Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଜନ୍ମମାଟିରେ ସହିଦ ଟୁପେଶ୍ବର ଭୁଏଙ୍କ ଶେଷକୃତ୍ୟ ସମ୍ପନ୍ନ, ଜମ୍ମୁକାଶ୍ମୀରରେ ହୋଇଥିଲେ ସହିଦ

21/04/2021 at 4:25 PM

ବରଗଡ ୨୧।୪: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପର୍ଣ୍ଣ ହେଲା ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆଁଗଡ଼ ଗାଁର ବୀର ଯବାନ ଟୁପେଶ୍ବର ଭୁଏଙ୍କ ଶେଷକୃତ୍ୟ । ଜମ୍ମୁକାଶ୍ମୀରଠାରେ ଲାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଟୁପେଶ୍ବରଙ୍କ ମରଶରୀର ବୁଧବାର ତାଙ୍କ ଜନ୍ମମାଟିରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗାଁ ପରିକ୍ରମା କରି ପାଖ ପଡିଆରେ ହିନ୍ଦୁ ରୀତିନୀତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ଗତ ୧୦ ତାରିଖରେ ଜମ୍ମୁକାଶ୍ମୀରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଦିନ ଆଗରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ତାଙ୍କର ମରଶରୀର ନିଜ ଗାଁ ନୂଆଁଗଡ଼ରେ ପହଂଚିବା ପରେ ସବୁଆଡେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ମରଶରୀରକୁ ଗାଁ ପରିକ୍ରମା କରାଯାଇଥିଲା । ଏହି ସମୟରେ ବହୁ ଲୋକ ତାଙ୍କ ଶେଷ ଦର୍ଶନ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଗାଁ ପାଖ ପଡ଼ିଆରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।  ବରଗଡ଼ ଜିଲ୍ଲାପାଳଙ୍କ ସମେତ  ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କର ପୁତୁରା ଓମ ଭୁଏ ସହିଦଙ୍କୁ ମୁଖାଗ୍ନି ଦେଇଥିଲେ ।

ସହୀଦ ଟୁପେଶ୍ବର ଭୁଏ ୨୦୦୯ ମସିହାରୁ ମାତ୍ର ୧୮ ବର୍ଷ ବୟସରେ ଦେଶର ସୀମା ସୁରକ୍ଷା ବହିନୀରେ ଯୋଗ ଦେଇଥିଲେ । ପରେ ସେ ଜମ୍ମୁକାଶ୍ମୀରର ରାଜୌରିଠାରେ ଡିଜି କମାଣ୍ଡର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଗତ ଦେଢ଼ ମାସ ଆଗରୁ ସେ ନିଜ ଗାଁକୁ ଆସିଥିଲେ ।

   Related Posts