ମଙ୍ଗଳ ଗ୍ରହରେ ରହିଛି ବାୟୁର ଅବସ୍ଥିତି ! ଭିଡିଓ କ୍ଲିପ୍ ଜାରି କଲା NASA
23/02/2021 at 4:15 PM

ନୂଆଦିଲ୍ଲୀ ୨୩/୦୨ : ଆମେରିକାର ମହାକାଶ ଗବେଷଣା ସଂସ୍ଥା NASA ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହର ଅଡିଓ ଜାରି କରିଛି । NASA ଦ୍ବାରା ମଙ୍ଗଳ ଗହକୁ ପ୍ରେରଣ କରାଯାଇଥିବା ମହାକାଶଯାନର ରୋଭର ଏହି ଅଡିଓ କ୍ଲିପ୍ର ରେକର୍ଡ କରିଥିଲା । ମଙ୍ଗଳ ଗ୍ରହକୁ ପଠାଯାଇଥିବା ମହାକାଶ ଯାନର ରୋଭର, ପୃଥିବୀ ପୃଷ୍ଠକୁ ଅବତରଣ କରୁଥିବା ଭିଡିଓ ମଧ୍ୟ ଜାରି କରିଥିଲଶ NASA । ମଙ୍ଗଳ ଗ୍ରହର ଅବସ୍ଥିତି ଏବଂ ଜୀବଜଗତର ଅନୁସନ୍ଧାନ ପାଇଁ ଏହି ମହାକାଶ ଯାନ ପ୍ରେରଣ କରାଯାଇଥିଲା ।
NASAର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି, ମଙ୍ଗଳ ଗ୍ରହକୁ ଯିବା ସମୟରେ ରୋଭରର ଗୋଟିଏ ମାଇକ୍ରୋଫୋନ୍ ଅଚଳ ହୋଇଯାଇଥିଲା । କିନ୍ତୁ ସେଠାରେ ଅବତରଣ କରିସାରିବା ପରେ ଏହା ସେଠାକାର ଅଡିଓ ରେକର୍ଡ କରିବାକୁ ସକ୍ଷମ ହୋଇଥିଲା । NASAର ବୖଜ୍ଞାନିକମାନେ ୬୦ ସେକେଣ୍ଡର ଏକ ଅଡିଓ ଜାରି କରିଛନ୍ତି ।
NASAର କ୍ୟାମେରା ଏବଂ ମାଇକ୍ରୋଫୋନ୍ ବିଭାଗ ଇଞ୍ଜିନିୟର ଡେଭ୍ ଗ୍ରୁଏଲ କହିଛନ୍ତି, ’୬୦ ସେକେଣ୍ଡର ଅଡିଓ ମଧ୍ୟରେ ୧୦ ସେକେଣ୍ଡର ପବନ ବହିବା ଭଳି ଧ୍ବନି ଶୁଣିବାକୁ ମିଳିଛି ’ । ଏହା ସହିତ ୩ ମିନିଟ୍ ୨୫ ସେକେଣ୍ଟେର ଏକ ଭିଡିଓ ମଧ୍ୟ ରେକର୍ଡ କରାଯାଇଛି ଯେଉଁଥିରେ ଧଳା ଏବଂ ଲାଲ ରଙ୍ଗ ବିଶିଷ୍ଟ ୭୦.୫ ଫୁଟ୍ ଓସାରର ଏକ ପାରାଚ୍ୟୁଟ୍ ଅବତରଣ କରୁଥିବା ନଜର ଆସିଛି । ୨୦୨୦ ମସିହା ଜୁଲାଇ ୩୦ ତାରିଖରେ NASA ପକ୍ଷରୁ ମଙ୍ଗଳ ଗ୍ରହକୁ ଏହି ଉପଗ୍ରହ ପ୍ରେରଣ କକରାଯାଇଥିଲା ଯାହାକି ଗତ ଗୁରୁବାର ଦିନ ମଙ୍ଗଳ ଗ୍ରହରେ ଅବତରଣ କରିଛି ।
ମଙ୍ଗଳ ଗ୍ରହରେ ଏହି ଉପଗ୍ରହ ପ୍ରାୟ ୨ ବର୍ଷ ଧରି ତଥ୍ୟ ସଂଗ୍ରହ କରିବ । କିନ୍ତୁ ରୋଭର ସେଠାରେ ପ୍ରାୟ ୮ ବର୍ଷ ଧରି ରହିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଆସନ୍ତା ବର୍ଷଗୁଡିକରେ ଏହା ମଙ୍ଗଳ ଗ୍ରହରୁ ପ୍ରାୟ ୩୦ ଟି ପଥର ଏବଂ ମାଟି ନମୂନା ସଂଗ୍ରହ କରି ୨୦୩୦ ସୁଦ୍ଧା ପୃଥିବୀକୁ ପ୍ରେରଣ କରିପାରେ ବୋଲି ଅନୁମାନ କରାଯାଉଛି ।