୭ତାରିଖରୁ ମଙ୍ଗଳ ମକର ରାଶିରୁ କୁମ୍ଭ ରାଶିରେ କରିବେ ପ୍ରବେଶ: ଜାଣନ୍ତୁ କ’ଣ ରହିଛି ଆପଣଙ୍କ ପାଇଁ ଫଳ

Published By : Prameya-News7 Bureau | November 04, 2018 IST

ନଭେମ୍ବର ୭ତାରିଖରେ ମଙ୍ଗଳ ମହାଗ୍ରହ ମକର ରାଶିରୁ କୁମ୍ଭ ରାଶିକୁ ଚଳନ କରିବେ। ମଙ୍ଗଳକୁ ଗ୍ରହମାନଙ୍କର ସେନାପତି ବୋଲି କୁହାଯାଏ। ଭୂମିପୁତ୍ର ମଙ୍ଗଳଙ୍କର କୁମ୍ଭ ରାଶିରେ ଗୋଚର ଯୋଗୁଁ କେଉଁ ରାଶି କିଭଳି ଫଳ ପ୍ରାପ୍ତ ହେବେ ଆସନ୍ତୁ ପକାଇବା ନଜର- ମେଷରାଶି: ମେଷ ରାଶି ପାଇଁ ମଙ୍ଗଳ ଏକାଦଶ ଭାବକୁ ଚଳନ କରିବେ। ଏଠାରେ ମଙ୍ଗଳ ଲଗ୍ନାଧିପତି ଏବଂ ଅଷ୍ଟମାଧିପତି ହୁଅନ୍ତି। ଏହି ସମୟ ଆପଣଙ୍କୁ ଶତୃ ଉପରେ ବିଜୟ ଲାଭ କରିବା ପାଇଁ ସୁଯୋଗ ସୃଷ୍ଟି କରିବ। ମଙ୍ଗଳଙ୍କ କୃପା ଓ ଶୁଭଦୃଷ୍ଟି ପାଇଁ ମେଷ ରାଶି ଯାତ ବ୍ୟକ୍ତି ମଙ୍ଗଳ ଯନ୍ତ୍ର ଧାରଣ କଲେ ବିଶେଷ ଲାଭ ମିଳିଥାଏ। ବୃଷରାଶି: ବୃଷରାଶି ପାଇଁ ମଙ୍ଗଳ ଦଶମଭାବକୁ ଗମନ କରିବେ। ମଙ୍ଗଳ ବୃଷ ରାଶିପାଇଁ ସପ୍ତମାଧିପତି ଏବଂ ବ୍ୟୟାଧିପତି । ଦ୍ବିତୀୟ ମାରକାଧିପତି ମଧ୍ୟ ବୋଲି ବିବେଚନା କରାଯାଏ ଫଳରେ ବୃଷରାଶି ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଏହା ଅଶୁଭ ସମୟ। ଏହି ସମୟରେ ସନ୍ତାନଙ୍କ ପାଇଁ ସତର୍କ ରହିବା ବାଞ୍ଛନୀୟ। ତେବେ ଜାତବ୍ୟକ୍ତି ଯଦି ଚାକିରୀ ଅନ୍ବେଷଣ କରୁଥାନ୍ତି ତାହେଲେ ଏହା ତାଙ୍କ ପାଇଁ ପ୍ରକୃଷ୍ଟ ସମୟ। ଏହି ସମୟରେ ମଙ୍ଗଳ ଚଣ୍ଡୀକା ସ୍ତୋତ୍ର ପଠନ କଲେ ବାଧାବିଘ୍ନ ଦୂରୀଭୂତ ହେବ।   ମିଥୁନରାଶି: ମିଥୁନରାଶି ପାଇଁ ମଙ୍ଗଳ ନବମଭାବକୁ ଗମନ କରିବେ। ଏଠାରେ ମଙ୍ଗଳ ଷଷ୍ଠାଧିପତି ଏବଂ ଲାଭାଧିପତି ହେବା କାରଣରୁ ଅଶୁଭ ଫଳ ପ୍ରଦାନ କରିବେ। ଜାତବ୍ୟକ୍ତି କୈାଣସି ରୋଗରେ ପଡ଼ିପାରନ୍ତି। ଜାତବ୍ୟକ୍ତି ସର୍ବଦା ନାରଙ୍ଗୀ ରଙ୍ଗର ରୁମାଲ ନିଜ ପକେଟରେ ରଖିଲେ ଶୁଭଫଳ ପ୍ରାପ୍ତ ହେବ। କର୍କଟରାଶି: କର୍କଟରାଶି ପାଇଁ ମଙ୍ଗଳ ଅଷ୍ଟମଭାବକୁ ଗମନ କରୁଛନ୍ତି । ଏହିସ୍ଥାନ ଲାଭ ସ୍ଥାନ ମଧ୍ୟ।ଏହି ସମୟରେ କର୍କଟ ରାଶି ଜାତବ୍ୟକ୍ତି ନିଜ ସ୍ବାସ୍ଥ୍ୟ ପାଇଁ ସଚେତନ ହେବାର ଆବଶ୍ୟକତା ରହିଛି। ମଙ୍ଗଳ ଶାନ୍ତି ଅନୁଷ୍ଠାନ ରଖିଲେ ବିଶେଷ ସୁଫଳ ପ୍ରାପ୍ତି ହେବ। ସିଂହରାଶି: ସିଂହ ରାଶି ପାଇଁ ମଙ୍ଗଳ ସପ୍ତମଭାବରେ ରହିବେ। ଏଠାରେ ମଙ୍ଗଳ ତ୍ରିକୋଣ ଏବଂ କେନ୍ଦ୍ରାଧିପତି ଅଟନ୍ତି। ଏଭଳି ସ୍ଥିତି ଜାତବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିପାରେ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ। ପ୍ରତିକାର ପାଇଁ ମଙ୍ଗଳାଗୈାରୀ ବ୍ରତ କରାଯାଇପାରେ। କନ୍ୟାରାଶି: କନ୍ୟାରାଶି ପାଇଁ ମଙ୍ଗଳ ଷଷ୍ଠଭାବକୁ ଚଳନ କରୁଛନ୍ତି। ଏଠାରେ ମଙ୍ଗଳ ତୃତୀୟାଧିପତି,ଅଷ୍ଟମାଧିପତି ହେବା କାରଣରୁ ପରମପାପଯୁକ୍ତ ଅଟନ୍ତି। କନ୍ୟାରାଶି ଜାତ ବ୍ୟକ୍ତିଙ୍କ ପାଇଁ ଏହି ସମୟ ନକରାତ୍ମକ ଶକ୍ତି ଉତ୍ପନ୍ନ କରିବ। ଜାତବ୍ୟକ୍ତିଙ୍କୁ ମାଲିମୋକଦ୍ଦମା ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ସମୟରେ ଶତୃଙ୍କଠାରୁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ତୁଳାରାଶି: ତୁଳାରାଶି ପାଇଁ ମଙ୍ଗଳ ପଞ୍ଚମଭାବରେ ରହିବେ। ତୁଳା ଲଗ୍ନ ପାଇଁ ମଙ୍ଗଳ ଦ୍ବିତୀୟାଧିପତି ଏବଂ ସପ୍ତମାଧିପତି ହେବା କାରଣରୁ ମୁଖ୍ୟ ମାରକ ଗ୍ରହ। ଏଠାରେ ମଙ୍ଗଳ ଶତୃଗୃହୀ। ତେଣୁ ଅଶୁଭଫଳଦାୟୀ ମଧ୍ୟ। ଜାତବ୍ୟକ୍ତିଙ୍କୁ ସନ୍ତାନମାନଙ୍କଠାରୁ ଦୁଃଖ କଷ୍ଟ ମିଳିପାରେ। ବୃଶ୍ଚିକରାଶି: ବୃଶ୍ଚିକରାଶି ପାଇଁ ମଙ୍ଗଳ ଚତୁର୍ଭାବକୁ ଗମନ କରିବେ। ଏଠାରେ ମଙ୍ଗଳ ଲଗ୍ନାଧିପତି ଓ ଷଷ୍ଠାଧିପତି ହୋଇଥିଲେ ସୁଦ୍ଧା ପାପଯୁକ୍ତ। ଯଦି ଜନ୍ମ ଯାତକରେ ମଙ୍ଗଳ ବଳବାନ ଥାଆନ୍ତି ତାହେଲେ ଜାତବ୍ୟକ୍ତିଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଅନ୍ୟଥା ଅଶୁଭ ଫଳ ମିଳିବ। ଜାତବ୍ୟକ୍ତି ଯଦି ଏହି ସମୟରେ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରୁଥାନ୍ତି ତାହେଲେ ଏହା ଉଚିତ ସମୟ। ଧନୁରାଶି: ଧନୁରାଶି: ଧନୁରାଶି ପାଇଁ ମଙ୍ଗଳ ତୃତୀୟଭାବକୁ ଗମନ କରିବେ। ଧନୁରାଶି ପାଇଁ ମଧ୍ୟ ମଙ୍ଗଳ ପଞ୍ଚମାଧିପତି ଏବଂ ବ୍ୟୟାଧିପତି। ମଙ୍ଗଳ ଏଠାରେ ବ୍ୟୟାଧିପତି ହେଲେ ମଧ୍ୟ ଶୁଭଫଳ ପ୍ରଦାନ କରିବେ। କାରଣ ମଙ୍ଗଳ ବୃହସ୍ପତିଙ୍କର ମିତଗ୍ରହ ଅଟନ୍ତି। ଜାତବ୍ୟକ୍ତିଙ୍କୁ ସନ୍ତାନଙ୍କ ପକ୍ଷରୁ ଏହି ସମୟରେ ସୁଖପ୍ରାପ୍ତି ହେବ। ମକରରାଶି: ମକରରାଶି ପାଇଁ ମଙ୍ଗଳ ଦ୍ବିତୀୟଭାବକୁ ଗମନ କରିବେ। ଏଠାରେ ମଙ୍ଗଳ ଚତୁର୍ଥାଧିପତି ଓ ଲାଭାଧିପତି ହେଉଥିବାରୁ ଏହା ଅଶୁଭଫଳ ପ୍ରଦାନକାରୀ। ଏଭଳି କ୍ଷେତ୍ରରେ ସନ୍ତାନମାନଙ୍କୁ ସତର୍କ ରହିବାକୁ ହେବ। ମଙ୍ଗଳଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ଦ୍ବିପ୍ରହର ସମୟରେ ପିଲାମାନଙ୍କୁ ଚଣା ଓ ଗୁଡ଼ ଆଦି ପ୍ରଦାନ କରନ୍ତୁ।   କୁମ୍ଭରାଶି: କୁମ୍ଭରାଶି ପାଇଁ ମଙ୍ଗଳ ପ୍ରଥମଭାବ ହେବେ। ଏଠାରେ ମଙ୍ଗଳ ତୃତୀୟାଧିପତି ଏବଂରାଜ୍ୟାଧିପତି। କୁମ୍ଭରାଶିରେ ମଙ୍ଗଳଙ୍କ ଅବସ୍ଥାନ ଉଭୟ ଶୁଭ ଏବଂ ଅଶୁଭ ଫଳ ପ୍ରଦାନକାରୀ। କୁମ୍ଭରାଶିରେ ମଙ୍ଗଳ ତୃତୀୟ ମାରକାଧିପତି ଭାବେ କାମ କରିଥାନ୍ତି। ଏହି ସମୟରେ ବିବାହରେ ଅଚାନକ ବାଧାସୃଷ୍ଟି ହେବା ଏବଂ ବିବାହ ବିଳମ୍ବିତ ହେବାର ସମ୍ଭାବନା ରହିଛି। ସୁଖଶାନ୍ତି ପାଇଁ ଜାତବ୍ୟକ୍ତି ମଙ୍ଗଳ ଅଷ୍ଟୋଦଶତୃ ନାମାବଳୀ ପାଠ କରନ୍ତୁ। ମୀନରାଶି: ମୀନରାଶି ପାଇଁ ମଙ୍ଗଳ ଦ୍ବାଦଶଭାବକୁ ଗମନ କରିବେ। ମୀନରାଶିରେ ମଙ୍ଗଳ ଧନାଧିପତି ଏବଂ ଭାବାଧିପତି ମଧ୍ୟ ଅଟନ୍ତି। ଏଠାରେ ମଙ୍ଗଳ ଶୁଭଫଳପ୍ରଦାନକାରୀ ଅଟନ୍ତି। ତେବେ ଜାତବ୍ୟକ୍ତିଙ୍କ ବିବାହରେ ବିଳମ୍ବ ହୋଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.