Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଆଜିଠୁ ଶତ୍ରୁଗୃହୀ ହେବେ ମଙ୍ଗଳ : ବୁଧଙ୍କ କ୍ଷେତ୍ରକୁ କରିବେ ଗୋଚର, ଏହି ରାଶି ହେବେ ପ୍ରଭାବିତ, ଆସନ୍ତା ୧୩ଦିନ ମଧ୍ୟରେ ଜନ୍ମଲାଭ କରିବା ଶିଶୁଙ୍କର ରହିବ କାଳସର୍ପ ଦୋଷ…

25/09/2019 at 12:52 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହ ଆଜି ବୁଧଙ୍କ କ୍ଷେତ୍ର କନ୍ୟା ରାଶିରେ ପ୍ରବେଶ କରିବେ।ସୂଚନାଯୋଗ୍ୟ ଯେ, ଏହି ସ୍ତାନଟିକୁ ମଙ୍ଗଳଙ୍କ ଶତୃଗୃହ ବୋଲି ବିବେଚନା କରାଯାଏ ।  ବୁଧଙ୍କ କ୍ଷେତ୍ର କନ୍ୟାରେ ମଙ୍ଗଳ ନଭେମ୍ବର ମାସ ୧୦ ତାରିଖ ଯାଏଁ ରହିବେ।୪୭ ଦିନର ଏହି ଗୋଚର ସମୟରେ ମଙ୍ଗଳଙ୍କ ପ୍ରଭାବ କମ ରହିବ ଯାହାର ସିଧାସଳଖ ପ୍ରଭାବ ଜାତକମାନଙ୍କ ଉପରେ ପଡିବ। ଏହି ଗ୍ରହ ମେଷ, କର୍କଟ, ତୁଳା ଓ କୁମ୍ଭ ରାଶିକୁ ପ୍ରଭାବିତ କରିବ।

ମେଷ ରାଶି-  ମଙ୍ଗଳଙ୍କ ଉଚ୍ଚ କ୍ଷେତ୍ର ମେଷ ରାଶିଠାରୁ ମଙ୍ଗଳ ଷଷ୍ଠ ଭାବକୁ ଗୋଚର କରିବେ। ଏଥିପାଇଁ ମେଷ ରାଶିର ଜାତକଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ।  ଏହି ରାଶିର ଜାତକଙ୍କ ପାଇଁ ପ୍ରଥମରୁ ରବି, ବୁଧ ଓ ଶୁକ୍ର ଷଷ୍ଠ ଭାବରେ ଗୋଚର କରୁଛନ୍ତି। ତେଣୁ ଏହି ରାଶିର ଲୋକଙ୍କୁ ସମ୍ମାନ କ୍ଷେତ୍ରରେ କ୍ଷତି ହୋଇପାରେ। ମେଷ ରାଶିର ଲୋକେ ଅର୍ଥ ବିବାଦରେ ଫସିପାରନ୍ତି। ଏହା ବ୍ୟତୀତ କର୍କଟ ରାଶି ପାଇଁ  ତୃତୀୟ ଭାବରେ ଗୋଚର ହେଉଛି। ତେଣୁ ଏହି ରାଶିର ଲୋକେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସାମ୍ନା କରିବେ।

ତୁଳା ରାଶି ପାଇଁ ମଙ୍ଗଳ ଦ୍ବାଦଶ ଭାଗକୁ ଗୋଚର ଚଳନ କରିଛନ୍ତି । ଦ୍ବାଦଶ ଭାବକୁ ବ୍ୟୟ ଭାବ ବୋଲି ମଧ୍ୟ କୁହାଯାଇଥାଏ ।  ଏହାର ପ୍ରଭାବରେ ତୁଳାରାଶିର ବ୍ୟକ୍ତିଙ୍କ ଖର୍ଚ୍ଚ ବଢିପାରେ। ଏହା ସହ ସ୍ବାସ୍ଥ୍ୟ ଖରାପ ହୋଇପାରେ ଏମିତିକି ଡାକ୍ତରଖାନା ଯିବାର ପରିସ୍ଥିତି ସାମ୍ନାକୁ ଆସିପାରେ। କୁମ୍ଭ ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ଗୋଚର ଭଲ ନୁହେଁ। କର୍ମ କ୍ଷେତ୍ରରେ ଏମାନଙ୍କର କ୍ଷତି ହୋଇପାରେ କାରଣ କୁମ୍ଭ ରାଶିପାଇଁ ମଙ୍ଗଳ ଅଷ୍ଟମ ଭାବରେ ତଥା ଶତୃ ଗୃହକୁ ଗୋଚର କରୁଛନ୍ତି।

ମଙ୍ଗଳର ବୁଧଙ୍କ କ୍ଷେତ୍ର କନ୍ୟାରାଶିରେ ପ୍ରବେଶ କରିବା ସହ ଏବେ ସବୁ ଗ୍ରହ ରାହୁ ଓ କେତୁ ମଧ୍ୟରେ ରହିଛନ୍ତି। ଫଳରେ ଆସନ୍ତା ୧୩ ଦିନ ପାଇଁ କାଳ ସର୍ପ ଯୋଗ ସୃଷ୍ଟି ହୋଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ ଜନ୍ମ ହେବା ଶିଶୁଙ୍କର କାଳ ସର୍ପ ଦୋଷ ରହିବ। ଏଥିପାଇଁ ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଉଚିତ୍‌।

 

 

   Related Posts