Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

କାନ୍ଦୁଛି ଗର୍ବିତ ଜନ୍ମମାଟି ଖୋର୍ଦ୍ଧାର ଅଠରାଙ୍ଗ : ସହିଦଙ୍କ ଚିତାରେ ଦେଶ ପ୍ରେମର ଲେଲିହାନ ଶିଖା, ହେମନ୍ତ ଅମର ରହେ ଧ୍ବନିରେ ମୁଖରିତ

28/01/2019 at 6:52 PM

ଖୋର୍ଦ୍ଧା ୨୮|୧: ଶହୀଦ ହେମନ୍ତ ପଣ୍ଡାଙ୍କ ଶେଷ କୃତ୍ୟ ସଂପନ୍ନ । ବୀର ଯବାନଙ୍କୁ ଶେଷ ଅଶ୍ରୁଳ ବିଦାୟ ଦେଇଛନ୍ତି  ଖୋର୍ଦ୍ଧା ବେଗୁନିଆ ଅଠରାଙ୍ଗ ଗାଁ ବାସିନ୍ଦା । ଲଢ଼ୁଆ ପୁଅର ପାର୍ଥିବ ଶରୀର ଗାଁ ପରିକ୍ରମା କରିଥିଲା । ଏହାପରେ ଜନ୍ମମାଟି ଅଠରାଙ୍ଗ ଶ୍ମଶାନରେ ଜଳିଥିଲା ତାଙ୍କ ଚିତ୍ତା । ଶହୀଦ ଅମର ରହେ ଧ୍ବନିରେ କମ୍ପିଥିଲା ପୁରା ଗାଁ

କାନ୍ଦୁଛି ଜନ୍ମମାଟି  ଅଠରାଙ୍ଗ । କଫିନ ଉପରେ ଲୋଟି ପଡ଼ି ଲୁହ ଝରାଉଛନ୍ତି ପରିବାରବର୍ଗ । ବାରମ୍ବାର ଗୋଡ଼ଠୁ ମୁଣ୍ଡ ଯାଏଁ ଆଉଁସି ପକାଉଛନ୍ତି, ହଲାଉଛନ୍ତି । ହେଲେ ଲଢ଼ୁଆ ପୁଅ ହେମନ୍ତ ପଣ୍ଡା ଚିରନିଦ୍ରାରେ । ଶ୍ରୀନଗର ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ପାର୍ଥିବ ଶରୀର ପୁରା ଗାଁ ବୁଲିଛି ।

ମାଟି ପୁଅର ମର ଶରୀରକୁ ଫୁଲରେ ପୋତି ପକାଇଛନ୍ତି ସମସ୍ତେ । ଏହାପରେ ଗାଁ ଶ୍ମଶାନରେ ପହଞ୍ଚିଥିଲା ଯବାନଙ୍କ ମୃତଦେହ । ସମସ୍ତଙ୍କ ଆଖିରେ ଲୁହ । ଛାତିରେ ଛାତିଏ କୋହ । ତାରି ଭିତରେ ସଂପର୍କୀୟ ଭାଇ ମୁଖାଗ୍ନି ଦେଇଥିଲେ । ଶହୀଦ ହେମନ୍ତ ଅମର ରହେ ଧ୍ବନିରେ କମ୍ପିଥିଲା ଶ୍ମଶାନ । ସ୍ଥାନୀୟ ବିଧାୟକ, ତହସିଲଦାର , ବିଡିଓଙ୍କ ଉପସ୍ଥିତିରେ ମାଟି ପୁଅକୁ ଅଶ୍ରୁଳ ବିଦାୟ ଦିଆଯାଇଛି ।

ତ୍ରିରଙ୍ଗା ପ୍ରତି ଦୁର୍ବଳତା ଯୋଗୁଁ ହେମନ୍ତ ଅଠରାଙ୍ଗରୁ ବାରମୂଳା ଯାଏଁ ଯାଇପାରିଥିଲେ । ଦେଶ ମାତୃକାର ସେବା କରିବାକୁ ଯେମିତି ସେ ପିଲାଟି ଦିନରୁ ପ୍ରତିଜ୍ଞାବଦ୍ଧ ଥିଲେ । ସେଥିପାଇଁ ତ ଆତଙ୍କବାଦୀଙ୍କ ଆଗରେ ମୁଣ୍ଡ ନୁଆଁଇନଥିଲେ  ।

ଦେଶ ଯେତେବେଳେ ସାଧାରଣତନ୍ତ୍ର ଦିବସ ପାଇଁ ଉତ୍ସବ ମୁଖର ଥିଲା, କର୍ତ୍ତବ୍ୟରତ ହେମନ୍ତ ସେତେବେଳେ ଟଳି ପଡ଼ିଥିଲେ ଆତଙ୍କୀର ଗୁଳିରେ । ଯେଉଁ ତ୍ରିରଙ୍ଗା ଟାଣିନେଇଥିଲା ସୁଦୂର ଶ୍ରୀନଗର, ସେଇ ତ୍ରିରଙ୍ଗା ଥିଲା ତାଙ୍କ ପାର୍ଥିବ ଶରୀର ଉପରେ । ଦେଶ ପାଇଁ ବଳିଦାନ ଦେଇଥିବା ହେମନ୍ତଙ୍କୁ ଝୁରୁଛି ଅଠରାଙ୍ଗ । ଏକମାତ୍ର ପୁଅକୁ ହରାଇଥିବାରୁ ପରିବାର ବି ଶୋକରେ । ହେଲେ ଶହୀଦ ହୋଇଯାଇଥିବାରୁ ସମସ୍ତେ ଗର୍ବିତ ।

   Related Posts