Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମୀନ ରାଶିରେ ଗୋଚର ହେବେ ମଙ୍ଗଳ : ମିଥୁନ ରାଶି ଉପରେ ପଡିବ ପ୍ରଭାବ, ରୁହନ୍ତୁ ସାବଧାନ

2/10/2020 at 7:04 PM

ଭୁବନେଶ୍ବର ୨।୧୦: ମିଥୁନ ରାଶିରେ ମଙ୍ଗଳ ଗୋଚରର ପ୍ରଭାବ ପଡିବାକୁ ଯାଉଛି । ମଙ୍ଗଳ ଗ୍ରହ ଅକ୍ଟୋବର ୪ ତାରିଖର ସକାଳ ୧୦ଟା ୬ମିନିଟ୍ ରେ ବକ୍ରି ହୋଇ ମୀନ ରାଶିରେ ଗୋଚର ହେବେ । ମଙ୍ଗଳ ଏବେ ମେଷ ରାଶିରେ ଗୋଚର କରିଛି ଯାହା ମଙ୍ଗଳର ସ୍ବରାଶି । ମଙ୍ଗଳ ଏବେ ବକ୍ରି ରହିଛି ର୍ଥାତ୍ ଓଲଟା ଚାଲିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ବକ୍ରି ଅବସ୍ଥାରେ ରହିଥାଏ ତେବେ ତାହା ପୀଡିତ ହୋଇଥାଏ ଏବଂ ସମ୍ପୂର୍ଣ୍ଣ କ୍ଷମତାରେ ନିଜର ଶୁଭ ଫଳ ଦେଇପାରେନାହିଁ ଅର୍ଥାତ୍ ବକ୍ରି ଅବସ୍ଥାରେ ଗ୍ରହର ଶକ୍ତି କ୍ଷୀଣ ହୋଇଯାଇଥାଏ । ମଙ୍ଗଳ ମୀନ ରାଶିରେ ୮୧ ଦିନ ପର୍ଯ୍ୟନ୍ତ ରହିବ ।

ମେଷ ରାଶିରେ ମଙ୍ଗଳ ଗୋଚରର ପ୍ରଭାବ :

ମେଷ ରାଶିରେ ମଙ୍ଗଳର ଗୋଚର ଦଶମ ଘରେ ହେବାକୁ ଯାଉଛି । ଜନ୍ମ କୁଣ୍ଡଳୀର ଦଶମ ଘର କ୍ୟାରିୟର ଅଥବା ଚାକିରୀର ହୋଇଥାଏ । ମଙ୍ଗଳ କର୍ମ ଘରକୁ ଆସିବା ଦ୍ବାରା ମିଥୁନ ରାଶିର ଜାତକ ଉପରେ ମିଶ୍ରିତ ଫଳ ପ୍ରଦାନ କରିବ । ମଙ୍ଗଳର ସଂପର୍କ ଭୂମି, ସେନା ସହ ମଧ୍ୟ ରହିଛି । ଅର୍ଥାତ୍ ଯେଉଁ ବ୍ୟକ୍ତି ଭୂମି, ସେନା ଏବଂ ପୋଲିସ ଆଦି କାର୍ଯ୍ୟରେ ଅଛନ୍ତି ସେମାନଙ୍କ ପାଇଁ ଲାଭଜନକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏହି କ୍ଷେତ୍ର ସହ ଜଡିତ ବ୍ୟକ୍ତିଙ୍କୁ ଅଧିକ କାର୍ଯ୍ୟ କରିବାକୁ ପଡିବ । ଏହାର ଅର୍ଥ ଏହା ହେଉଛି ଯେ, ମଙ୍ଗଳର ଗୋଚର କର୍ମକ୍ଷେତ୍ରରେ ବ୍ୟସ୍ତତା ଏବଂ କାର୍ଯ୍ୟକୁ ବଢାଇପାରେ ।

ଦାମ୍ପତ୍ୟ ଜୀବନରେ ମଙ୍ଗଳ ଗ୍ରହର ପ୍ରଭାବ :

ମିଥୁନ ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ଏହି ସମୟରେ ତିକ୍ତତା ଦେଖାଦେଇପାରେ । ଏହି ସମୟରେ ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ । ଏଥିପାଇଁ ସାବଧାନ ରହିବା ଉଚିତ । ଏହି ସମୟରେ ମଙ୍ଗଳ ଗ୍ରହ ବ୍ୟବହାରକୁ ଉଗ୍ର କରିପାରେ । ଫଳରେ ରାଗିବା ଦ୍ବାରା ସ୍ଥିତି ଆହୁରି ମଧ୍ୟ ବିଗିଡିଯାଇପାରେ । ଏଥିପାଇଁ ସହନଶୀଳ ହୋଇ କାମ କରନ୍ତୁ ।

ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ :

ମିଥୁନ ରାଶିର ବ୍ୟକ୍ତି ମଙ୍ଗଳ ଗୋଚର ସମୟରେ ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ । କର୍ମକ୍ଷେତ୍ରରେ ପ୍ରତିନ୍ଦ୍ବନ୍ଦୀମାନଙ୍କଠାରୁ ଚ୍ୟାଲେଞ୍ଜ ମିଳିପାରେ । ଏଥିପାଇଁ ସମସ୍ତ କାମ ଏବଂ ଦାୟିତ୍ବ ଯଥା ସମୟରେ ସମ୍ପୂର୍ଣ୍ଣ କରନ୍ତୁ । କର୍ମକ୍ଷେତ୍ରରେ ସୁ-ସମ୍ପର୍କ ରକ୍ଷା କରନ୍ତୁ । ଲୋକଙ୍କ ନିନ୍ଦା କରିବାରୁ ବିରତ ରୁହନ୍ତୁ ।

ଆର୍ଥିକ ସ୍ଥିତିକୁ ନେଇ ସଚେତନ ରୁହନ୍ତୁ :

ମିଥୁନ ରାଶିର ବ୍ୟକ୍ତି ଏହି ସମୟରେ ଆର୍ଥିକ ସ୍ଥିତିକୁ ନେଇ ସଚେତନ ରହିବା ଉଚିତ । ଅର୍ଥ ସଞ୍ଚୟ କରନ୍ତୁ ଏବଂ ବିନିଯୋଗ ବୁଝିବିଚାରି କରନ୍ତୁ । ତରବରିଆ ଭାବେ ବିନିଯୋଗ କରନ୍ତୁ ନାହିଁ ।

   Related Posts