Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ରାହୁକୁ ଛାଡି ଆଜି ମିଥୁନ ରାଶିରେ ପ୍ରବେଶ କଲେ ମଙ୍ଗଳ: ସମାପ୍ତ ହେବ ଅଙ୍ଗାରକ ଯୋଗ

14/04/2021 at 7:29 PM

ଭୁବନେଶ୍ୱର ୧୪/୦୪ : ପୃଥିବୀର ନିକଟତର ଗ୍ରହ ମଙ୍ଗଳ ଏପ୍ରିଲ ୧୪ ତାରିଖ ବୁଧବାର ରାତି ଗୋଟାଏ ୧୪ ମିନିଟରେ ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ସୌର ମଣ୍ଡଳରେ ଲାଲ ଗ୍ରହ ନାମରେ ନାମିତ ଭୌମ ବର୍ତ୍ତମାନ ବୃଷ ରାଶିରେ ରାହୁ ସହ ସଞ୍ଚରଣ କରୁଛନ୍ତି। ରାହୁ ଓ ମଙ୍ଗଳ ଯୋଗ ଅଙ୍ଗାରକ ଯୋଗ ତିଆରି କରିଥିଲା।

ଅଙ୍ଗାରକ ଯୋଗର ପ୍ରଭାବ ରାସାୟନିକ ତତ୍ୱରେ ସକ୍ରିୟତା ଆଣିଥାଏ। ଜ୍ୟୋତିଷ ଗଣନା ଆଧାରରେ ତତ୍କାଳୀନ ସଂକ୍ରାମକ ରୋଗ ଅଙ୍ଗାରକ ଯୋଗ କାରଣରୁ ହୋଇଥିବା କୁହାଯାଏ। ମିଥୁନ ରାଶିରେ ପ୍ରବେଶ କରିବା ସହ ରାସାୟନିକ ଗତିବିଧି ସକ୍ରିୟତା କମିବାର ସମ୍ଭାବନା ରହିଛି।

ମଙ୍ଗଳ ପ୍ରଭାବରେ ମେଷ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶି ବ୍ୟକ୍ତିଙ୍କୁ ଲାଭ ହେବ। ଏହି ୬ ରାଶି ଛଡା ଅନ୍ୟ ରାଶିଗୁଡିକୁ ମଙ୍ଗଳ ଗ୍ରହର ସାଧାରଣ ପ୍ରଭାବ ପ୍ରାପ୍ତ ହେବ। ମଙ୍ଗଳ ମିଥୁନ ସହ ମିଶି କର୍କଟ ରାଶିରେ ଜୁନ ୨ ତାରିଖ ସକାଳ ୬ଟା ୫୧ ମିନିଟରେ ପ୍ରବେଶ କରିବେ। କର୍କଟ ରାଶି ମଙ୍ଗଳ ଗ୍ରହ ପାଇଁ ନୀଚ ରାଶି। ମଙ୍ଗଳ ଗ୍ରହ ସହ ଜଡିତ ଭୂମି, ବାହନ ଓ ଅସ୍ତ୍ର ସହ ଜଡିତ କାର୍ଯ୍ୟ ଜୁନ ୨ ତାରିଖ ପୂର୍ବରୁ କରିଦିଅନ୍ତୁ।

ମଙ୍ଗଳ ଗ୍ରହ ପ୍ରଭାବ ବଢାଇବାକୁ ଭଗବାନ ଭୋଲେନାଥଙ୍କ ଅଂଶାବତାର ହନୁମାନଙ୍କୁ ଆରାଧନା କରାଯାଏ। ମଙ୍ଗଳବାର ଦିନ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ଗୁଡ ଓ ଚଣା ଭୋଗ ଅର୍ପଣ କରନ୍ତୁ। ମୁଙ୍ଗା ପଥର ଧାରଣ କରନ୍ତୁ। ଲାଲ ବସ୍ତ୍ର ଓ ବସ୍ତୁ ଦାନ କରନ୍ତୁ। ଏହାସହ ମଙ୍ଗଳବାର ଦିନ ହନୁମାନ ଚାଳିଶା, ବଜରଙ୍ଗ ବାଣ ଓ ସୁନ୍ଦରକାଣ୍ଡ ପାଠ କରନ୍ତୁ।

   Related Posts