ମେ ୪ତାରିଖରେ ରାଶି ପରିବର୍ତ୍ତନ କରୁଛନ୍ତି ମଙ୍ଗଳ: ଜାଣନ୍ତୁ କେଉଁ ରାଶିରେ କ'ଣ ପ୍ରଭାବ...

Published By : Prameya-News7 Bureau | May 02, 2020 IST

ସମୟ ସମୟରେ ପ୍ରତ୍ୟେକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିଥାନ୍ତି। ଏହି ଗ୍ରହଗୁଡ଼ିକ ନିଜ ସ୍ଥିତିରେ ଅଦଳବଦଳ କଲେ ଏହି ରାଶିର ଜାତକ ସହ ୧୨ଟି ରାଶି ଉପରେ ପ୍ରଭାବ ପଡ଼ିଥାଏ। ଏହି ମାସର ୪ତାରିଖ ନବଗ୍ରହର ସବୁଠୁ କ୍ରୃର ଗ୍ରହ କୁହାଯାଉଥିବା ମଙ୍ଗଳ ଗ୍ରହ ପରିବର୍ତ୍ତନ ହେଉଛି। ଜ୍ୟୋତିଷଙ୍କ କହିବା ଅନୁସାରେ ମଙ୍ଗଳ ମଇ ୪ତାରିଖରେ ନିଜ ଉଚ୍ଚ ରାଶି କୁମ୍ଭରେ ପ୍ରବେଶ କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହକୁ ମେଷ ଏବଂ ବିଛା ରାଶିର ସ୍ବାମୀ କୁହାଯାଏ।

ମେ ୪ତାରିଖରେ ହେଉଥିବା ଏହି ପରିବର୍ତ୍ତନ ଦ୍ବାରା ଅନ୍ୟ ୧୨ଟି ରାଶି ଉପରେ ମଧ୍ୟ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା ୧୨ଟି ରାଶିର ବ୍ୟକ୍ତିଙ୍କ ଉପରେ ଏହାର କିଭଳି ପ୍ରଭାବ ପଡ଼ିବ।

ମେଷ : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଧନର ସ୍ରୋତ ଖୋଲିଯିବ। ଏମାନଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ଏମାନଙ୍କୁ ଶତ୍ରୃଠୁ ସାବଧାନ ରହିବାର ଆବଶ୍ୟକତା ରହିଛି। ଦୀର୍ଘ ଦିନରୁ ରୋଗଗ୍ରସ୍ତ ଥିଲେ ରୋଗରୁ ମୁକ୍ତି ମିଳିବ।

ବୃଷ : ଏମାନେ କ୍ରୋଧୀ ହୋଇପାରନ୍ତି,ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବେ। ଘର ଏବଂ ଗାଡ଼ି ସୁଖ ମିଳିପାରେ।

ମିଥୁନ : ଏହି ରାଶିର ବ୍ୟକ୍ତିଙ୍କ ଆୟର ମାଧ୍ୟମ ସୀମିତ ରହିବ। ହଠାତ୍ ଧନ ଖର୍ଚ୍ଚ ବଢ଼ିପାରେ।

କର୍କଟ : ଧନର ନୂଆ ଦ୍ବାର ଖୋଲିବ। ବ୍ୟବସାୟରେ ମଧ୍ୟ ଲାଭ ମିଳିପାରେ। ଏହି ରାଶିର ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ନାହିଁ।

ସିଂହ : ଆପଣଙ୍କ କ୍ରୋଧ ବଢ଼ିବ। ଯାହା ଫଳରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ।

କନ୍ୟା : ଭାଗ୍ୟରେ କୌଣସି ପ୍ରକାରର ବାଧା ଉପୁଜିପାରେ। ପେଟ ଜନିତ ସମସ୍ୟା ହୋଇପାରେ।

ତୁଳା : ଏହି ରାଶିର ଜାତକଙ୍କ ପ୍ରେମ ସମ୍ପର୍କ ମଧୁର ହେବ। ଆମଦାନୀର ନୂଆ ସ୍ରୋତ ଖୋଲିବ। ବ୍ୟବସାୟୀଙ୍କ ଲାଭ ହେବ।

ବିଛା : ଜ୍ୟୋତିଷ ଅନୁସାରେ ମଙ୍ଗଳ ଗ୍ରହକୁ ବିଛା ରାଶିର ସ୍ବାମୀ କୁହାଯାଏ। ଆୟର ସାଧନ ବୃଦ୍ଧି ପାଇବ।

ଧନୁ : ସନ୍ତାନ ପକ୍ଷରୁ ଲାଭ ମିଳିବ। ଖର୍ଚ୍ଚରେ ବୃଦ୍ଧି ଘଟିବ। ଭାଇ-ବନ୍ଧୁଙ୍କଠୁ ସହଯୋଗ ମିଳିବ। ଅଧିକ କ୍ରୋଧ ଆପଣଙ୍କ କାମକୁ ବିଗାଡ଼ିପାରେ।

ମକର : ଆପଣଙ୍କ ସୁଖ ବଢ଼ିବ। କିନ୍ତୁ ସନ୍ତାନ ତରଫରୁ କୌଣସି କଷ୍ଟ ମିଳିପାରେ। ନିଜ ଭାଷା ପ୍ରତି ସଂଯମତା ରଖନ୍ତୁ। ପେଟ ଜନିତ ସମସ୍ୟା ହୋଇପାରେ।

କୁମ୍ଭ : ଦାମ୍ପତ୍ୟ ଜୀବନରେ ସମସ୍ୟା ସୃ​‌ଷ୍ଟି ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ ହୋଇପାରେ।

ମୀନ : ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.