ଜୁଲାଇ ୨୦ରୁ ବୃଷ ଓ ମିଥୁନ ସମେତ ଏହିସବୁ ରାଶିରେ ଆରମ୍ଭ ହେବ ଭଲ ଦିନ, ସବୁ କାମରେ ମିଳିବ ସଫଳତା

Published By : Prameya-News7 Bureau | July 04, 2021 IST

ଭୁବନେଶ୍ବର ୦୪/୦୭ : ଜୁଲାଇ ୨୦ ତାରିଖରେ ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ସେହି ଦିନ ମଙ୍ଗଳ ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ । ମଙ୍ଗଳଙ୍କୁ ଉର୍ଜା, ଭାଇ, ଭୂମି , ଶକ୍ତି, ସାହାସ, ପରାକ୍ରମ, ସୌର୍ଯ୍ୟ, ଗତିଶୀଳତା ଏବଂ ଜୀବନ ଶକ୍ତିର କାରକ ଗ୍ରହ କୁହାଯାଏ । ଆସନ୍ତା ସେପ୍ଟେମ୍ବର ୬ ତାରିଖ ଯାଏଁ ସିଂହ ରାଶିରେ ବରାଜମାନ ରହିବେ ମଙ୍ଗଳ । ଜ୍ୟୋତିଷଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ଭଲ ଓ ଖରାପ ଉଭୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ୨୦ ଜୁଲାଇରୁ କେଉଁ ରାଶି ଉପରେ ଭଲ ଦିନ ଆରମ୍ଭ ହେବାକୁ ଯାଉଛି।

ବୃଷ ରାଶି

ମଙ୍ଗଳ ଗ୍ରହଙ୍କ ପ୍ରବେଶ ହେତୁ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଚାକିରି ଯୋଗ ରହିଛି । ଏହା ସହିତ ବ୍ୟବସାୟ ମଧ୍ୟ ଉନ୍ନତି ମିଳିବ । ଆଦାନ ପ୍ରଦାନ ପାଇଁ ଏହା ଶୁଭ ସମୟ । ଏହା ବ୍ୟତୀତ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଶୁଭ ଦିନ ଅଟେ । ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ ।

ମିଥୁନ ରାଶି

ଏହି ରାଶିରେ ମଙ୍ଗଳଙ୍କ ପ୍ରବେଶ ହେତୁ ଭାଗ୍ୟ ସାଥ ଦେବ । ଚାକିରି ଓ ବାଣିଜ୍ୟ କ୍ଷେତ୍ରରେ ମଙ୍ଗଳ ପ୍ରବେଶର ଅବଧି ଶୁଭ ହେବ । ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ପ୍ରଂଶସା ମିଳିବ । ପରିବାର ସଦସ୍ୟଙ୍କ ସହ ଦିନ କଟାଇବାକୁ ସମୟ ପାଇବେ । ଦାମ୍ପତ୍ୟ ଜୀବନରେ ସୁଖପ୍ରାପ୍ତି ହେବ ।

ବିଛା ରାଶି

ସିଂହ ରାଶିରେ ପ୍ରବେଶ ହେତୁ ବିଛା ରାଶିମାନଙ୍କ ପାଇଁ ଲାଭ ମିଳିବ । ଏହା ସହ ମାନ ସମ୍ମାନରେ ବୃଦ୍ଧି ଘଟିବ । ବୈବାହିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ସମସ୍ତଙ୍କୁ ବିଶ୍ବାସ ଏବଂ ଭରଷା କରନ୍ତୁ ନାହିଁ । ଏହା ସାଧାରଣତଃ ଚାକିରି ଓ ବାଣିଜ୍ୟ ପାଇଁ ଶୁଭ ହେବ । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ ।

କୁମ୍ଭ ରାଶି

କୁମ୍ଭ ରାଶିମାନଙ୍କ ପାଇଁ ଶୁଭ ଦିନ ଆସିବ । ବ୍ୟବସାୟ କ୍ଷେତ୍ରରେ ମଙ୍ଗଳ ଆସିବା ଫଳରେ ଆପଣଙ୍କର ଲାଭ ହେବ । ଏହା ବ୍ୟତୀତ ଧନ ପ୍ରାପ୍ତ ହେବ ।  ଜୀବନସାଥିଙ୍କ ସହ ଦିନ ମଧ୍ୟ ଭଲରେ କଟିବ । ପରିବାର ସଦସ୍ୟଙ୍କ ସହ ଦିନ ଗୁଡିକ ମଧ୍ୟ ଭଲରେ କଟିବ । କର୍ମକ୍ଷେତ୍ର ଅତ୍ୟନ୍ତ ଭଲରେ ଅତିବାହିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.