ ହୋଇଥିବା ଡିଭିଏଫ୍ ଯବାନଙ୍କ ବିଧବା ପତ୍ନୀ ଏବେ ନକ୍ସଲଙ୍କ ବିରୋଧରେ ବନ୍ଧୁକ ଧରିବାକୁ ପ୍ରସ୍ତୁତ, ଜାଣନ୍ତୁ ଏହି ବୀରାଙ୍ଗନା କହୁଛନ୍ତି କଣ…

30/08/2019 at 5:20 PM

ମାଲକାନଗିରି ୩୦|୮: ମାଲକାନଗିରି ଜିଲ୍ଲା ଡାବୁଡୁଡା ନକ୍ସଲ ଏନକାଣ୍ଟରରେ ସହିଦ ହୋଇଥିବା ଡି.ଭି.ଏଫ  ଯବାନ ଜୟରାମ କବାସୀଙ୍କ ଆଜି ସୁଦ୍ଧି କ୍ରିୟା ଶେଷ ହୋଇଛି । ହେଲେ ଏଇଠି ଶେଷ ହୋଇନାହିଁ ଲାଲ୍ ସଂଘର୍ଷର କାହାଣୀ । ବୀର ସ୍ବାମୀ ସିନା ନକ୍ସଲ କମାଣ୍ଡରକୁ ମାରି ଦେଶ ପାଇଁ ସହିଦ ହୋଇଗଲେ । ହେଲେ ସ୍ବାମୀଙ୍କ ଆଦର୍ଶକୁ ଆଖି ଆଗରେ ରଖି ହାତରେ ବନ୍ଧୁକ ଧରି ନକ୍ସଲଙ୍କ ସହ ଲଢେଇ କରିବା ଲାଗି ସ୍ଥିର କରିଛନ୍ତି ସହିଦ ଜୟରାମ କବାସୀଙ୍କ ସ୍ତ୍ରୀ ଚମ୍ପା କବାସୀ । ଚମ୍ପାଙ୍କ ପରି ଗାଁର ଅନେକ ଯୁବକ ମଧ୍ୟ ଅଣ୍ଟା ଭିଡିଛନ୍ତି ନକ୍ସଲଙ୍କ ବିରୋଧରେ ଲଢେଇ କରିବା ଲାଗି । ….

ଏପଟେ ଜୁଇରେ ଜଳୁଛି ସହିଦ ଯବାନ ଜୟରାମଙ୍କ ମରଶରୀର । ସେପଟେ ପତିକୁ ହରାଇ ମନରେ କୋହ ସମ୍ବରଣ କରିପାରୁନଥିଲେ ବି ହୃଦୟରେ ଲାଗିଛି ପ୍ରତିଶୋଧର ନିଆଁ । ମାଲକାନଗିରି ଡାବୁଡୁଡା ନକ୍ସଲ ଅପରେସନ୍ ବେଳେ ସହିଦ ହୋଇଥିବା ମାଲକାନଗିରି ସୋରିଷମାଳ ଗାଁର ଡିଭିଏଫ୍‌ ଯବାନ ଜୟରାମ କୱାସୀଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇସାରିଛି । ଆଉ ଆଜି ଶେଷ ହୋଇଛି ଶୁଦ୍ଧି କ୍ରିୟା । ଏବେ ସ୍ବାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଅଣ୍ଟାଭିଡିଛନ୍ତି ଜୟରାମଙ୍କ ପତ୍ନୀ ଚମ୍ପା ।

ଦେଶ ପାଇଁ ସ୍ବାମୀଙ୍କୁ ବଳିଦାନକୁ ନେଇ ଚମ୍ପା ଗର୍ବ କରୁଥିବା ବେଳେ ନିଜେ ନକ୍ସଲଙ୍କ ସହ ଲଢେଇ କରିବାକୁ ଅଣ୍ଟା ଭିଡିଛନ୍ତି । ସରକାର ଯଦି ସ୍ବାମୀଙ୍କ ଚାକିରି ତାଙ୍କୁ ପ୍ରଦାନ କରନ୍ତି ତେବେ ସେ ବନ୍ଧୁକ ଧରି ନକ୍ସଲଙ୍କ ମୁକାବିଲେ କରିବେ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି ।

କେବଳ ଚମ୍ପା ନୁହନ୍ତି ଗାଁର ଅନେକ ଆଦିବାସୀ ଯୁବକ ବି ନକ୍ସଲଙ୍କ ସହ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସରକାର ଏହି ଯୁବକଙ୍କୁ ପୋଲିସ ବିଭାଗରେ ଚାକିରି ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ଜୟରାମଙ୍କ ଆଜି ସୁଦ୍ଧି କ୍ରିୟା ବେଳେ ଗାଁର ବୀର ପୁଅକୁ ମନେ ପକାଇଛନ୍ତି ଗାଁ ଲୋକେ  । ଏନକାଉଣ୍ଟରରେ ନିଜେ ସହିଦ ହୋଇଥିଲେ ବି ଜଣେ ହାର୍ଡକୋର ମାଓବାଦୀ ରାକେଶ ସୋଡିଙ୍କୁ ମାରିଥିଲେ ଜୟରାମ ।

ଗତ ୨୮ରେ ଜୟରାମ ସହିଦ ହେବା ପରେ ମାଲକାନଗିରିରେ ଦେଖିବାକୁ ମିଳିଥିଲା ଅଲଗା ଦୃଶ୍ୟ ।  ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସହିଦଙ୍କୁ ସଲାମି ଦିଆଯିବା ପରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ସହିଦ ଜବାନଙ୍କୁ କାନ୍ଧ ଦେଇଥିଲେ ମାଲକାନଗିରି ଏସ.ପି. ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି ।

ଶୋଭାଯାତ୍ରାରେ ଦୀର୍ଘ ୧୦ କିଲୋମିଟର ରାସ୍ତା ଚାଲି ଚାଲି ସହିଦ ଜବାନଙ୍କ ଗାଁ ପର୍ଯ୍ୟନ୍ତ ଯାଇଥିଲେ ଏସ.ପି ଓ ଡି.ଆଇ.ଜି । ସହିଦଙ୍କ ପରିବକୁ ସେଦିନ ୧୬ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ସହିଦ ପରିବାରର ସମସ୍ତ କଥା ବୁଝିବେ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ । ……

   Related Posts