କାଲି ମଙ୍ଗଳର ରାଶି ପରିବର୍ତ୍ତନ: ଦେଶରେ ବଢିପାରେ ହିଂସା ଓ ଦୁର୍ଘଟଣା, ବଦଳିବ ପାଣିପାଗ

Published By : Prameya-News7 Bureau | December 03, 2021 IST

ଭୁବନେଶ୍ୱର ୦୩/୧୨ : ଶନିବାର, ୪ ତାରିଖରେ ମଙ୍ଗଳ ଗ୍ରହ ବିଛା ରାଶିରେ ପ୍ରବେଶ କରିବ ଓ ଜାନୁଆରୀ ୧୬ ଯାଏଁ ଏହି ରାଶିରେ ରହିବ। ୪୨ ଦିନ ଯାଏଁ ମଙ୍ଗଳ ଗ୍ରହର ପ୍ରଭାବ ଦେଶ ଉପରେ ଓ ସବୁ ରାଶି ଉପରେ ପଡିବ। ଗ୍ରହ ପରିବର୍ତ୍ତନ ଯୋଗୁଁ ପାଣିପାଗ ମଧ୍ୟ ବଦଳିବ। ମଙ୍ଗଳ ଗ୍ରହ ଜମି, ଋଣ, ସେନା, ପୋଲିସ, କ୍ରୋଧ ଓ ଉତ୍ସାହର କାରକ। ମଙ୍ଗଳର ଶୁଭ ପ୍ରଭାବ ଯୋଗୁଁ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ବିଛା ରାଶିରେ ବର୍ତ୍ତମାନ କେତୁ ମଧ୍ୟ ବିରାଜମାନ। ମଙ୍ଗଳ ଓ କେତୁର ସଂଯୋଗ ଯୋଗୁଁ ଅଙ୍ଗାରକ ଯୋଗ ସୃଷ୍ଟି ହେଉଛି। ଏହି ଯୋଗ ଯୋଗୁଁ ଦେଶର କିଛି ସ୍ଥାନରେ ଝଗଡା, ହିଂସା, ପ୍ରଦର୍ଶନ ଓ ଦୁର୍ଘଟଣା ବଢିପାରେ। ମଙ୍ଗଳ ନିଜ ରାଶି ବିଛାରେ ପ୍ରବେଶ କରୁଥିବାରୁ ରିୟଲ ଇଷ୍ଟେଟ ଓ ଉଦ୍ୟୋଗ ଜଗତ ପାଇଁ ଶୁଭ ସଂକେତ। ଦେଶର ସୁରକ୍ଷାରେ ଟଙ୍କା ଖର୍ଚ୍ଚ ହେବ। ପ୍ରପର୍ଟି କ୍ରୟ-ବିକ୍ରୟ ବଢିବ। ପ୍ରାକୃତିକ ବିପର୍ଯ୍ୟୟ, ଭୂକମ୍ପ, ଝଡ଼ବାତ୍ୟା, ଭୂସ୍ଖଳନ ହେବାର ଆଶଙ୍କା ରହିଛି।

ମିଥୁନ, କନ୍ୟା ଓ ମକର ରାଶିରେ ମଙ୍ଗଳର ରାଶି ପରିବର୍ତ୍ତନର ଶୁଭ ପ୍ରଭାବ ପଡିବ। ଏହି ରାଶି ବ୍ୟକ୍ତିଙ୍କୁ ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ। ମେଷ, ବୃଷ, ସିଂହ, ତୁଳା ଓ ଧନୁ ରାଶିରେ ମଙ୍ଗଳର ଅଶୁଭ ପ୍ରଭାବ ପଡିବ। ଏହି ରାଶି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।

ମଙ୍ଗଳର ଅଶୁଭ ପ୍ରଭାବରୁ ବଞ୍ଚିବାକୁ ଘରୁ ମହୁ ଖାଇ ବାହାରନ୍ତୁ। ଲାଲ ଚନ୍ଦନ ତିଳକ ଲଗାନ୍ତୁ। ହନୁମାନଙ୍କୁ ପୂଜା କରନ୍ତୁ। ମଙ୍ଗଳବାର ଦିନ ତମ୍ବା ପାତ୍ରରେ ଶସ୍ୟ ଭର୍ତ୍ତି କରି ହନୁମାନ ମନ୍ଦିର ଦାନ କରନ୍ତୁ। ମାଟି ପାତ୍ରରେ ଭୋଜନ କରନ୍ତୁ। ମସୁର ଡାଲି ଦାନ କରନ୍ତୁ। ପାଣିରେ ଟିକିଏ ଲାଲ ସିନ୍ଦୁର ପକାଇ ସ୍ନାନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.