ଚୀନ ସୀମାରେ ସହିଦ ହୋଇଥିବା ମେଜର ମହାଦିକଙ୍କ ପତ୍ନୀ ସାମିଲ ହେବେ ସେନାରେ : ପାସ୍ କଲେ ଏସଏସବି ପରୀକ୍ଷା

Published By : Prameya-News7 Bureau | February 25, 2019 IST

ମୁମ୍ବାଇ ୨୫/୨: ସହିଦ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ ଗୈାରୀ ମହାଦିକ ସେନାରେ ସାମିଲ ହେବେ। ଗୈାରୀ ସେନାରେ ସାମିଲ ହେବା ପାଇଁ ଜରୁରୀ ସର୍ଭିସ୍ ସିଲେକ୍ସନ୍ ବୋର୍ଡ଼ ପରୀକ୍ଷା ପାସ୍ କରିଛନ୍ତି। ଚେନ୍ନାଇର ଅଫିସର୍ସ ଟ୍ରେନିଙ୍ଗ୍ ଏକାଡେମୀରେ ଏପ୍ରିଲରୁ ତାଙ୍କର ଟ୍ରେନିଙ୍ଗ୍ ଆରମ୍ଭ ହେବ। ୪୯ସପ୍ତାହର ଟ୍ରେନିଙ୍ଗ୍ ସମ୍ପୂର୍ଣ୍ଣ କରିବା ପରେ ୨୦୨୦ ମାର୍ଚ୍ଚରେ ସେନାରେ ଲେଫ୍ଟନେଣ୍ଟ ପଦରେ ସାମିଲ ହେବେ।

{"id":88542,"width":594,"height":446}

୨୦୧୭ ଡିସେମ୍ବରରେ ତାଙ୍କ ସ୍ବାମୀ ଅରୁଣାଚଳପ୍ରଦେଶର ତଓ୍ବାଙ୍ଗ ସ୍ଥିତ ଭାରତ-ଚୀନ ସୀମାରେ ଗୋଳା ବାରୁଦ ଟ୍ୟାଙ୍କ୍ ଚେକ୍ କରୁଥିବାବେଳେ ବିସ୍ଫୋରଣ ହୋଇ ସହିଦ ହୋଇଥିଲେ। ଗୈାରୀ ମହାଦିକ କହିଛନ୍ତି,‘‘ ମୁଁ ସେନାରେ ଜଡ଼ିତ ହୋଇ ସ୍ବାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି। ମୋ ଟ୍ରେନିଙ୍ଗ୍ ଚେନ୍ନାଇରେ ଥିବା ଓଟିଏରେ ହେବ ଯେଉଁଠାରେ ମୋ ସ୍ବାମୀ ଟ୍ରେନିଙ୍ଗ୍ ନେଇଥିଲେ। ମୁଁ ତାଙ୍କ ଖାକି ଏବଂ ଷ୍ଟାର୍ ଧାରଣ କରିବି’’। ବର୍ତ୍ତମାନ ଗୈାରୀ ମୁମ୍ବାଇର ଏକ ଫର୍ମରେ କମ୍ପାନୀ ସେକ୍ରେଟାରୀ ଏବଂ ଓକିଲ ଅଛନ୍ତି। ସେ ଇଣ୍ଡୋ-ଜର୍ମାନ୍ ଚ୍ୟାମ୍ବର ଅଫ୍ କମର୍ସ ସହିତ କାମ କରି ସାରିଛନ୍ତି।  

{"id":88543,"width":597,"height":786}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.