ଆଉ କିଛି ସମୟ ପରେ ପହଞ୍ଚିବ ଶ୍ରୀନଗର ବାରମୂଳାରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ହେମନ୍ତଙ୍କ ମରଶରୀର

Published By : Prameya-News7 Bureau | January 27, 2019 IST

ଖୋର୍ଦ୍ଧା ୨୭|୧:  ଶ୍ରୀନଗରର ବାରମୂଳାରେ ଓଡ଼ିଆ ଯବାନ ଶହୀଦ । ମୁଣ୍ଡରେ ଗୁଳି ବାଜିବାରୁ ଆଖି ବୁଜିଲେ ଖୋର୍ଦ୍ଧା ବେଗୁନିଆ ଅଠରାଙ୍ଗ  ଗାଁର ପବିତ୍ର ହେମନ୍ତ ପଣ୍ଡା । ଗତାକଲି ସାରା ଦେଶ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳି ଖୁସି ମନାଉଥିବାବେଳେ ଅପରାହ୍ନ ୪ଟାରେ ଘଟିଥିଲା ଏହି ଦୁଃଖଦ ଘଟଣା ।

{"id":78722}

ଦେଶ ପାଇଁ ଜୀବନ ଦେଲେ ହେମନ୍ତ । ଶ୍ରୀନଗର ବାରମୂଳାରେ ଓଡ଼ିଆ ଯବାନ ଶହୀଦ । ୭୦ ତମ ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶ ଥିଲା ଉତ୍ସବ ମୁଖର । ଡ୍ୟୁଟିରେ ଥିବା ସମୟରେ ଗତାକାଲି ତାଙ୍କ ମୁଣ୍ଡରେ ବାଜିଲା ଗୁଳି । ମାତ୍ର ୨୩ ବର୍ଷରେ ଦେଶ ପାଇଁ ଜୀବନ ଦେଇଛନ୍ତି ହେମନ୍ତ । ୨୦୧୫ରେ ସ୍ଥଳ ସେନାର ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟରେ ସୈନିକ ରୂପେ ନିଯୁକ୍ତୁ ପାଇଥିଲେ ଖୋର୍ଦ୍ଧା ଅଠରାଙ୍ଗ ଗାଁର । ହେମନ୍ତଙ୍କ  ମୃତ୍ୟୁରେ ପରିବାର ବର୍ଗ,  ବନ୍ଧୁବାନ୍ଧବ  ଓ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗିପଡିଛନ୍ତି ।

{"id":78721}

ମୃତ ଯବାନ ହେମନ୍ତଙ୍କ ବାପା ପବିତ୍ର ମୋହନ ପଣ୍ଡା ସେନାର ସୁବେଦାର ମେଜର ଭାବେ କାମ କରି ଅବସର ନେଇଛନ୍ତି। ବାପାଙ୍କୁ ଦେଖି ପୁଅବି  ସେନାରେ ଚାକିରି କରିବାକୁ ମନବଳାଇଥିଲେ । ଏକମାତ୍ର ପୁଅକକୁ ହରାଇ ବାପା ଦଃଖରେ ଭାଙ୍ଗିପଡ଼ିଛନ୍ତି । ତେବେ ଦେଶ ପାଇଁ ପୁଅ ପ୍ରାଣ ବଳି ଦେଇଥିବାରୁ ସେ ଗର୍ବିତ ବୋଲି ମଧ୍ୟ କୋହ ଭରା କଣ୍ଠରେ କହିଛନ୍ତି ।

{"id":78530}

ଶହୀଦ ହେମନ୍ତଙ୍କ ମର ଶରୀର ଆଜି ରାତି ୯ଟାରେ ଦିଲ୍ଲୀରୁ ଭୁବନେଶ୍ବର ବିମାନ ବନ୍ଦରକୁ ଆସିବ । ଏହାପରେ ନିଜ ଗାଁ ଅରାଙ୍ଗରେ ତାଙ୍କର ଶେଷକୃତ୍ୟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.