Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ସୂର୍ଯ୍ୟ ପରାଗର ଦିନେ ପରେ ମଙ୍ଗଳର ରାଶି ପରିବର୍ତ୍ତନ: ମେଷ-ମିଥୁନ ସମେତ ଚମକିବ ଏହି ୫ ରାଶିର ଭାଗ୍ୟ

2/12/2021 at 8:12 PM

ଭୁବନେଶ୍ୱର ୦୨/୧୨ : ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଶି ପରିବର୍ତ୍ତନର ପ୍ରଭାବ ସବୁ ରାଶି ଉପରେ ପଡିଥାଏ। କିଛି ରାଶି ଉପରେ ଭଲ ପ୍ରଭାବ ପକାଇଥାଏ ତ କିଛି ରାଶିରେ ଖରାପ ପ୍ରଭାବ ପକାଇଥାଏ। କେଉଁ ରାଶି ପାଇଁ ଶୁଭ ତ କେଉଁ ରାଶି ପାଇଁ ଅଶୁଭ ହୋଇଥାଏ। ଡିସେମ୍ବର ୪ ତାରିଖରେ ଶନି ଅମାବାସ୍ୟା ପଡିବ। ଅମାବାସ୍ୟାର ଦିନେ ପରେ ଅର୍ଥାତ ୫ ତାରିଖରେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହ ରବିବାର ଦିନ ସକାଳ ୫ଟା ୧ ମିନିଟରେ ବିଛା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ବିଛା ରାଶିର ଗୁରୁ ଗ୍ରହ ବୋଲି କୁହାଯାଏ। ବିଛା ରାଶିରେ ମଙ୍ଗଳ ୨୦୨୨ ଜାନୁଆରୀ ୪ ତାରିଖ ଯାଏଁ ରହିବେ। ବିଛା ରାଶିରେ ବର୍ତ୍ତମାନ କେତୁ ମଧ୍ୟ ବିରାଜମାନ। ମଙ୍ଗଳ ଓ କେତୁର ସଂଯୋଗ ମେଷଠୁ ଆରମ୍ଭ କରି ମୀନ ସବୁ ରାଶି ଉପରେ ପ୍ରଭାବ ପକାଇବ।

ମଙ୍ଗଳ ଶକ୍ତି, ସୌର୍ଯ୍ୟ ଓ ପରାକ୍ରମର ପ୍ରତୀକ। ମଙ୍ଗଳ ମେଷ ଓ ବିଛା ରାଶିର ଗୁରୁ ଗ୍ରହ। ମକର ରାଶିରେ ମଙ୍ଗଳ ଉଚ୍ଚରେ ରୁହନ୍ତି ଓ କର୍କଟରେ ନୀଚରେ। କୁଣ୍ଡଳୀରେ ମଙ୍ଗଳ ଭଲ ସ୍ଥିତିରେ ଥିଲେ ମୁଙ୍ଗା ଧାରଣ କରିବା ଶୁଭ ହୋଇଥାଏ। ମଙ୍ଗଳ ସ୍ଥିତି ଖରାପ ଥିଲେ ହନୁମାନଙ୍କୁ ପୂଜା କରିବା ଉଚିତ ଏବଂ ହନୁମାନ ଚାଳିଶା ପାଠ କରିବା ଉଚିତ।

ଏହି ରାଶିର ଚମକିବ ଭାଗ୍ୟ

ମେଷ – ମଙ୍ଗଳ ରାଶି ପରିବର୍ତ୍ତନ ଯୋଗୁଁ ମେଷ ରାଶିକୁ ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଳିବ। କିଛି ଡିଲ ହୋଇପାରେ ଯାହା ଜୀବନ ବଦଳାଇଦେବ। ଟାର୍ଗେଟ ପୁରା ହେବ। ପରିବାରର ସହଯୋଗ ମିଳିବ। କ୍ୟାରିଅରରେ ଯାହା ବାଛିବେ ତାହା ଭବିଷ୍ୟତ ଉଜ୍ଜ୍ୱଳ କରିବ।

ମିଥୁନ – ପରିବାର ଓ ବନ୍ଧୁଙ୍କ ସହଯୋଗରେ ସବୁ କାମ ପୁରା ହେବ। ଲକ୍ଷ୍ୟ ପୁରା ହେବ। ଅଟକିଥିବା ଧନ ମିଳିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ। ସେମାନଙ୍କ ଯୋଜନାର ଲାଭ ମିଳିବ। ସବୁଆଡୁ ସକାରାତ୍ମକ ପରିଣାମ ମିଳିବ।

ସିଂହ – ଆୟ ବୃଦ୍ଧି ହେବ। ଭଲ ଜାଗାରେ ପୁଞ୍ଜି ବିନିଯୋଗ କଲେ ଆଗକୁ କାମରେ ଆସିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଗାଡି, ଜାଗା  କିମ୍ବା ଘର କିଣିଲେ ଶୁଭ ହେବ।

ଧନୁ – ବିବାହ ଓ ଯାତ୍ରା ଯୋଗ ରହିଛି। ଯାହା ସହ ବିବାହ ହେବ, ସେ ଆପଣଙ୍କ କ୍ୟାରିଅର ପାଇଁ ଶୁଭ ରହିବେ। ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ – ଭୌତିକ ସୁଖ ବଢିବ। ଚାକିରୀ ବଦଳିବାର ସଂଯୋଗ ରହିଛି। ନୂଆ ଚାକିରୀ ଆପଣଙ୍କ ପ୍ରତିଭାକୁ ଆହୁରି ବଢାଇବ। ଦରମା ବଢିବ। ପାର୍ଟନରସିପରେ କାମ କରୁଥିଲେ ସହଯୋଗୀଠୁ ଲାଭ ମିଳିବ।

   Related Posts