Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତ ହେତୁ ଆଜି ଠାରୁ ବଦଳିବ ଏହି ରାଶିଙ୍କର ଭାଗ୍ୟ , ଧନ-ଲାଭ ସହ ବଢିବ ମାନ-ସମ୍ମାନ

5/12/2021 at 8:05 AM

ନୂଆଦିଲ୍ଳୀ ୦୫।୧୨ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହଙ୍କର ଏକ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି । ମଙ୍ଗଳ ଗ୍ରହକୁ ସମସ୍ତ ଗ୍ରହର ସେନାପତି  ବୋଲି କୁହାଯାଏ । ମଙ୍ଗଳ ଗ୍ରହକୁ ଶକ୍ତି, ଭୂମି, , ସାହସ, ବୀରତ୍ୱ, ଗତିଶୀଳତାର ଗ୍ରହ ଭାବରେ ବିବେଚନା କରାଯାଏ ।ତେବେ ଏହି ସମୟରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କରିଛନ୍ତି । ୫ ଡିସେମ୍ବର  ଯାଏଁ ମଙ୍ଗଳ ତୁଳା ଗ୍ରହରେ ହିଁ ରହିବ । ଏହା ବ୍ୟତୀତ ଗ୍ରହମାନଙ୍କର ସେନାପତି ମଙ୍ଗଳଗ୍ରହ ବିଛା ରାଶିରେ ପ୍ରବେଶ କରିବେ। ତେବେ ବିଛା ରାଶିରେ ମଙ୍ଗଳର ପ୍ରବେଶ ହେତୁ କିଛି ରାଶିମାନଙ୍କର ଭାଗ୍ୟ ବଦଳିବାର ସମ୍ଭାବନା ଅଛି ।  ଯେତେବେଳେ ମଙ୍ଗଳ ଶୁଭ ହେବେ ସେତେବେଳେ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସୁଖର ଅନୁଭବ ହେବ । ତେବେ ଜାଣନ୍ତୁ ୫ ଡିସେମ୍ବର ପରେ କେଉଁ ରାଶିମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ।

ମେଷ ରାଶି- ମଙ୍ଗଳର ରାଶି ପରିବର୍ତ୍ତନ ହେତୁ ମେଷ ରାଶି ପାଇଁ ଶୁଭ ହୋଇପାରେ ବୋଲି କୁହାଯାଉଛି। ଏହା ସହ ଭାଗ୍ୟ ମଧ୍ୟ ବଦଳିବା ନିଶ୍ଚିତ ହେବ । ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ । ବହୁତ ମାନ- ସମ୍ମାନ ପାଇବ । ପଦ-ପଦବୀରେ ବୃଦ୍ଧି ହେବ । ବିନିଯୋଗରୁ ଲାଭ ମିଳିବ ।

ମିଥୁନ ରାଶି- ବିଛା ରାଶିରେରେ ମଙ୍ଗଳଙ୍କର ପ୍ରବେଶ ସହିତ ମିଥୁନ ରାଶିର ବ୍ୟକ୍ତିମାନେ ଭଲ ଫଳାଫଳ ପାଇବେ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ନେଇ ପ୍ରଶଂସା କରାଯିବ । ଧନ-ଲାଭ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ । ଯେକୌଣସି କାର୍ଯ୍ୟରେ ସଫଳତା ପାଇବେ । ବିବାହିତ ଜୀବନ ସୁଖମୟ ହେବ।

ସିଂହ ରାଶି- ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେତୁ ସିଂହ ରାଶିର ବ୍ୟକ୍ତିମାନେ ଶୁଭ ଫଳାଫଳ ପାଇବେ । ଆର୍ଥିକ ସ୍ଥିତି ଦୃଢ ହେବ । କାର୍ଯ୍ୟରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ବ୍ୟବସାୟ କାରବାର ପାଇଁ ଉପଯୁକ୍ତ ସମୟ ଅଟେ । ବିନିଯୋଗରୁ ଲାଭଦାୟ ମିଳିବ । ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତିର ସମ୍ଭାବନା ରହିଛି । ପଦ-ପଦବୀରେ ଏବଂ ମାନ-ସମ୍ମାନ ବୃଦ୍ଧି ହେବ ।

କନ୍ୟା ରାଶି- ମଙ୍ଗଳର ପ୍ରବେଶ ହେତୁ କନ୍ୟା ରାଶିର ଲୋକଙ୍କ ପାଇଁ ଖୁବ ଶୁଭ ଅଟେ । ଚାକିରି ଏବଂ ବ୍ୟବସାୟ ପାଇଁ ସମୟ ଶୁଭ ହେବ । ବିବାହିତ ଜୀବନ ସୁଖମୟ ହେବ। ସାଙ୍ଗମାନଙ୍କର ସମର୍ଥନ ପାଇବେ ।ଯେକୌଣସି  କାମରେ ପ୍ରଶଂସିତ ହେବେ ।

ମୀନ ରାଶି –ଏହି ରାଶିମାନଙ୍କ ପାଇଁ ମଙ୍ଗଳ ଗ୍ରହର ପ୍ରବେଶ ହେତୁ କାର୍ଯ୍ୟରେ ସଫଳତା ପାଇବେ । ଧନ-ଲାଭ ହେବ । ଶତ୍ରୁମାନଙ୍କ ଠାରୁ ମୁକ୍ତି ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ମା ଏବଂ ବାପାଙ୍କ ସମର୍ଥନ ମିଳିବ । ପରିଶ୍ରମର ଫଳ ମିଳିବ ।

   Related Posts