Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପୁଲଓ୍ବାମାରେ ସହିଦ ହୋଇଥିବା ଓଡିଆ ଯବାନ ପ୍ରସନ୍ନ ଥିଲେ ପରୋପକାରୀ, ଯାହାର ଅସୁବିଧା ପଡିଲେ ବି ବଢାଉଥିଲେ ସହଯୋଗର ହାତ

15/02/2019 at 3:54 PM

ଜଗତସିଂହପୁର ୧୫|୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନ ପ୍ରସନ୍ନ ସାହୁଙ୍କ ଗାଁ ଶିଖରରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଏହି ଖବର ଜଣାପଡିବା ପରେ ତାଙ୍କର ପରିବାର ଲୋକେ ମ୍ରିୟମାଣ ହୋଇ ପଡ଼ିଥିବା ବେଳେ ଶୋକସନ୍ତପ୍ତ ପାରିବାରକୁ ସମବେଦନା ଜଣାଇବା ପାଇଁ ଛୁଟିଛି ଆତ୍ମୀୟଙ୍କ ଭିଡ଼ ।

ସହିଦ ପ୍ରସନ୍ନଙ୍କ ଗାଁରେ ଶୋକର ବାତାବରଣ । ସମସ୍ତଙ୍କ ଆଖିରେ କେବଳ ଲୁହ ଆଉ କୋହ । କାହାରି ଓଠରେ ଭାଷା ନାହିଁ । ସାରା ଅଞ୍ଚଳ ସ୍ତମ୍ଭୀଭୂତ । ଶିଖର ଗାଁର କାଶୀନାଥ ସାହୁ ଓ ଲଳିତା ସାହୁଙ୍କର ୧୯୭୨ମସିହାରେ କୋଳ ମଣ୍ଡନ କରିଥିଲେ ପ୍ରସନ୍ନ । ତିନି ଭାଇଙ୍କ ମଧ୍ୟରେ ସାନ ପୁଅ ଥିଲେ ପ୍ରସନ୍ନ । ଗାଁରେ ପାଠପଢା ସାରିବା ପରେ ୧୯୯୫ ମସିହାରେ ସିଆରପିଏଫର ୬୧ ବାଟାଲିୟନରେ ଯୋଗ ଦେଇଥିଲେ ପ୍ରସନ୍ନ । ଦେଶ ସେବା କରିବା ସହିତ ଗାଁରେ ମଧ୍ୟ ବେଶ ପ୍ରିୟପାତ୍ର ପାଲଟିଥିଲେ । ଯାହାର ଯେତେବେଳେ ଅସୁବିଧା ପଡୁଥିଲା ତାକୁ ସହାୟତାର ହାତ ବଢ଼ାଇ ଆସୁଥିଲେ ସହିଦ ପ୍ରସନ୍ନ ସାହୁ ।

ଗାଁରେ ଏବେ ପ୍ରସନ୍ନଙ୍କର ସ୍ତ୍ରୀ, ମିନାରାଣୀ, ପୁଅ ଜଗନ ଓ ଝିଅ ରୁନି ରହୁଥିବା ବେଳେ ପ୍ରସନ୍ନ ଜମ୍ମୁରେ ରହୁଥିଲେ । ଗତକାଲି ରାତିରେ ଏହି ଦୁଃଖଦ ଖବର ଜଣାପଡିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କର ପରିବାର ଓ ଆତ୍ମୀୟ ସ୍ବଜନ ।

ଗତ ନଭେମ୍ବର ମାସ ରେ ଶେଷ ଥର ପାଇଁ ଗାଁକୁ ଆସିଥିଲେ ପ୍ରସନ୍ନ । ପୁଅର ଜନ୍ମ ଦିନରେ ଷୋଳ ପୂଜା କରିବା ସହ ଗାଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇ ପୁଣି କର୍ମକ୍ଷେତ୍ରକୁ ଫେରି ଯାଇ ଥିଲେ । ସାଙ୍ଗ ସାଥୀଙ୍କୁ ପୁଣି ଫେରିବା ପାଇଁ କଥା ଦେଇ ଯାଇଥିଲେ । ହେଲେ ଦେଇଥିବା କଥା ଆଉ ରଖି ପାରିଲେ ନାହିଁ ଏହି ବୀର ଯବାନ । ଦେଶ ପାଇଁ ନିଜର ଜୀବନକୁ ବଳିଦାନ ଦେଇ ଦେଲେ ପ୍ରସନ୍ନ । ଏହି ଦୁଃଖଦ ଖବର ଜଣାପଡିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ସାରା ଅଞ୍ଚଳବାସୀ ।

ଏହି ବୀର ଜବାନ ସହିଦ ହୋଇଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଯେତିକି ଦୁଃଖିତ ଓ ଗର୍ବିତ ସେତିକି କ୍ରୋଧିତ ମଧ୍ୟ । ତେବେ କେତେବେଳେ ସହିଦଙ୍କର ମରଶରୀର ଜନ୍ମମାଟି ଶିଖର ଗାଁରେ ପହଞ୍ଚିବ ଓ ଆତ୍ମୀୟ ସ୍ବଜନ ତାଙ୍କର ଶେଷ ଦର୍ଶନ କରିବେ ତାକୁ ହିଁ ସମସ୍ତଙ୍କର ଅପେକ୍ଷା ।

   Related Posts