ମାତୃଭୂମି ପାଇଁ ଶହୀଦ ହୋଇଥିବା କ୍ୟାପଟେନ୍ ଆଶୁତୋଷ ଥିଲେ ଭୁବନେଶ୍ୱର ସୈନିକ ସ୍କୁଲରେ ନିଜ ବ୍ୟାଚ୍‌ର ଟପ୍ପର

Published By : Prameya-News7 Bureau | November 09, 2020 IST

ନୂଆଦିଲ୍ଲୀ ୦୯/୧୧ : ଜାମ୍ମୁ କାଶ୍ମୀରରେ ଦେଶର ସୀମା ରକ୍ଷା କରି ବିହାରର ଜଣେ ଯବାନ ଶହୀଦ ହୋଇଛନ୍ତି। କୁପୱାଡା ସେକ୍ଟର ମାଛିଲ ଅଞ୍ଚଳରେ ଆତଙ୍କବାଦୀ ଅନୁପ୍ରବେଶକୁ ଅସଫଳ କରିବା ସମୟରେ ବିଏସଏଫ କ୍ୟାପଟେନ୍ ଆଶୁତୋଷଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି। ଭାରତୀୟ ସେନା ଗୁଳିରେ ୩ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ମୃତକ କ୍ୟାପଟେନ ଆଶୁତୋଷ କୁମାରଙ୍କ ଘର ବିହାର ମାଧେପୁରା ଜିଲ୍ଲା ଘୈଲାଢର ପରମାନନ୍ଦପୁର ପଞ୍ଚାୟତର ଜାଗୀର ଟୋଲା ୱାର୍ଡ-୧୭ ରେ। ତାଙ୍କ ପିତା ରବୀନ୍ଦ୍ର ଭାରତୀ ଘୈଲାଢ ପଶୁ ଚିକିତ୍ସାଳୟରେ ଅନୁସେବକ ଅଛନ୍ତି।

{"id":358946,"sizeSlug":"large"}

ପିତା ରବୀନ୍ଦ୍ର ଭାରତୀ ସେନା ଅଧିକାରୀଙ୍କଠାରୁ ସନ୍ଧ୍ୟାରେ ପୁଅର ଶହୀଦ ହେବା ବିଷୟରେ ସୂଚନା ପାଇଥିଲେ। ତାଙ୍କ ପିତାଙ୍କୁ ରବିବାର ସନ୍ଧ୍ୟା ୫ଟା ସମୟରେ ପୁଅର ଶହୀଦ ହେବା ଖବର ଆସିଥିଲା। ରବିବାର ଦିନ ସକାଳେ ବିଏସଏଫର ୧୨ ଯବାନଙ୍କ ଟିମ ପାକିସ୍ତାନ ସୀମା ନିକଟସ୍ଥ ମାଛିଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେତେବେଳେ ୫ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

{"id":358944,"sizeSlug":"large"}

ଶହୀଦ କ୍ୟାପଟେନ ଆଶୁତୋଷ ଭୁବନେଶ୍ୱର ସୈନିକ ସ୍କୁଲରେ ଦ୍ୱାଦଶ ଯାଏଁ ପଢିଥିଲେ। ନିଜର ଏନଡିଏ ପରୀକ୍ଷା ପୁରା କରିଥିଲେ। ଏନଡିଏ ପୁରା କରିବା ପରେ ଭାରତୀୟ ମିଲିଟାରୀ ଏକାଡେମୀରୁ ଦ୍ୱାରା ୨୦୧୮ ମସିହାରେ ଲେଫ୍ଟନାଣ୍ଟ ୧୮ ବାଟାଲିଆନ୍ ଭାବରେ  ମାଡ୍ରାସରେ ନିଯୁକ୍ତ ହୋଇଥିଲେ। ସେ ଭୁବନେଶ୍ୱର ସୈନିକ ସ୍କୁଲରେ ୨୦୦୭ ରୁ ୨୦୧୪ ଯାଏଁ ପଢ଼ିଛନ୍ତି। ଦ୍ୱାଦଶ ଶ୍ରେଣୀରେ ସେ ପାଖାପାଖି ୯୨ ପ୍ରତିଶତ ରଖି ଟପ କରିଥିଲେ। ତାଙ୍କୁ ଶିକ୍ଷକ, ଜୁନିୟର, ସିନିୟର ସମସ୍ତେ ସମସ୍ତେ ଭଲ ପାଉଥିଲେ। ସେ ସହଜରେ NEET JEE କ୍ଲିୟର କରିପାରିଥାନ୍ତେ। ତାଙ୍କର ସେତିକି ଦକ୍ଷତା ଥିଲା। କିନ୍ତୁ ଦେଶ ପାଇଁ ମାତୃଭୂମି ପାଇଁ ଅଗାଢ ପ୍ରେମ ପାଇଁ ସେ ଏନଡିଏରେ ସାମିଲ ହୋଇଥିଲେ। ଏହାପରେ ସେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ।

wp:core-embed/twitter {"url":"https://twitter.com/NorthernComd_IA/status/1325594640246960128","type":"rich","providerNameSlug":"twitter","className":""}
https://twitter.com/NorthernComd_IA/status/1325594640246960128
/wp:core-embed/twitter

ଶହୀଦ କ୍ୟାପଟେନ ଆଶୁତୋଷ ଶନିବାର ସନ୍ଧ୍ୟା ସାତଟା ସମୟରେ ନିଜ ବାପା ମାଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ କ୍ୟାପଟେନ ଆଶୁତୋଷ କୁମାର ପରିବାର ଲୋକଙ୍କୁ କହିଥିଲେ ଯେ ସେ ଦୀପାବଳି ଏବଂ ଛଟ ପୂଜା ପାଇଁ ଛୁଟିରେ ଘରକୁ ଆସିବେ। ଘରଲୋକ ବହୁତ ଖୁସି ଥିଲେ। କିନ୍ତୁ ସବୁ ଖୁସି ପାଣି ଫୋଟକା ଭଳି ମିଳେଇ ଗଲା। ପୁଅ ତ ଆଉ ଘରକୁ ଫେରିଲାନି, ଓଲଟା ଆସିଲା ଶହୀଦ ହେବା ଖବର। ପୁଅକୁ ହରାଇ ଆଶୁତୋଷଙ୍କ ପରିବାର ଲୋକ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.