କନୌଜ ୧୯/୨- ଦେଶପାଇଁ ଯେଉଁମାନେ ଶହୀଦ ହୋଇଗଲେ, ସେମାନେ ପଛରେ ଛାଡ଼ିଗଲେ ପରିବାରର ଅପେକ୍ଷା କରିଥିବା ବାପା-ମାଆ-ସ୍ତ୍ରୀ-ପିଲାଛୁଆ । ଦେଶପାଇଁ ମହାନ ହୋଇଯାଇଥିବା ସହୀଦମାନଙ୍କର ପରିବାର କଥା ଶୁଣିଲେ..ଆଖି ଛଳଛଳ ହୋଇଯିବ ସମସ୍ତଙ୍କର ।
ମାମ୍ ଦେଖନ୍ତୁ କଣ ହୋଇଗଲା …ସୀମାରେ ବାପା ଚାଲିଗଲେ..ଏତିକି କହୁକହୁ ୫ମ ଶ୍ରେଣୀରେ ପଢ଼ୁଥିବା ସହୀଦ ପ୍ରଦୀପଙ୍କର ଝିଅ…ଛଳଛଳ ହୋଇଗଲା ଆଖି ମାଡ଼ାମ ଉର୍ବଶୀ ବାଜପେୟୀଙ୍କର…
ପରିକ୍ଷାଦେବାକୁ ଆସିଥିବା ୫ମ ଛାତ୍ରୀ ସୁପ୍ରିୟା ଖାତା ନେଇ ପରୀକ୍ଷା ହଲକୁ ଚାଲିଯାଇଥିଲା ସିନା କିଛି ଆଉ ଲେଖିପାରି ନଥିଲା । ଆଖିରୁ ଝରଝର ହୋଇ ଗଡ଼ିପଡ଼ୁଥିବା ଲୁହ ପରକ୍ଷୀ ଖାତାରେ ପଡ଼ି ଓଦା ହୋଇଯାଉଥିଲା ।
ବାର୍ଷିକ ପରିକ୍ଷାଦେବା ପାଇଁ ଆସିଥିବା ସୁପ୍ରିୟା କିଛି ଲେଖିପାରୁ ନଥିଲା । କିଛି ଲେଖିବା ପୂର୍ବରୁ ଦିଶିଯାଉଥିଲା ବାପାଙ୍କର ମୁହଁ । ଶେଷଥର ପାଇଁ ସହୀଦ ପ୍ରଦୀପ ସିଂ ସୁପ୍ରିୟା ପଢ଼ୁଥିବା ସ୍କୁଲ ଆସି ମାଡ଼ାମଙ୍କୁ ନିଜ ଝିଅ କିପରି ପାଠ ପଢ଼ୁଛି ..ପଚାରି ବୁଝିଥିଲେ । ତାଙ୍କ ଝିଅଙ୍କୁ ମାଡ଼ାମଙ୍କ ଦାୟିତ୍ଵରେ ଛାଡ଼ିଗଲେ ବୋଲି କହିଥିଲେ ପ୍ରଦୀପ ।
ମାଡ଼ାମ ଇଏ ମୋ ଝିଅ ନୁହେଁ, ଆପଣଙ୍କ ଝିଅ ବୋଲି ଭାବିବେ…ସମସ୍ତ ଦାୟିତ୍ଵ ଆପଣଙ୍କ ଉପରେ ଲାଗିଲା । ଚାକିରିକୁ ଫେରିଯିବା ପୂର୍ବରୁ ମାଡ଼ାମଙ୍କୁ ଏହିଥିଲା ଶେଷ ଅନୁରୋଧ ନିଜ ଝିଅ ବାବଦରେ ପ୍ରଦୀପଙ୍କର ।
ପ୍ରଦୀପ ସିନା ଦେଶପାଇଁ ସହୀଦ ହୋଇଗଲେ କିନ୍ତୁ ସୁପ୍ରିୟା ବାପାର ସ୍ନେହ-ଭଲପାଇବା ପାଇ ନପାରେ ହେଲେ ଦେଶପାଇଁ ଦେଇଥିବା ପ୍ରାଣବଳୀ ତାଙ୍କୁ ମହାନ କରି ରଖିବା ସହିତ ସାରାଦେଶ ପ୍ରଦୀପଙ୍କ ପରିବାର ପଛରେ ଅଛି ।