Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ: ୪୪ ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ହୋଇପାରେ ଧନ ହାନୀ

23/10/2021 at 11:44 AM

ନୂଆଦିଲ୍ଲୀ ୨୩/୧୦: ମଙ୍ଗଳ ଅକ୍ଟୋବର ୨୨ ରେ ତୁଳା ରାଶିରେ ପ୍ରବେଶ କରିଛନ୍ତି। ଡିସେମ୍ବର ୫ ପର୍ଯ୍ୟନ୍ତ ତୁଳା ରାଶିରେ ରହିବେ। ଏହା ପରେ ମଙ୍ଗଳ ବିଛା ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କୁ ଶକ୍ତି, ଭାଇ, ଭୂମି, ସାହସ, ପରାକ୍ରମ, ବୀରତ୍ୱ, ଗତିଶୀଳତା ଏବଂ ଜୀବନ୍ତ ଶକ୍ତିର କରାକ ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଗାମୀ ୪୪ ଦିନ ପର୍ଯ୍ୟନ୍ତ କିଛି ରାଶିର ବ୍ୟକ୍ତିଙ୍କୁ ବହୁତ ସତର୍କ ରହିବା ଆବଶ୍ୟକ। ଏହି ରାଶିର ବ୍ୟକ୍ତିଙ୍କୁ ଧନର ଖର୍ଚ୍ଚ ବୁଦ୍ଧିମାନ ଭାବରେ କରିବା ଉଚିତ୍। ଆସନ୍ତୁ ଜାଣିବା ଆଗାମୀ ୪୪ ଦିନ ପର୍ଯ୍ୟନ୍ତ କେଉଁ ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାକୁ ପଡିବ…

କନ୍ୟା ରାଶି:

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଶୁଭ ବୋଲି କୁହାଯାଇପାରିବ ନାହିଁ। ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପରିବାରର ସଦସ୍ୟଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ନିଜ ସାଥୀଙ୍କ ସହିତ ସମୟ ବିତାନ୍ତୁ। ମାନସିକ ଚାପ ବଢିପାରେ।

ବିଛା ରାଶି:

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିଜ ମନକୁ ଶାନ୍ତ ରଖନ୍ତୁ। ବିତର୍କରୁ ଦୂରରେ ରୁହନ୍ତୁ, ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ପରିବାର ସଦସ୍ୟଙ୍କ ସହିତ ସମୟ ବିତାନ୍ତୁ।

ଧନୁ ରାଶି:

ଏହି ସମୟ ଧନୁ ରାଶି ଲୋକଙ୍କ ପାଇଁ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବ। ଏହି ସମୟରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ ଆବଶ୍ୟକ। ଧନ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସାଙ୍ଗମାନଙ୍କ ସହିତ ସମୟ ବିତାନ୍ତୁ। ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ ଯୁକ୍ତିରୁ ଦୂରରେ ରୁହନ୍ତୁ।

   Related Posts