ରାଜ୍ୟସଭାରେ ବଦଳିଲା ମାର୍ଶଲଙ୍କ ପୋଷାକର ରଙ୍ଗ, ପ୍ରଥମ ଦିନରୁ ଲାଗୁ ହେଲା ୟୁନିଫର୍ମ

Published By : Prameya-News7 Bureau | November 18, 2019 IST

ନୂଆଦିଲ୍ଲୀ୧୮/୧୧: ନଭେମ୍ବର ୧୮ ତାରିଖରୁ ଶୀତକାଳୀନ ଅଧି​‌ବେଶନ ଆରମ୍ଭ ହୋଇଛି। ଏହା ରାଜ୍ୟସଭାର ୨୫୦ତମ ଅଧିବେଶନ। ଅଧିବେଶନର ପ୍ରଥମ ଦିନରୁ ମାର୍ଶଲଙ୍କର ପୋଷାକର ରଙ୍ଗ ପରିବର୍ତ୍ତନ ହୋଇଛି।

ରାଜ୍ୟସଭାର ଚେୟାରମ୍ୟାନ ଭେଙ୍କେୟା ନାଇଡ଼ୁ ସଂସଦରେ ପ୍ରବେଶ କରିବା ସମୟରେ ତାଙ୍କ ସହିତ ମାର୍ଶଲ ଛିଡ଼ା ହୋଇଥିଲେ। ତାଙ୍କ ପୋଷାକ ରଙ୍ଗରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ମାର୍ଶଲଙ୍କ ୟୁନିଫର୍ମର ରଙ୍ଗ ଧଳା ଥିଲା। ଏବେ ଏହା ବଦଳି ସେନା ଅଧିକାରୀଙ୍କ ପୋଷାକ ଭଳି ହୋଇଛି।

{"id":186152,"sizeSlug":"large"}

ସଂସଦକୁ ଭେଙ୍କେୟା ନାଇଡ଼ୁ ପ୍ରବେଶ ବେଳେ ତାଙ୍କ ସହ ମାର୍ଶଲ ମଧ୍ୟ ପ୍ରବେଶ କରିଥିଲେ। ତାଙ୍କ ପୋଷାକର ପରିବର୍ତ୍ତନ ଦେଖି ସଂସଦରେ ଉପସ୍ଥିତ ସବୁ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୫୦ ତମ ରାଜ୍ୟସଭା ଅଧିବେଶନରେ ସଂସଦରେ ୨୪୫ ଜଣ ସଦସ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.