ପ୍ରାୟ ୪.୪ ବିଲିୟନ ବର୍ଷ ପୂର୍ବେ ମଙ୍ଗଳରେ ଥିଲା ପାଣି: ଜାପାନୀ ଗବେଷକ

Published By : Prameya-News7 Bureau | November 01, 2020 IST

ଟୋକିଓ: ଲୋହିତ ଗ୍ରହ ମଙ୍ଗଳକୁ ନେଇ ପୃଥିବୀବାସୀଙ୍କ ଉତ୍ସୁକତା ବେଳକୁ ବେଳ ବଢିବଢି ଚାଲିଛି। ବିଶେଷ କରି ମଙ୍ଗଳରେ ମହାକାଶ ଯାନ ପହଞ୍ଚିବା ପରେ ଗ୍ରହକୁ ନେଇ ଆଗ୍ରହ ବୃଦ୍ଧି ହୋଇଛି। ଅନେକ ବର୍ଷ ପୂର୍ବେ ସାହାରା ମରୁଭୂମିରୁ ୨ଟି ଉଲକା ପିଣ୍ଡ ମିଳିଥିଲା। ସେ ଦୁଇଟି ମଙ୍ଗଳଗ୍ରହର ବୋଲି ବିଶ୍ଲେଷଣରୁ ଜଣାପଡିଥିଲା। ଏହି ଉଲକାପିଣ୍ଡଗୁଡିକୁ ଏନଡବ୍ଲୁଏ ୭୦୩୪ ଓ ୭୫୩୩ ନାମରେ ନାମିତ କରାଯାଇଥିଲା  

{"id":354463,"sizeSlug":"large"}

ନିକଟରେ ଏକ ଅନ୍ତର୍ଜାତୀୟ ଟିମ୍‌ ଏନଡବ୍ଲୁଏ ୭୫୩୩ର ପୁଣି ବିଶ୍ଲେଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରଫେସର ତାକିସୀ ମିକୋଚୀ ମଧ୍ୟ ସାମିଲ ଥିଲେ। ସାଇନ୍ସ ଆଡଭାନ୍ସ ନାମକ ଜର୍ଣ୍ଣାଲରେ ଏହି ବିଶ୍ଲେଷଣର ସନ୍ଦର୍ଭ ପ୍ରକାଶିତ ହୋଇଥିବା ବେଳେ ପ୍ରଫେସର ମିକୋଚୀ ଉଲ୍ଲେଖ କରିଛନ୍ତି ଯେ ମଙ୍ଗଳ ଗ୍ରହରେ ଅନୁନ୍ୟ ୩.୭ ବିଲିୟନ ବର୍ଷରୁ ପାଣି ଅଛି। ତେବେ ଉଲକାପିଣ୍ଡର ଖଣିଜ ସଂରଚନାରୁ ଗ୍ରହରେ ୪.୪ ବିଲିୟନ ବର୍ଷ ପୂର୍ବେ ପାଣି ଥିବାର ସୂଚନା ରହିଛି।

{"id":354465,"sizeSlug":"large"}

ଉଲକା ପିଣ୍ଡ ମାଗ୍ମୋରୁ ସୃଷ୍ଟି ହୋଇଥାଏ ଓ ଅକ୍ସିକରଣ ଯୋଗୁ ଏପରି ହୋଇଥାଏ। ଏଥିରୁ ଗ୍ରହରେ ପାଣିର ଉତ୍ପତି କିପରି ହୁଏ ତାହା ଜଣାପଡିଛି। ଏଣୁ ମଙ୍ଗଳ ଗ୍ରହ ନିର୍ମାଣ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଜଳ ଥିବା ବୈଜ୍ଞାନିକ ମାନେ ସ୍ପଷ୍ଟ ହୋଇଛନ୍ତି। ଏହି ବୈଜ୍ଞାନିକ ଅନୁସନ୍ଧାନରୁ ପୃଥିବୀରେ ଜୀବ ସୃଷ୍ଟିର ରହସ୍ୟ ନେଇ ଚାଲିଥିବା ଗବେଷଣାକୁ ମଧ୍ୟ ଉତ୍ସାହଜନକ ଫଳାଫଳ ମିଳିପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.