Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଓଡିଶାର ଦୁଇ ବୀର ଯବାନଙ୍କ କେତେ ସ୍ବପ୍ନ ରହିଗଲା ଅଧୁରା : ପୁଅ, ଝିଅ, ବାପା ମା, ସ୍ତ୍ରୀ ଓ ଆତ୍ମୀୟ କେହି କରିପାରୁନାହାଁନ୍ତି ବିଶ୍ବାସ

15/02/2019 at 5:38 PM

ଭୁବନେଶ୍ବର ୧୫|୨: କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ । ମୂହୁର୍ତ୍ତକ ଭିତରେ ଚାଲିଗଲା ୪୦ ବୀର ଯବାନଙ୍କ ପ୍ରାଣ । ଏବେ ସେମାନଙ୍କ ପରିବାର ଗଭୀର ଶୋକରେ । ସହିଦଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଦୁଇ ଯବାନ । କଟକ  ନିଆଳି ରତନପୁର ଗାଁର ମନୋଜ କୁମାର ବେହେରା ଓ ଜଗତସିଂପୁର ନାଉଗାଁର ପ୍ରସନ୍ନ କୁମାର ସାହୁ । ଏମାନଙ୍କ ମୃତ୍ୟୁରେ ଶୋକରେ ବୁଡିଛନ୍ତି  ସାରା ପରିବାର, ଆତ୍ମୀୟ ସ୍ବଜନ, ଗ୍ରାମବାସୀ ଏବଂ ସମଗ୍ର ରାଜ୍ୟ ।

ସହିଦ ମନୋଜଙ୍କ କୁନି ଝିଅ … ସେ ଜାଣିନି ଆଉ ତା ବାପାର ଗେହ୍ଲା ଡାକ କେବେ ଶୁଣିବନି । ମାତ୍ର କେଇଦିନ ତଳେ ତାର ଜନ୍ମଦିନ ସାରି ଫେରିଥିବା ବାପା ଆଉ କେବେ ତା ସହ ଜନ୍ମଦିନ ପାଳିବେନି । କାରଣ ସେ ଆଉ ନାହାନ୍ତି । ଦେଶ ମାତୃକା ପାଇଁ ଜୀବନ ଦେଇ ସେ ଅମର ହୋଇଯାଇଛନ୍ତି ।

କାଶ୍ମୀର ପୁଲୱାମା ଆତଙ୍କୀ ହମ୍‌ଲାରେ ସହିଦ ହୋଇଛନ୍ତି ନିଆଳି ରତନପୁର ଗାଁର ମନୋଜ କୁମାର ବେହେରା । ବାପା ମାଙ୍କର ଏକମାତ୍ର ପୁଅଥିଲେ ମନୋଜ । ୨୦୦୬ରେ ସିଆରପିଏଫ୍‌ରେ ଯୋଗଦେଇଥିଲେ । ୨୦୧୭ରେ ବିବାହ କରିଥିଲେ । ଝିଅ ଜନ୍ମଦିନ ଯୋଗଦେଇ ଫେବ୍ରୁଆରୀ ୬ରେ ଫେରିଯାଇଥିଲେ କାର୍ଯ୍ୟସ୍ଥଳ କାଶ୍ମୀର । ଶ୍ରୀନଗର ଅଭିମୁଖେ ବାହାରିବା ବେଳେ ସକାଳେ ମାଙ୍କ ସହ କଥା ହୋଇଥିଲେ, କଥା ଦେଇଥିଲେ ମାର୍ଚ୍ଚରେ ଆସିବେ।ଏବେ ଆସିଲା ତାଙ୍କ ସହିଦ ହେବା ଖବର।

ସେହିଭଳି ସହିଦ ହୋଇଥିବା ଆଉଜଣେ ଓଡିଆ ପୁଅ ହେଉଛନ୍ତି ଜଗତସିଂପୁର ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ଗାଁରେ ପାଠପଢ଼ା ସରିବା ପରେ ୧୯୯୫ ମସିହାରେ ଦେଶମାତୃକାର ସେବା କରିବାକୁ ସିଆରପିଏଫର ୬୧ବାଟାଲିଅନରେ ଯୋଗଦେଇଥିଲେ । ତିନି ଭାଇଙ୍କ ଭିତରେ ଥିଲେ ସବା ସାନ । ନଭେମ୍ବର ମାସରେ ଗାଁକୁ ଆସିଥିଲେ । ବେଶ୍‌ ହସଖୁସିରେ ପୁଅର ଜନ୍ମଦିନରେ ଷୋଳପୂଜା କରିଥିଲେ । ଗାଁ ଲୋକଙ୍କୁ କଥା ଦେଇଥିଲେ ପୁଣି ଆସିବେ ହେଲେ ଆସିଲା ତାଙ୍କ ମୃତ୍ୟୁର ଖବର ।  ବାପା କାଶିନାଥ ସାହୁ, ମାଆ ଲଳିତା ସାହୁଙ୍କ ପାଖରେ ପତ୍ନୀ ମିନାରାଣୀ, ପୁଅ ଗଗନ ଆଉ ଝିଅ ରୁନିକୁ ଛାଡ଼ି ସେ ଦେଶ ପାଇଁ ସହିଦ ହୋଇଛନ୍ତି ।

ଦୁଇ ଓଡ଼ିଆ ସହିଦଙ୍କ ପରିବାର ସହ ଫୋନ୍‌ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତାପ ପରିବାର ସହ ସେ ଛିଡା ହୋଇଛନ୍ତି ବୋଲି କହିଛନ୍ତି ।ପ୍ରଥମେ ଟ୍ବିଟରେ ଏବଂ ପରେ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ମର୍ମାହତ ହୋଇଥିବା କହିଛନ୍ତି।

ଉଭୟ ସହିଦଙ୍କ ପାର୍ଥୀବ ଶରୀର ଆସନ୍ତାକାଲି ଗାଁରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି ବୀର ଓ ସୁଯୋଗ୍ୟ ସନ୍ତାନଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ରହିଛି ଜନ୍ମମାଟି । 

   Related Posts