ଓଡିଆ ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ଆଜି ହେବ ଶେଷକୃତ୍ୟ ; ଅଠରାଙ୍ଗ ଗାଁରେ ଶୋକାକୂଳ ପରିବେଶ

Published By : Prameya-News7 Bureau | January 28, 2019 IST

ଖୋର୍ଦ୍ଧା ୨୮|୧:  ଓଡିଆ ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ଆଜି ଶେଷକୃତ୍ୟ ହେବ । ଖୋର୍ଦ୍ଧା ବେଗୁନିଆ ଅନ୍ତର୍ଗତ ଅଠରାଙ୍ଗ ଗାଁରେ ଶୋକାକୂଳ ପରିବେଶ । ଜନ୍ମମାଟିରେ ଗାର୍ଡ ଅଫ ଅନର ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

{"id":78865}

ଦେଶ ପାଇଁ ଜୀବନ ଦେଲେ ହେମନ୍ତ । ଶ୍ରୀନଗର ବାରମୂଳାରେ ଓଡ଼ିଆ ଯବାନ ଶହୀଦ । ୭୦ ତମ ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶ ଥିଲା ଉତ୍ସବ ମୁଖର । ଡ୍ୟୁଟିରେ ଥିବା ସମୟରେ ଗତ ଶନିବାର ତାଙ୍କ ମୁଣ୍ଡରେ ବାଜିଲା ଗୁଳି । ମାତ୍ର ୨୩ ବର୍ଷରେ ଦେଶ ପାଇଁ ଜୀବନ ଦେଇଛନ୍ତି ହେମନ୍ତ । ୨୦୧୫ରେ ସ୍ଥଳ ସେନାର ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟରେ ସୈନିକ ରୂପେ ନିଯୁକ୍ତୁ ପାଇଥିଲେ ଖୋର୍ଦ୍ଧା ଅଠରାଙ୍ଗ ଗାଁର ହେମନ୍ତ । ହେମନ୍ତଙ୍କ ମୃତ୍ୟୁରେ ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗିପଡିଛନ୍ତି ।

{"id":78866}

ଗତକାଲି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ତାଙ୍କର ପାର୍ଥୀବ ଶରୀର। ହେଲେ ସଦିଦକୁ ସମ୍ମାନ ଦେବା ପାଇଁ ସରକାରଙ୍କ କିମ୍ବା ପ୍ରଶାସନ ତରଫରୁ ବିମାନବନ୍ଦରରେ କାହାରିକୁ ଦେଖିବାକୁ ମିଳିନଥିଲା । ତେବେ ସରକାରଙ୍କ ଏଭଳି ମନୋଭାବକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । କିନ୍ତୁ ହେମନ୍ତଙ୍କ ସହିଦ ହେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଶୋକ ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.