Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିବା ମେଜରଙ୍କୁ ଆଇ ଲଭ ୟୁ କହି ଶେଷ ବିଦାୟ ଦେଲେ ପତ୍ନୀ

19/02/2019 at 11:29 AM

କାଶ୍ମୀର ୧୯/୨ : କାଶ୍ମୀରରେ ସହିଦ ହୋଇଥିବା ମେଜର ବିଏସ ଢୋଂଡେୟାଲଙ୍କ ପର୍ଥବା ଶରୀର ଆଜି ତାଙ୍କ ଜନ୍ମ ମାଟି ଡେରାଡୁନରେ ପହଞ୍ଚିଥିଲା | ମେଜରଙ୍କୁ ଶେଷ ସଲାମି ଦେବା ପାଇଁ ଭିଡ ଜମିଥିଲା | ପୁଲୱାମାରେ ଆତଙ୍କବାଦୀଙ୍କ ଗୁଳିରେ ମେଜର ସହିଦ ହୋଇଯାଇଥିଲେ | ଶେଷ ଯାତ୍ରା ବେଳେ ମେଜରଙ୍କ ପତ୍ନୀ ତାଙ୍କୁ ସଲାମି ଦେଇ I LOVE YOU କହିଥିଲେ |


ଡେରାଡୁନରେ ମେଜରଙ୍କ ଅନ୍ତିମ ଯାତ୍ରାରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥଲେ | ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାବତ ମଧ୍ୟ ମେଜରଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ | ମେଜରର ଶେଷ ଯାତ୍ରା ବେଳେ ସହରରେ ହାଲୁକା ବର୍ଷା ମଧ୍ୟ ହୋଇଥିଲା | ନିଜ ବୀର ପୁତ୍ରକୁ ଅନ୍ତିମ ବିଦାୟ ଜଣେଇ ମାଟି ମା’ ମଧ୍ୟ କାନ୍ଦିଥିଲା |


ସୋମବାର ଦିନ ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ମେଜର ବିଭୁତି ଶଙ୍କର ଢୋଂଡେୟାଲ, କନେଷ୍ଟବଳ ସେବା ରାମ , ସିପାହୀ ହରି ସିଂ ଏବଂ ଅଜ୍ଞ କୁମାର ସହିଦ ହୋଇଥିଲେ | ଗତକାଲି ରାତିରେ ମେଜରଙ୍କ ପାର୍ଥିବ ଶରୀର ଡେରାଡୁନରେ ପହଞ୍ଚିଥିଲା | ଆଜି ସକାଳେ ମେଜରଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି |


ଗତକାଲି ପୁଲୱାମାରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ସେନାର ଏନ୍କାଉଣ୍ଟରରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର କମାଣ୍ଡର ଗାଜି ରସିଦ ନିହତ ହୋଇଥିଲା | ଏହାସହ ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ | ୧୮ ଘଣ୍ଟା ଯାଏଁ ଚାଲିଥିଲା ସେନାର ଏନକାଉଣ୍ଟର |


ଗତକାଲି ସହିଦ ହୋଇଥିବା ସିପାହୀ ହରି ସିଂଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମ ମାଟି ରେବାଡ଼ି ପହଂଚିବା |

   Related Posts