କନ୍ୟା ରାଶିକୁ ପ୍ରବେଶ କରିବେ ମଙ୍ଗଳ, ଜାଣନ୍ତୁ ଆପଣଙ୍କ ଲାଗି କିପରି ରହିବ ଚତୁର୍ଗ୍ରହୀ ଯୋଗ

Published By : Prameya-News7 Bureau | September 20, 2019 IST

ସେପ୍ଟେମ୍ବର ୨୫ ତାରିଖ ବୁଧବାର ସକାଳ ୬ଟା ବାଜି ୩୧ ମିନିଟ୍ ରେ ପୃଥିବୀପୁତ୍ର ମଙ୍ଗଳ କନ୍ୟାରାଶିକୁ ପ୍ରବେଶ କରିବେ। ଏଠାରେ ପୂର୍ବରୁ ଥିବା ସୂର୍ଯ୍ୟ,ବୁଧ ଓ ଶୁକ୍ରଗ୍ରହଙ୍କ ସହ ମଙ୍ଗଳଙ୍କ ଯୁତି ହେବ। ଫଳରେ ଚତୁର୍ଗ୍ରହୀ ଯୋଗ ସୃଷ୍ଟିହେବ। ଏଠାରେ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମଙ୍ଗଳ ଅବସ୍ଥାନ କରିବେ।  ଜ୍ୟୋତିଷରେ ନେତୃତ୍ୱ ପ୍ରଧାନ ଓ କ୍ଷମତାର ପ୍ରତୀକ ଗ୍ରହ କୁହାଯାଉଥିବା ମଙ୍ଗଳ ଗ୍ରହଙ୍କ ଏହି ଗୋଚରସ୍ଥିତି ଆପଣଙ୍କ ଲାଗି କିପରି ରହିବ ଆସନ୍ତୁ ଜାଣିବା।

{"id":160301}

ପ୍ରଥମ ରାଶି ମେଷର ଷଷ୍ଠ ଭାବକୁ ମଙ୍ଗଳଙ୍କ ପ୍ରବେଶ ହେବ। ଜାତକର ଏହି ଭାବକୁ ଶତ୍ରୁ ଭାବ କୁହାଯାଏ। ଏଠାରେ ମଙ୍ଗଳଙ୍କ ପ୍ରବେଶ ମେଷରାଶି ଜାତକଙ୍କ ଲାଗି ରୋଗ, ଋଣ ଓ ଶତ୍ରୁତା  ମୁକ୍ତିର କାରଣ ହେବ। କୋର୍ଟ କଚେରୀରେ ନିଷ୍ପତି ମେଷରାଶି ଜାତକଙ୍କ ସପକ୍ଷରେ ଯିବ। ହେଲେବି ଜାତକଙ୍କୁ ଅନେକ ବ୍ୟର୍ଥ ବ୍ୟୟ କରାଇବ। ମଙ୍ଗଳଙ୍କ ଏହି ପରିବର୍ତ୍ତନ ଯୋଗୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।  ସେହିପରି ଦ୍ୱିତୀୟ ରାଶି ବୃଷର ପଞ୍ଚମଭାବକୁ ମଙ୍ଗଳଙ୍କ ପ୍ରବେଶ ପ୍ରତିଯୋଗୀତା ଓ ଶିକ୍ଷାରେ ସଫଳତା ପ୍ରଦାନ କରିବେ। ସନ୍ତାନସନ୍ତତିଙ୍କ ଲାଗି ବୃଷରାଶି ଜାତକଙ୍କ ଚିନ୍ତା ସମାପ୍ତ ହେବ।

{"id":160302}

ମିଥୁନ ରାଶିର ଚତୁର୍ଥଭାବରେ ମଙ୍ଗଳ ଗୋଚରା ହେବା କିଛିଟା ଅଶାନ୍ତିକାରକ ହେବ।  ହୁଏତ ଜାତକଙ୍କୁ ପାରିବାରିକ କଳହର ସମ୍ମୁଖୀନ ହେବାକୁ ବି ପଡିପାରେ। ଏଣୁ ମିତ୍ରଙ୍କ ସହିତ ସମ୍ପର୍କ ମଧୁର ରଖିବାକୁ ଉଦ୍ୟମ କରନ୍ତୁ। ଏହି ସମୟରେ ଘର ଅଥବା ବାହନ କ୍ରୟର ସୁଯୋଗ ସୃଷ୍ଟି ହେବ। ତେବେ ଆସନ୍ତୁ ଜାଣିବା କର୍କଟ ରାଶିଙ୍କ ଲାଗି କିପରି ରହିବ ମଙ୍ଗଳଙ୍କ ଗୋଚର। ଜାତକଙ୍କ ତୃତୀୟ ଭାବରେ ମଙ୍ଗଳ ଗୋଚର ହେବା ଜାତକଙ୍କୁ ଶାହାସୀ ଓ ପରାକ୍ରମୀ କରିବ। ଆପଣ ନେଇଥିବା ନିଷ୍ପତ୍ତି ଓ କାର୍ଯ୍ୟକୁ ଲୋକେ ପ୍ରଶଂସା କରିବେ। ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ମତପାର୍ଥକ୍ୟ ହେବାକୁ ଦିଅନ୍ତୁ ନାହିଁ।

{"id":160303,"width":582,"height":582}

ସିଂହରାଶି ଜାତକଙ୍କ ଧନଭାବକୁ ମଙ୍ଗଳଙ୍କ ଗମନ ମିଶ୍ରିତ ଫଳଦାୟକ ହେବ। ରାଶି ଲାଗି ଏବେ ମଙ୍ଗଳ ଯୋଗକାରକ ଥିବାରୁ କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ତେବେ ନେତ୍ର ଜନିତ କଷ୍ଟର ସଂକେତ ମିଳୁଛି। ସେହିପରି କନ୍ୟା ରାଶିରେ ମଙ୍ଗଳଙ୍କ ଗୋଚର ଜାତକଙ୍କ ଲାଗି ଲାଭର ସମୟ ବୋଲି ବିଚାର କରାଯାଉଛି। ତେବେ ଏଠାରେ ଆପଣଙ୍କ ଧୈର୍ଯ୍ୟ ଓ ସଞ୍ଜମତାର ପରୀକ୍ଷା ମଧ୍ୟ ହେବ। ଏଣୁ ନିଜର ରଣନୀତି ଗୋପନ ରଖି କାର୍ଯ୍ୟ କରନ୍ତୁ। ତେବେ ତୁଳାରାଶି ଜାତକଙ୍କ ଲାଗି ଦ୍ୱାଦଶ ଭାବରେ ମଙ୍ଗଳ ବ୍ୟୟ କାରକ ହେବ। ଯାତ୍ରା ଓ ଦେଶ ଭ୍ରମଣର ଯୋଗ ସୃଷ୍ଟି ହେବ। ବାହନ ସାବଧାନତାର ସହ ଚଳାନ୍ତୁ ବୃଥା ଝଗଡାରୁ ଦୂରେଇ ରହନ୍ତୁ।

{"id":160305}

ବୃଶ୍ଚିକ ରାଶିର ଲାଭ ଭାବରେ ମଙ୍ଗଳଙ୍କ ଗୋଚର ଜାତକଙ୍କ ଲାଗି ନୂଆ ଆୟର ଉତ୍ସ ଖୋଲିବ। କୌଣସି ସ୍ଥାନରେ ଫଶି ରହିଥିବା ଧନ ମିଳିଯିବ। କୌଣସି ବଡ କାର୍ଯ୍ୟର ସଂକଳ୍ପ ପୁରଣ କରିବେ। ସମୟ ଅନୁକୂଳ ଏଣୁ  ଶାସନ କ୍ଷମତାର ଉପଯୋଗ ମଧ୍ୟ କରିପାରନ୍ତି। ଧନୁରାଶିର ୧୦ମ ଭାବକୁ ମଙ୍ଗଳଙ୍କ ପ୍ରବେଶ ପଦ ଓ ଗୌରବ ବୃଦ୍ଧିର କାରକ ହେବ। କୌଣସି ନୂଆ ଅନୁବନ୍ଧ ପ୍ରାପ୍ତିର ଯୋଗ ବି ରହିଛି। ବିଦେଶୀ କମ୍ପାନୀଙ୍କ ସହ କାରବାର କରିବାକୁ ଚାହୁଁଥିଲେ ଉତ୍ତମ ସମୟ।

{"id":160314,"width":573,"height":354}

ମକର ରାଶିର ନବମ ଅର୍ଥାତ ଭାଗ୍ୟ ଭାବରେ ମଙ୍ଗଳଙ୍କ ସ୍ଥିତି ଧାର୍ମିକ କାର୍ଯ୍ୟପ୍ରତି ଜାତକଙ୍କ ଆଗ୍ରହ ସୃଷ୍ଟି କରିବ। ସାମାଜିକ ପଦପ୍ରତିଷ୍ଠାରେ ବୃଦ୍ଧି ହେବ। କୁମ୍ଭ ରାଶି ଜାତକଙ୍କ ଅଷ୍ଟମ ଭାବରେ ମଙ୍ଗଳଙ୍କ ଅବସ୍ଥିତି ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମଧୂର ସମ୍ପର୍କ ରଖନ୍ତୁ ଷଡଯନ୍ତ୍ରରୁ ମୁକ୍ତ ରହନ୍ତୁ। ମାତାପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ। ସେହିପରି ମଙ୍ଗଳ ରାଶିର ସପ୍ତମ ଭାବରେ ମଙ୍ଗଳଙ୍କ ଉପସ୍ଥିତି ଦାମ୍ପତ୍ୟ ଜୀବନରେ କଟୁତାର କାରଣ ହୋଇପାରେ। ଏଣୁ କୌଣସି ପ୍ରକାର କଳିଝଗଡାକୁ ଟାଳିବାକୁ ଚେଷ୍ଟା କରନ୍ତୁ। ବାଣିଜ୍ୟ ବ୍ୟବସାୟ ଲାଗି ସମୟ ଉତ୍ତମ। ଶିକ୍ଷା ଓ ପ୍ରତିଯୋଗୀତାରୁ ଆଶାତୀତ ଲାଭ ମିଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.