ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ମଙ୍ଗଳ ଗ୍ରହ : ଜାଣନ୍ତୁ ମେଷ ରାଶିର ଗୋଚରରେ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ କିଭଳି ପଡ଼ିବ ପ୍ରଭାବ

Published By : Prameya-News7 Bureau | December 18, 2020 IST

ମଙ୍ଗଳ ଗ୍ରହର ଡିସେମ୍ବର ୨୪ତାରିଖ ସକାଳ ୧୧ଟାରେ ରାଶି ପରିବର୍ତ୍ତନ ହେବ। ମଙ୍ଗଳ ଗ୍ରହ ମୀନ ରାଶିରୁ ବାହାରି ନିଜ ସ୍ବରାଶି ମେଷ ରାଶି​ରେ ପ୍ରବେଶ କରିବେ। ମଙ୍ଗଳ ଗ୍ରହ ମେଷ ରାଶିରେ ପାଖାପାଖି ୬୦ଦିନ ରହିବେ ଅର୍ଥାତ୍ ଫେବୃୟାରୀ ୨୨ଯାଏଁ ମେଷ ରାଶିରେ ରହିବା ପରେ ଶୁକ୍ରର ବୃଷ ରାଶି​‌ରେ ଚାଲିଯିବେ। ମେଷ ରାଶିରେ ମଙ୍ଗଳଙ୍କ ଏହି ଗୋଚର ଜ୍ୟୋତିଷ ଶାସ୍ତ୍ର ହିସାବରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜାଣନ୍ତୁ ମଙ୍ଗଳର ରାଶି ପରିବର୍ତ୍ତନ ଦ୍ବାରା ଆପଣଙ୍କ ଜୀବନ ଉପରେ କି ପ୍ରଭାବ ପଡ଼ିବ।

୧. ମେଷ ରାଶିର ବ୍ୟକ୍ତିଙ୍କୁ ନିଜ ଲକ୍ଷ୍ୟରେ ସଫଳତା ହାସଲ ହେବ। ଏହି ଗୋଚର ସମୟରେ ଆର୍ଥିକ ଲାଭ ମଧ୍ୟ ହୋଇପାରେ। ଏହା ବ୍ୟତୀତ ପ୍ରେମ ଜୀବନ​‌ରେ ମଧ୍ୟ ଉତ୍ଥାନ ପତନ ଦେଖିବାକୁ ମିଳିପାରେ।

୨. ବୃଷ ରାଶିର ବ୍ୟକ୍ତି ଏହି ଗୋଚର ସମୟରେ ଗାଡ଼ି କିମ୍ବା ସମ୍ପତ୍ତି କିଣି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବିବାଦ ହେବାରୁ ସମସ୍ୟା ବଢ଼ିପାରେ।

୩. ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆମଦାନୀ ମଧ୍ୟ ବଢ଼ିବ। ପ୍ରତିଷ୍ଠା ମିଳିପାରେ। ନୂଆ ଲୋକଙ୍କ ପାଇଁ ସାକ୍ଷାତ ଏବଂ ଯଶ,ମାନ ବଢ଼ିବ।

୪. କର୍କଟ ରାଶିର ବ୍ୟକ୍ତିଙ୍କ ଏହି ଗୋଚର ସମୟରେ ଆୟରେ ବୃଦ୍ଧି ହୋଇପାରେ। ଏହା ସହିତ ଶକ୍ତି ସ୍ତର ମଧ୍ୟ ବଢ଼ିବ।

୫. ସିଂହ ରାଶିର ବ୍ୟକ୍ତିଙ୍କୁ ତାଙ୍କ ପରିଶ୍ରମର ପୂରା ଫଳ ମିଳିବ। ଏହା ସହିତ ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ରହିବ।

୬. କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳ ଗୋଚର ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରରେ ଉତ୍ଥାନ ପତନ ଦେଖିବାକୁ ମଧ୍ୟ ମିଳିପାରେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

୭. ତୁଳା ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ ଲାଭ ହେବ। ପ୍ରଶାସନର ଯୋଗ ହେବ। ଏହି ଗୋଚର ସମୟରେ ଆମଦାନୀ ବଢ଼ିବ।

୮. ବିଛା ରାଶିର ବ୍ୟକ୍ତିଙ୍କ ଆମଦାନୀ ବୃଦ୍ଧି ହେବ। ଏହା ସହିତ ଚାକିରୀର ଯୋଗ ମଧ୍ୟ ରହିଛି। ପାରିବାରିକ କଳହର ସମ୍ମୁଖୀନ କରିବାକୁ ପଡ଼ିପାରେ।

୯. ଧନୁ ରାଶିର ବ୍ୟକ୍ତିଙ୍କୁ ସନ୍ତାନ ତରଫରୁ ଲାଭ ମିଳିବ। ଅଯଥା ଖର୍ଚ୍ଚ ବଢ଼ିବ।

୧୦. ମକର ରାଶିର ବ୍ୟକ୍ତି ସମ୍ପତ୍ତିରେ ବିନିଯୋଗ କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ ପତନ ଦେଖିବାକୁ ମିଳିପାରେ।

୧୧. କୁମ୍ଭ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସହାୟକ ହେବ। ଏହି ସମୟରେ ଅଟକିଥିବା କାର୍ଯ୍ୟ ମଧ୍ୟ ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ ହେବ।

୧୨. ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ମିଶ୍ରିତ ପରିଣାମ ନେଇ ଆସିବ। ପ୍ରତିଷ୍ଠାର ଯୋଗ ହେବ ଏବଂ ଆର୍ଥିକ ସ୍ଥିତିରେ ଅଳ୍ପ ଚାପ ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.