ସୁ ସୁ ଶବ୍ଦ କରି ମଙ୍ଗଳ ଗ୍ରହରେ ବୋହୁଛି ପବନ, ପ୍ରଥମ ଥର ପାଇଁ ନାସା ଜାରି କଲା ଅଡିଓ କ୍ଲିପ୍, ଶୁଣନ୍ତୁ...

Published By : Prameya-News7 Bureau | March 11, 2021 IST

ନ୍ୟୁୟର୍କ, ୧୧/୦୩ : ମଙ୍ଗଳଗ୍ରହରେ ଜୀବନ ସନ୍ଧାନ ପାଇଁ ଆମେରିକାର ଗବେଷଣା ପ୍ରତିଷ୍ଠାନ ନାସାର ରୋଭର୍ ପର୍ସିଭରାନ୍ସ ଲାଲ୍ ଗ୍ରହରେ ରିସର୍ଚ୍ଚ ଜାରି ରଖିଛି । ଏହାମଧ୍ୟରେ ରୋଭର ପର୍ସିଭରାନ୍ସ ମଙ୍ଗଳର ଗ୍ରହରେ ପବନର ଶବ୍ଦକୁ ରେକର୍ଡ କରିଛି । ନାସାକୁ ପବନର ଶବ୍ଦର ଅଡିଓ ରେକର୍ଡିଂ ପଠାଯାଇଛି ।

ଏହି ରେକର୍ଡିଂରୁ କିପରି ମଙ୍ଗଳ ଗ୍ରହରେ ଜୋରରେ ପବନ ବୋହୁଛି ତାହା ଜାଣିହେଉଛି । ପୃଥିବୀରେ ବାତ୍ୟା ଓ ଝଡ ସମୟରେ ଶୁଭୁଥିବା ପବନର ଶବ୍ଦ ସହ ଏହା ସମାନ । ଏହାକୁ ନାସା ଟ୍ୱିଟରରେ ସେୟାର କରିଛି । ଏହାକୁ ରୋଭର ପର୍ସିଭରେନ୍ସରେ ଲାଗିଥିବା ସୁପରକ୍ୟାମ୍ ମାଇକ୍ରୋଫୋନନ ଦ୍ୱାରା ରେକର୍ଡ କରାଯାଇଛି ।

wp:html /wp:html

ଆଉ ଏକ ଅଡିଓ ମେସେଜ ମଧ୍ୟ ରୋଭର ପଠାଇଛି । ଏଠାରେ ଲେଜର୍ ଷ୍ଟ୍ରାଇକ୍ସ ହେଉଛି । ଏହାର ଶବ୍ଦ ହୃତସ୍ପନ୍ଦନ ଭଳି ଅଟେ । ଏହା ଦ୍ୱାରା ମଙ୍ଗଳ ଗ୍ରହର ପୃଷ୍ଠ ପଥୁରିଆ ବୋଲି ନାସା ଜାଣିବାକୁ ପାଇଛି ।

wp:html /wp:html

ସୂଚନାଯୋଗ୍ୟ, ନାସାର ରୋଭର ଲାଲ୍ ଗ୍ରହରେ ପ୍ରଥମ ଥର ପରୀକ୍ଷାମୂଳକ ଭାବେ ନିଜର ଅଭିଯାନ ମାର୍ଚ୍ଚ ୬ରୁ ଆରମ୍ଭ କରିଥିଲା । ଏହାର ପ୍ରଯୁକ୍ତିବିଦ୍ୟା ସବୁଠୁ ଉନ୍ନତମାନର ଥିଲା । ରୋଭର ଲାଲ ଗ୍ରହର ଅନେକ ରହସ୍ୟ ଉପରୁ ପରଦା ହଟାଇବ ବୋଲି ନାସା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.