ପାକିସ୍ତାନ ଉପରେ ଆକ୍ରମଣ ପରେ ଓଡିଶାର ଦୁଇ ଶହୀଦ ପରିବାର ଓ ସେମାନଙ୍କ ଗାଁରେ ଉତ୍ସବର ମାହୋଲ, ସମଗ୍ର ଦେଶରେ ବି ଉତ୍ସାହ

Published By : Prameya-News7 Bureau | February 26, 2019 IST

ଭୁବନେଶ୍ବର୨୬|୨: ପୁଲୱାମା ଆତଙ୍କୀ ହମଲାର ୧୩ ଦିନ ପରେ ଭାରତୀୟ ବାୟୁସେନା ଦେଇଛି କଡା ଜବାବ। ଆତଙ୍କବଦା ନିପାତ ଲଢେଇରେ ଭାରତର ଜବାବକୁ ଦେଶବାସୀଙ୍କ ସହିତ ପୁଲୱାମା ଆତଙ୍କୀ ହମଲାରେ ସହିଦ ଯବାନଙ୍କ ପରିବାର ସ୍ବାଗତ କରିଛନ୍ତି।

{"id":88998,"width":596,"height":371}

ନିଆଳି ରତନପୁର। ଏ ହେଉଛି ସହିଦ ମନୋଜ ବେହେରାଙ୍କ ଗାଁ ।  ମନୋଜ ବେହେରା ଯିଏ ୧୪ ଫେବ୍ରୁଆରି ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ। ଆଜି ସହିଦଙ୍କୁ ଖୋଲା ହୃଦୟରେ ଶ୍ରଦ୍ଧାଞ୍ଜଳି ଦେଉଛି ଗାଁ ସହିଦ ଯବାନଙ୍କ ପରିବାର ମଧ୍ୟ ଆତ୍ମସନ୍ତୋଷ ଲାଭ କରିଛନ୍ତି। ବାୟୁସେନାର ଏଭଳି ସାହସିକତା ଭରା ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

{"id":88999,"width":595,"height":372}

ସୀମା ପାର ଆତଙ୍କୀ ଶିବିରକୁ ଧ୍ବଂସ କରିବାନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ସହିଦ ପରିବାରଲୋକ ଉଚିତ୍ ପଦକ୍ଷେପ ବୋଲି କହିଛନ୍ତି।  ଏ ହେଉଛି ନାଉଗାଁର ପାରିଶିଖ ଗାଁ ସେଠାରେ ବି ଲୋକଙ୍କ ମନରେ ଅନୁରୂପ ଆତ୍ମତୃପ୍ତି।

{"id":89000,"width":594,"height":371}

ଆଗାମୀ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ଯେମିତି ଆଉ କୌଣିସି ଆତଙ୍କବାଦୀ ସୃଷ୍ଟି ନହୁଏ ପାକିସ୍ତାନରେ ଏଭଳି ପରିସ୍ଥିତି ସୃଷ୍ଟି କରାଯାଉ ବୋଲି ସହିଦଙ୍କ ପରିବାର ଲୋକେ କହିଛନ୍ତି।

କେଉଁଠି ବାଣ ଫୁଟୁଛି, ଆଉ କେଉଁଠି ଲହରଉଛି ତ୍ରିରଙ୍ଗା । କାଶ୍ମୀରରୁ କନ୍ୟାକୁମାରୀ ସବୁଠି ସେନାକୁ ସାଲ୍ୟୁଟ। ୧୩ ଦିନ ପରେ ଭାରତ ଦେଇଛି କଡା ଜବାବ ।  

{"id":89001,"width":596,"height":334}

ଆତଙ୍କବାଦ ବିରୋଧ ଲଢେଇରେ ଭାରତୀୟ ସେନାର  ଜବାକୁ ସାରାଦେଶ ସ୍ବାଗତ କରିଛି। ଆଗାମୀ ଦିନରେ ସୀମା ପାର ଆତଙ୍କୀ ଅନୁପ୍ରବେଶକୁ ସେନା ଦୃଢ ହସ୍ତରେ ଦମନ କରିବାକୁ  ସମସ୍ତେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.