Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଲୁହରେ ଭିଜିଲା ଅଠରାଙ୍ଗ ; ରାଷ୍ଟ୍ରୀୟ ସମ୍ମାନର ସହ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ

28/01/2019 at 9:23 AM

ଖୋର୍ଦ୍ଧା ୨୮|୧: ଓଡ଼ିଆ ସହିଦ ଯବାନ ହେମନ୍ତ ପଣ୍ଡାଙ୍କୁ ଝୁରୁଛି ଜନ୍ମମାଟି । ଖୋର୍ଦ୍ଧା ବେଗୁନିଆ ଅଠରାଙ୍ଗ ଗାଁରେ ଶୋକାକୂଳ ପରିବେଶ ।  ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ୍ୟ ସଂପନ୍ନ ହୋଇଛି ।  ପ୍ରଥମେ ସହିଦ ହେମନ୍ତଙ୍କ ପାର୍ଥିବ ଶରୀରକୁ ଗାଁ ପରିକ୍ରମା କରାଯାଇଥିଲା । ଏହା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇଥିଲା ।

ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ, ତହସିଲଦାର ଓ ବିଡିଓ ଉପସ୍ଥିତ ଥିଲେ । ହେମନ୍ତ ଅମର ରହେ ଧ୍ବନୀରେ କମ୍ପିଥିଲା ଅଠରାଙ୍ଗ ଗାଁ । ହଜାର ହଜାର ଲୋକ ଅଶ୍ରୁଳ ନୟନରେ ବିଦାୟ ଦେଇଥିଲେ ଏହି ପୁରପୁତ୍ରଙ୍କୁ ।  ଗତ ୨୬ ତାରିଖରେ ଜମ୍ମୁ-କାଶ୍ମୀର ଶ୍ରୀନଗର ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ହେମନ୍ତ ପଣ୍ଡା ସହିଦ ହୋଇଥିଲେ । 

ଦେଶ ପାଇଁ ଜୀବନ ଦେଲେ ହେମନ୍ତ । ଶ୍ରୀନଗର ବାରମୂଳାରେ ଓଡ଼ିଆ ଯବାନ ଶହୀଦ । ୭୦ ତମ ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶ ଥିଲା ଉତ୍ସବ ମୁଖର । ଡ୍ୟୁଟିରେ ଥିବା ସମୟରେ ଗତ ୨୬ତାରିଖରେ ତାଙ୍କ ମୁଣ୍ଡରେ ବାଜିଲା ଗୁଳି । ମାତ୍ର ୨୩ ବର୍ଷରେ ଦେଶ ପାଇଁ ଜୀବନ ଦେଇଛନ୍ତି ହେମନ୍ତ । ୨୦୧୫ରେ ସ୍ଥଳ ସେନାର ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟରେ ସୈନିକ ରୂପେ ନିଯୁକ୍ତୁ ପାଇଥିଲେ ଖୋର୍ଦ୍ଧା ଅଠରାଙ୍ଗ ଗାଁର । ହେମନ୍ତଙ୍କ ମୃତ୍ୟୁରେ ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗିପଡିଛନ୍ତି ।

   Related Posts