Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗୁରୁବାର କନ୍ୟା ରାଶି ପାଇଁ ମହତ୍ତ୍ୱପୂର୍ଣ୍ଣ: ଏକାସାଙ୍ଗେ ରହିବେ ୩ଟି ମୁଖ୍ୟ ଗ୍ରହ, ଭୁଲରେ ବି କରନ୍ତୁନି ଏହି କାମ

8/09/2021 at 9:11 PM

ଭୁବନେଶ୍ୱର ୦୮/୦୯ : ସେପ୍ଟେମ୍ବର ମାସ କନ୍ୟା ରାଶି ପାଇଁ ବହୁତ ଶୁଭ ବୋଲି କୁହାଯାଉଛି। କନ୍ୟା ରାଶିରେ ବୁଧ ବିରାଜମାନ କରିଛନ୍ତି। ବୁଧ ଗ୍ରହକୁ କନ୍ୟା ରାଶିର ଗୁରୁ ଗ୍ରହ ବୋଲି କୁହାଯାଏ। ସେପ୍ଟେମ୍ବର ୯ ତାରିଖରେ କନ୍ୟା ରାଶି ପାଇଁ ଶୁଭ। ଏହି ଦିନ ଚନ୍ଦ୍ରମା ମଧ୍ୟ କନ୍ୟା ରାଶିରେ ବିରାଜମାନ କରିବେ।

ହିନ୍ଦୁ ପାଞ୍ଜି ଅନୁଯାୟୀ, ସେପ୍ଟେମ୍ବର ୯ ତାରିଖ, ଗୁରୁବାର ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି। ଏହି ତିଥିରେ ହରତଲିକା ତିଜ ପାଳନ କରାଯିବ। ହରତଲିକା ତିଜ ପର୍ବ ସଧବା ମହିଳାମାନେ ପାଳନ କରନ୍ତି। ଏହିଦିନ ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଆୟୁଷ ପାଇଁ ନିର୍ଜଳା ବ୍ରତ ରଖି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜା କରନ୍ତି। ଏହି ଶୁଭ ଦିନରେ କନ୍ୟା ରାଶିରେ ୩ ଗ୍ରହର ସଂଯୋଗ ହେବ। ସେଥିପାଇଁ ଏହି ଦିନର ମହତ୍ତ୍ୱ ବଢ଼ିଯିବ। ଗୁରୁବାର ଦିନ କନ୍ୟା ରାଶିରେ ମଙ୍ଗଳ, ବୁଧ ଓ ଚନ୍ଦ୍ରମାର ସଂଯୋଗ ରହିଛି। 

ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ, ବୁଧ ଓ ଚନ୍ଦ୍ରମାଙ୍କୁ ମହତ୍ତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ। ମଙ୍ଗଳ ଗ୍ରହକୁ ନବଗ୍ରହ ଅର୍ଥାତ ସବୁ ଗ୍ରହର ସେନାପତି ବୋଲି କୁହାଯାଏ। ବୁଧ ଗ୍ରହକୁ ଗ୍ରହମାନଙ୍କର ରାଜକୁମାର ଓ ଚନ୍ଦ୍ରମାକୁ ମନ ଓ ମାତାର କାରକ ବୋଲି କୁହାଯାଏ। ମଙ୍ଗଳ ବ୍ୟକ୍ତିଙ୍କ ସାହସ ବୃଦ୍ଧି କରିଥାଏ। ବୁଧ ବୁଦ୍ଧି ଓ ଚନ୍ଦ୍ରମାକୁ ମାନସିକ ଶକ୍ତିର କାରକ ବୋଲି କୁହାଯାଏ।

ଗୁରୁବାର ଦିନ କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଧନ, ସ୍ୱାସ୍ଥ୍ୟ ଓ କ୍ୟାରିୟର ଆଦି ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଚାକିରୀ ଓ କ୍ୟାରିଅର କ୍ଷେତ୍ରରେ ଉତ୍ତମ ପରିଣାମ ପ୍ରାପ୍ତ କରିପାରନ୍ତି। ବ୍ୟବସାୟରେ ମଧ୍ୟ ଧନ ଲାଭ ଯୋଗ ରହିଛି। ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଦିନଟି ଶୁଭ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁର ରହିବ। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ। ଏହିଭଳି ଶୁଭ ଦିନରେ ଭୁଲ କାମ କରି ଧନ ଉପାର୍ଜନ କରିବାକୁ ଚେଷ୍ଟା କରିବେ ନାହିଁ। ଅନ୍ୟମାନଙ୍କ ନିନ୍ଦା ମଧ୍ୟ କରିବେ ନାହିଁ। ଅଭାବୀ ଓ ଆବଶ୍ୟକୀୟ ଲୋକଙ୍କୁ ଦାନ ଦେଇ ସାହାଯ୍ୟ କରିପାରିବେ।

   Related Posts