ଗଲୱାନ୍ ଘାଟିରେ ଚୀନ ସହ ହିଂସା ଘଟଣାରେ ପ୍ରାଣ ହରାଇଥିବା ଶହୀଦ ସନ୍ତୋଷ ସିଂହଙ୍କୁ ମହାବୀର ଚକ୍ରରେ କରାଯିବ ସମ୍ମାନିତ

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫/୦୧ : ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହିଂସା ଘଟଣାରେ ଶହୀଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ଚଳିତ ବର୍ଷ ମହାବୀର ଚକ୍ରରେ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଦେଶର ରକ୍ଷା କରିବାରେ ଶହୀଦ ଯବାନଙ୍କୁ ବୀରତ୍ୱ ପୁରସ୍କାର ଦିଆଯାଇଥାଏ। ଏଥର ଗଣତନ୍ତ୍ର ଦିବସ ଅବସରରେ କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣପରାନ୍ତ ମହାବୀର ଚକ୍ରରେ ସମ୍ମାନିତ କରାଯିବ।

{"id":398119,"sizeSlug":"large","linkDestination":"none"}

ପରମବୀର ଚକ୍ର ପରେ ମହାବୀର ଚକ୍ର ସେନାର ସବୁଠାରୁ ବଡ ସମ୍ମାନ। ସୂଚନା ଅନୁଯାୟୀ, ଗଲୱାନ ଘାଟିରେ ଚୀନ ସହ ହିଂସା ଘଟଣାରେ ପ୍ରାଣ ହରାଇଥିବା ଶହୀଦ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯାଇପାରେ।

{"id":398120,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗଲୱାନ ଘାଟିରେ ଚୀନ ସେନା ସହ ହିଂସା ଘଟଣାରେ ଶହୀଦ କର୍ଣ୍ଣଲ ସନ୍ତୋଷ ବାବୁ ଚୀନ ପକ୍ଷ ସହ କଥାବାର୍ତ୍ତାର ନେତୃତ୍ତ୍ୱ ନେଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ହିଂସାରେ ସେ ଶହୀଦ ହୋଇଯାଇଥିଲେ। ୧୬ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ ଅଫିସର ଥିବା ସନ୍ତୋଷ ବାବୁଙ୍କ ସହ ଆଉ ୧୯ ଯବାନ ଶହୀଦ ହୋଇଥିଲେ। ଏମାନଙ୍କ ମଧ୍ୟରେ ନାଏବ ସୁବେଦାର ସତ୍ୟନମ ସିଂହ ଏବଂ ମନଦୀପ ସିଂହଙ୍କ ସହ ବିହାର ରେଜିମେଣ୍ଟର ୧୨ ଜଣ, ପଞ୍ଜାବ ରେଜିମେଣ୍ଟର ତିନି ଜଣ, ୮୧ ଏମପିଏସସି ରେଜିମେଣ୍ଟର ଜଣେ ଏବଂ ୮୧ ଫିଲ୍ଡ ରେଜିମେଣ୍ଟର ଜଣେ ଯବାନ ସାମିଲ ଅଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଏମାନେ ଦେଶର ରକ୍ଷା କରିଥିଲେ ଓ ଚୀନ ସେନାକୁ ଭାରତ ସୀମାକୁ ଆସିବାକୁ ଦେଇନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.